ସଲମାନଙ୍କୁ ଶେରାଙ୍କ ଧମକ । ଭାଇଜାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ଗିରଫ ହେଲେ ଶେରା । ତେବେ ଏହି ଶେରା ସୁଲତାନଙ୍କ ବଡିଗାର୍ଡ ନୁହଁନ୍ତି । ଶେରାଙ୍କୁ ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଂଚ୍ । ସୁଲତାନଙ୍କୁ ଜୀବନରୁ ମାରି ଦେବାର ଧମକ ଦେଇଥିଲେ ଶେରା ।
ମିଳିଥିବା ସୂଚନା ଅନୁସାରେ, ନିଜ ସାଥୀମାନଙ୍କ ସହ ମିଶି ସଲମାନଙ୍କ ବ୍ୟକ୍ତିଗତ ନମ୍ବର ହାସଲ୍ କରିଥିଲା ଅଭିଯୁକ୍ତ ଶେରା । ଏହା ପରେ ସଲମାନଙ୍କୁ ବାରମ୍ବାର ଫୋନ୍ କରି ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ହତ୍ୟା ଧମକ ମଧ୍ୟ ଦେଇଥିଲା । ଏହା ପରେ ଶେରା ସହ ୪ ଜଣଙ୍କ ବିରୋଧରେ ବାନ୍ଦ୍ରା ପୋଲିସ୍ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା । ଏହା ପରେ ଅଭିଯୁକ୍ତର ମୋବାଇଲ୍ ଟ୍ରାକ୍ କରି କରେଲୀରେ ପହଂଚିଥିଲେ କ୍ରାଇମବ୍ରାଂଚର ୩ ଅଧିକାରୀ । କିଛି ସମୟ ପରେ ପ୍ରୟାଗରାଜରୁ ଅଭିଯୁକ୍ତକୁ ଗିରଫ କରିଥିଲା ଟିମ୍ । ତେବେ କାହିଁକି ସଲମାନଙ୍କୁ ହତ୍ୟା ଧମକ ଦେଇଥିଲା ଶେରା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।