ନିର୍ମାଣ ହେବାକୁ ଯାଉଛି ‘ଗଦର ୨’, ଖୁବ୍ ଜଲ୍ଦି ଆରମ୍ଭ ହେବ ଶୁଟିଂ
୨୦୦୧ରେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ଗଦର: ଏକ ପ୍ରେମକଥା’ର ସିକ୍ୱେଲ ନିର୍ମାଣ ହେବାକୁ ଯାଉଛି। ଫିଲ୍ମ ମେକର୍ସ ‘ଗଦର ୨’ ଉପରେ କାମ ଆରମ୍ଭ କରି ଦେଇଛନ୍ତି। ରିପୋର୍ଟ ମୁତାବକ, ଅନିଲ ଶର୍ମା ନିଜ ପୁଅ ଉତ୍କର୍ଷ ଶର୍ମାଙ୍କ ସହିତ ‘ଗଦର ୨’ର ଶୁଟିଂ ପାଇଁ ପୂରାପୂରି ପ୍ରସ୍ତୁତ ଅଛନ୍ତି। ସେମାନେ ଖୁବ୍ ଜଲ୍ଦି ଫିଲ୍ମକୁ ନେଇ ଘୋଷଣା କରିବେ। ଫିଲ୍ମର ସ୍କ୍ରିପ୍ଟ ପୂର୍ବରୁ ହିଁ ପ୍ରସ୍ତୁତ ହୋଇ ସାରିଛି।
ଅଭିନେତ୍ରୀ ଅମିଷା ପଟେଲ ଗତ ଅଗଷ୍ଟ ମାସରେ ଗଦରର ଡାଇରେକ୍ଟର ଅନିଲ ଶର୍ମାଙ୍କ ସହିତ ଫଟୋ ସେୟାର କରିଥିଲେ ଏବଂ କହିଥିଲେ କି, ସେ ଫିଲ୍ମକୁ ନେଇ କଥାବାର୍ତ୍ତା କରିଛନ୍ତି। ଏଥି ସହିତ ସେ କ୍ୟାପସନରେ ଲେଖିଥିଲେ, ୨୦୨୨ରେ ଧମାଲ କରିବା ପାଇଁ ସେ ଆଉ ଅପେକ୍ଷା କରିପାରିବେ ନାହିଁ।
କହି ରଖୁଛୁ, ସନି ଦେଓ୍ଵଲ, ଅମିଷା ପଟେଲ ଓ ଅମରୀଶ ପୁରୀଙ୍କ ଅଭିନୀତ ଫିଲ୍ମ ‘ଗଦର’କୁ ସେହି ସମୟରେ ବକ୍ସ ଅଫିସରରେ ଜବରଦସ୍ତ ସଫଳତା ମିଳିଥିଲା। ଏହାର ଡାଏଲଗ୍ସ ଓ ଗୀତ ଖୁବ୍ ହିଟ୍ ହୋଇଥିଲା। ଏଥିରେ ଅମିଷା ସକିନା ଓ ସନି ଦେଓ୍ଵଲ ତାରା ସିଂର ଚରିତ୍ର ନିଭାଇଥିଲେ। ସେମାନଙ୍କ ପୁଅ(ଫିଲ୍ମରେ ବଡ଼ ହୋଇ ସାରିଥିବା ପୁଅ)ର ଚରିତ୍ର ଏବେ ‘ଗଦର ୨’ରେ ଉତ୍କର୍ଷ ନିଭାଇବେ। ସେ ୨୦୧୮ରେ ‘ଜିନିୟସ୍’ରୁ ବଲିଉଡ୍ରେ ପାଦ ଥାପିଥିଲେ।