IPL 2021 : ଆଜି ପରସ୍ପରକୁ ଭେଟିବେ ଦିଲ୍ଲୀ କ୍ଯାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ
ଚଳିତ ଆଇପିଏଲ୍-୧୪ରେ ୩୬ତମ ଲିଗ୍ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଦ୍ୱିତୀୟ ଭାଗରେ କ୍ୟାପିଟାଲ୍ସ ଓ ରୟାଲ୍ସ ନିଜ ନିଜର ପ୍ରଥମ ମୁକାବିଲା ଜିତି ଦୃଢ଼ ମନୋବଳରେ ରହିଛନ୍ତି । କ୍ୟାପିଟାଲ୍ସ ଦଳ ପ୍ରଥମ ଭାଗ ମ୍ୟାଚ୍ ପରାଜୟର ପ୍ରତିଶୋଧ ନେବା ସହ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଫେରି ପାଇବା ଲକ୍ଷ୍ୟରେ ରହିଛି । ମ୍ୟାଚ୍ ଅପରାହ୍ଣ ୩.୩୦ରେ ଆରମ୍ଭ ହେବ ।
ଗତ ଏପ୍ରିଲ ୧୫ ତାରିଖରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ରେ ରୟାଲ୍ସ ୩ ୱିକେଟ୍ରେ ବିଜୟୀ ହୋଇଥିଲା । କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ରିଷଭ ପନ୍ତଙ୍କ ଅର୍ଦ୍ଧଶତକ (୫୧) ବଳରେ ୮/୧୪୭ରନ୍ କରିଥିଲା । ଜବାବରେ ରୟାଲ୍ସ ୨ଟି ବଲ୍ ବାକି ଥାଇ ୭ ୱିକେଟ୍ ବିନିମୟରେ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । କ୍ୟାପିଟାଲ୍ସ ଦଳ ଦ୍ୱିତୀୟ ଭାଗର ପ୍ରଥମ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟ୍ରେ ହରାଇଥିଲା । ଦଳ ୯ଟି ମ୍ୟାଚ୍ରୁ ୭ଟି ବିଜୟ ସହ ମୋଟ ୧୪ପଏଣ୍ଟ ପାଇଛି । ରୟାଲ୍ସକୁ ହରାଇ ଦଳ ପ୍ଲେ-ଅଫ୍ ସ୍ଥାନ ଦୃଢ଼ କରିବାକୁ ପ୍ରୟାସ କରିବ । କ୍ୟାପିଟାଲ୍ସ ବ୍ୟାଟିଂ ବିଭାଗରେ ସାମ୍ନାରେ ରୟାଲ୍ସ ବୋଲିଂ ବିଭାଗର ଅସଲ ପରୀକ୍ଷା ହେବ ।
ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ୱୀ ଶ’, ଶିଖର ଧାୱନ, ଶ୍ରେୟାସ ଆୟର, ରିଷଭ ପନ୍ତ (ଅଧିନାୟକ), ଷ୍ଟିଭେନ୍ ସ୍ମିଥ୍, ସିମରନ ହେତମେୟର, ଅକ୍ଷର ପଟେଲ, ଆର୍ ଅଶ୍ୱିନ, କାଗିସୋ ରାବାଡ଼ା, ଆନରିଚ ନର୍ଜ, ଅଭେଶ ଖାନ୍ ।
ରାଜସ୍ଥାନ ରୟାଲ୍ସ: ଏଭିନ୍ ଲୁଇସ୍, ଯସଶ୍ୱୀ ଜୈସ୍ୱାଲ, ସଞ୍ଜୁ ସାମସନ (ଅଧିନାୟକ), ଲାଏମ୍ ଲିଭିଙ୍ଗଷ୍ଟୋନ, ମହିପାଲ ଲୋମରର, ରିୟାନ ପରାଗ, ରାହୁଲ ତେୱାତିଆ, କ୍ରିସ୍ ମୋରିସ୍, ଚେତନ ସକାରିୟା, କାର୍ତ୍ତିକ ତ୍ୟାଗୀ, ମୁସ୍ତାଫିଜୁର ରେହମାନ।