ପ୍ରତିଦିନ କରୁଛନ୍ତି କି ଏହି ୧୦ଟି ଖରାପ ଅଭ୍ୟାସ, ତାହେଲେ ଜାଣିନିଅନ୍ତୁ ସମୟ ପୂର୍ବରୁ ଆପଣ ରୋଗ ଓ ମୃତ୍ୟୁକୁ କରୁଛନ୍ତି ଆମନ୍ତ୍ରଣ

କେବେ ଭାବିଛନ୍ତି ବର୍ତ୍ତମାନ ସମୟରେ ଲୋକେ ଅଧିକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ କାହିଁକି ହେଉଛନ୍ତି? ଏବେ କାହିଁକି ଲୋକମାନେ ଅଧିକ ରୋଗାଗ୍ରସ୍ଥ ହେଉଛନ୍ତି? ଏମିତିକି କିଛି ରୋଗର ନାମକୁ ଆମେ କେବେ ଶୁଣିନଥିବା ସେହି ରୋଗର ମଧ୍ୟ ଶିକାର ହେଉଛନ୍ତି ଲୋକେ। ଯଦି ଆମ ଜେଜେ, ଜେଜେମାଆ ବୃଦ୍ଧ ବୟସରେ ଏତେ ଫିଟ୍‌ ତାହେଲେ ଏବେର ଜେନେରେସନର ଲୋକମାନେ ଏତେ ରୋଗର ଶିକାର କାହିଁକି ହେଉଛନ୍ତି। ଏମିତି ହେବା ପଛରେ ରହିଛି ଅନେକ କାରଣ।

କିଛି ଏପରି ଅଭ୍ୟାସ ରହିଛି, ଯାହା ବହୁତ ଘାତକ। ଏହା କେବଳ ରୋଗ ସୃଷ୍ଟି କରିନଥାଏ ବରଂ ଧୀରେଧୀରେ ଆପଣଙ୍କୁ ମୃତ୍ୟୁମୁଖକୁ ଟାଣି ନେଇଥାଏ । ବିଶେଷଜ୍ଞଙ୍କ ମତରେ, ଯଦି ଆପଣମାନେ ଏହି ଅଭ୍ୟାସଗୁଡ଼ିକୁ ଅଣଦେଖା କରିବେ, ତେବେ ମୃତ୍ୟୁ ଆପଣଙ୍କୁ ମାଡ଼ି ବସିବା ସୁନିଶ୍ଚିତ । ତେଣୁ ଆଜି ଆମର ଏ ଭିଡିଓକୁ ଆପଣ ନିହାତି ଦେଖନ୍ତୁ ଆଉ ଏହାର ଅର୍ଥକୁ ଗୁରୁତ୍ୱର ସହ ନିଅନ୍ତୁ।

habbitଆଜି ଆମେ ଆପଣଙ୍କୁ ଆପଣଙ୍କର କିଛି ଖରାପ ଅଭ୍ୟାସ ସମ୍ପର୍କରେ ଜଣାଇବୁ ଯାହା ବର୍ତ୍ତମାନର ଲୋକେ ଦୈନନ୍ଦିନ ଜୀବନରେ କରୁଛନ୍ତି

ଯଦି ଆପଣମାନେ ଦୀର୍ଘଦିନ ଧରି ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିନାହାନ୍ତି, ତେବେ ଜାଣିରଖନ୍ତୁ ଏହାର ପ୍ରଭାବରେ ଆପଣ ସ୍କ୍ରିନ କ୍ୟାନସରର ଶିକାର ହୋଇପାରନ୍ତି। ବିଶେଷ କରି ଯେଉଁମାନଙ୍କର ଗୋରା ଚର୍ମ ଓ ଯେଉଁ ପରିବାରର ପୂର୍ବରୁ କେହି ସ୍କ୍ରିନ କ୍ୟାନସରରେ ଆକ୍ରାନ୍ତ ଥିବେ, ସେମାନେ ଏ କ୍ଷେତ୍ରରେ ବିଶେଷ ଭାବରେ ସାବଧାନ ରହିବା ଉଚିତ ।

କିଛି ଲୋକ ସକାଳେ ଜଳଖିଆ କରିବାକୁ ଭୁଲି ଯାଇଥାନ୍ତି । ବୋଧହୁଏ ଆପଣମାନେ ଜାଣି ନାହାନ୍ତି, ବ୍ରେକଫାଷ୍ଟ ନ ଖାଇବା ଦ୍ୱାରା ଶରୀର କେତେମାତ୍ରାରେ ପ୍ରଭାବିତ ହୁଏ । ଏହା ଆପଣଙ୍କର ଓଜନ, ହରମୋନ, ସ୍ମରଣଶକ୍ତି ଓ ମୁଡ ଉପରେ କୁପ୍ରଭାବ ପକାଇଥାଏ ।

exercizeଅଧିକ ତାପମାତ୍ରା ଥିବା ପରିବେଶରେ ଏକ୍ସରସାଇଜ୍ କରିବା ଦ୍ୱାରା ହାଟଷ୍ଟ୍ରୋକର ଆଶଙ୍କା ବଢ଼ିଥାଏ । ବିଶେଷଜ୍ଞଙ୍କ ମତରେ, ଆମ ଶରୀରରେ ତାପମାତ୍ରା ବୃଦ୍ଧି ପାଇବା ସମୟରେ ସ୍କ୍ରିନରେ ଅଧିକ ରକ୍ତ ପ୍ରବାହ ହୋଇଥାଏ । ଫଳରେ ମାଂସପେଶୀକୁ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ମିଳି ପାରିନଥାଏ । ଏହି କାରଣରୁ ମଣିଷର ସ୍ପନ୍ଦନ ତୀବ୍ର ହେବା ସହ ହାର୍ଟଷ୍ଟ୍ରୋକର ସମସ୍ୟା ସୃଷ୍ଟି ହୋଇଥାଏ ।

ସବୁବେଳେ ରାତିରେ କମ୍ ଖାଇବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ ଭାବୁଥିବେ ଦିନ ସାରା ଖିଆପିଆ ଠିକ୍‌ ହେଇନି ରାତିରେ ଭଲ କରି ଖାଇଦେଉଛି। ଯଦି ଏପରି କରୁଛନ୍ତି ତାହେଲେ ଏମିତି ବିଲକୁଲ ବି କରନ୍ତୁନାର୍ହି। ବରଂ ବ୍ରେକଫାଷ୍ଟ ଓ ଲଞ୍ଚ ସବୁବେଳେ ଅଧିକ ମାତ୍ରାରେ ଖାଇବା ଦରକାର । ରାତିରେ ଅଧିକ ଖାଇଲେ ଶରୀରକୁ ଅଧିକ କ୍ୟାଲୋରୀ ମିଳିଥାଏ, ଫଳରେ ତାହା ସହଜରେ ହଜମ ହୋଇନଥାଏ ବୋଲି କହିଛନ୍ତି ୟେଲେ ସ୍କୁଲ ଅଫ୍ ମେଡିସିନର ଜଣେ ପ୍ରଫେସର।

ଏହାବ୍ୟତୀତ ପ୍ରତ୍ୟେକ ମଣିଷଙ୍କୁ ନିଜ ନିଜର ଦାନ୍ତର ଯତ୍ନ ନେବା ଦରକାର । ଏହାର ଫଳସ୍ୱରୂପ ଆପଣଙ୍କର ସୁନ୍ଦରତା ବୃଦ୍ଧି ହେବା ସହ ମୁଖ ଦୁର୍ଗନ୍ଧ ଓ ମୁଖ ଗହ୍ୱର ଯନ୍ତ୍ରଣାରୁ ରକ୍ଷା କରାଇଥାଏ । ଏହାସହ ଯତ୍ନ ଠିକ୍ ସମୟରେ ନେବା ଦ୍ୱାରା ଗଳା ଓ ସିର ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ ।

medicineସାଧାରଣତଃ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ କିଛି ଲୋକ ପେନ କିଲର୍ସ ଅତ୍ୟଧିକ ସେବନ କରିଥାନ୍ତି । କିନ୍ତୁ ଆପଣ ହୁଏତେ ଜାଣିନଥିବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାକୁ ସେବନ କରିବାର କୁପ୍ରଭାବ ଶରୀର ଉପରେ ପଡ଼ିଥାଏ । ଏହାଦ୍ୱାରା ଅଲସର, ଉଚ୍ଚ ରକ୍ତଚାପ, ହାର୍ଟ ଆଟାର୍କ ପରି ଗମ୍ଭୀର ସମସ୍ୟା ଦେଖାଦେଇଥାଏ ।

ଯଦି ଡାକ୍ତର ଆପଣଙ୍କୁ କିଛି ବିଶେଷ ଡାଏଟ୍ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥାନ୍ତି, ତେବେ ତାହାକୁ କେବେବି ଅଣଦେଖା କରନ୍ତୁ ନାହିଁ । ହୃଦରୋଗ କ୍ଷେତ୍ରରେ ଡାକ୍ତର କମ୍ ଲୁଣ ବ୍ୟବହାର ପାଇଁ କହିଥାନ୍ତି । ଯଦି ଆପଣ ଏହା ନ ମାନି ଅଧିକ ଲୁଣ ବ୍ୟବହାର କରନ୍ତି, ତେବେ ଜୀବନ ବିପଦ ଆଡ଼କୁ ଠେଲି ହୋଇଯାଇଥାଏ ।

ପର୍ଯ୍ୟାପ୍ତ ମାତ୍ରାରେ ନ ଶୋଇବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଦୁର୍ବଳ ହୋଇଯାଇଥାଏ । ଫଳରେ ଚିଡ଼ଚିଡ଼ା ସ୍ୱଭାବ, ଡିପ୍ରେସନ୍, ଓଜନ ବୃଦ୍ଧି ଆଦି ପରିଲକ୍ଷିତ ହୋଇଥାଏ । ଏହା ସହ ଆପଣଙ୍କ ସ୍କ୍ରିନ୍ ଓ ଇମ୍ୟୁନ୍ ଉପରେ ଏହା ପ୍ରଭାବ ପକାଇବା ସହ ହାଇ ବ୍ଲଡପ୍ରେସର ସମସ୍ୟା ସୃଷ୍ଟି ହୋଇଥାଏ । ଏକ୍ସପର୍ଟଙ୍କ ମତରେ ଦୈନିକ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ ଦରକାର।

smokeଧୂମ୍ରପାନ କାରଣରୁ ୩୦ ପ୍ରତିଶତ ଲୋକ ହାର୍ଟ ଓ କ୍ୟାନସରରେ ମୃତ୍ୟୁବରଣ କରୁଥିବା ବେଳେ ୮୦ରୁ ୯୦ ପ୍ରତିଶତ ଲୋକ ଫୁସଫୁସ କ୍ୟାନସରରେ ପ୍ରାଣ ହରାଇଥାନ୍ତି । ସିଗାରେଟ୍, ବିଡ଼ି ସେବନ ଫଳରେ ମୁହଁ, ଗଳା, ବ୍ଲାଡର କ୍ୟାନସର ହୋଇଥାଏ । ତେଣୁ ଏହି ସମସ୍ତ ଦିଗ ପ୍ରତି ଆଜିଠାରୁ ସାବଧାନ ରହି ନିଜର ମୂଲ୍ୟବାନ ଜୀବନକୁ ବଞ୍ଚାଇବା ଦରକାର ।

ତେବେ ବର୍ତ୍ତମାନ ସମୟରେ କୋଭିଡ୍-୧୯ ଭ୍ୟାକ୍ସିନ୍ ନେବା ବହୁତ ଜରୁରୀ ହୋଇଗଲାଣି । ଯଦି ଆପଣ ଟିକା ନେବାକୁ ଅଣଦେଖା କରୁଛନ୍ତି, କିମ୍ବା ରାଜି ହେଉନାହାଁନ୍ତି ତାହେଲେ ଆପଣ ଭବିଷ୍ୟତରେ ବିପଦରେ ପଡ଼ିପାରନ୍ତି । ଡେଲ୍ଟା ପରି ଦିନକୁ ଦିନ ନୂଆ ନୂଆ ଭାରିଆଣ୍ଟ ସାମନାକୁ ଆସୁଥିବାରୁ ଟିକାର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି । ତେଣୁ ଟିକା ନେଇ ଆପଣ ଆପଣଙ୍କ ମୁଲ୍ୟବାନ ଜୀବନ ରକ୍ଷା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.