କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଦରି ଗ୍ରାମ ପଞ୍ଚାୟତ ପୁରୁଣା ଦେଓଗାଁରେ ନାବାଳିକାର ଝୁଲନ୍ତା ମୃତ ଦେହ ଉଦ୍ଧାର। ଗାଁର ଜଗନ୍ନାଥ ନାୟକଙ୍କ ନାବାଳିକା ଝିଅର ଝୁଲନ୍ତା ମୃତଦେହ ଘର ପଛ ନିକଟ ଆମ୍ବ ବଗିଚାରୁ ପୋଲିସ ଉଦ୍ଧାର କରିଛି। ଘଟଣାରୁ ଜଣାପଡିଛି ଯେ ଗତକାଲି ଝିଅ ସକାଳୁ ଘରୁ କେଉଁଆଡେ ଚାଲିଯାଇଥିଲା ଘର ଲୋକେ ବହୁ ଖୋଜି ଖୋଜି କରି ନପାଇବାରୁ କରଞ୍ଜିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ।
କିନ୍ତୁ ଆଜି ସାହିର କିଛି ଲୋକ ନାବାଳିକାର ମୃତ ଦେହ ଏକ ଆମ୍ବ ଗଛରେ ଝୁଲୁଥିବା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ କରୁଛି ଓ ଶବ ବ୍ୟବଚ୍ଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟ କରଞ୍ଜିଆକୁ ପଠାଇଛି । ଘରୋଇ କଳହରୁ ଆତ୍ମହତ୍ୟା କରିଥିବାର ପୋଲିସ ସନ୍ଦେହ କରୁଛି।