ନିଶା ପାଇଁ ସାନିଟାରୀ ପ୍ୟାଡ଼କୁ ବ୍ୟବହାର କରନ୍ତି ଏଠାକାର ଲୋକେ, କିନ୍ତୁ କାହିଁକି!

ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କିନ୍ତୁ ନିଶାରେ ଚୁର ହୋଇ ଏବେ କିଛି ଲୋକ ଖାଇବା ଆରମ୍ଭ କରିଛନ୍ତି ସାନିଟାରୀ ପ୍ଯାଡ଼୍। ଏହି ଘଟଣା ଦେଖିବାକୁ ମିଳିଛି ଇଣ୍ଡୋନେସିଆରେ । ଏଠାରେ ନିଶା ନେବା ପାଇଁ ଏକ ଅଭିନବ ରାସ୍ତା ବାଛିଛନ୍ତି ଯୁବପିଢ଼ି। ଯୁବକରୁ ଆରମ୍ଭ କରି ନାବାଳକ ନିଶା ପାଇଁ ଆବର୍ଜନାରେ ପଡ଼ିଥିବା ସାନିଟାରୀ ପ୍ଯାଡ଼ ଏବଂ ଡ଼ାଇପରକୁ ଖୋଜି ବାହାର କରୁଛନ୍ତି। ଆସନ୍ତୁ ନଜର ପକାଇବା କଣ ରହିଛି ସଂପୂର୍ଣ୍ଣ ଘଟଣା।

drugs

ଏପର୍ଯ୍ଯନ୍ତ ଆପଣ କେବଳ ଡ଼୍ରଗ୍ସ ଏବଂ ମଦ ନିଶା ବିଷୟରେ ଶୁଣିବାକୁ ପାଇଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ନିଶା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ହଠାତ୍ ବିଶ୍ବାସ କରିପାରିବେ ନାହିଁ। ଆଜ୍ଞା ହଁ, ଇଣ୍ଡୋନେସିଆରେ ମହିଳା ଏବଂ ଛୋଟ ପିଲାଙ୍କ ଦ୍ବାରା ବ୍ଯବହାର କରାଯାଇଥିବା ସାନିଟାରୀ ପ୍ଯାଡ଼ ଏବଂ ଡ଼ାଇପରକୁ ନିଶା ଭାବେ ବ୍ଯବହାର କରାଯାଉଛି। ଏଥିପାଇଁ ସେମାନେ ସାନିଟାରୀ ପ୍ଯାଡ଼ ଏବଂ ଡ଼ାଏପରକୁ ପାଣିରେ ଫୁଟାଇ ତାହାକୁ ଲିକ୍ଯୁଟ କରିବା ପରେ ତାହାକୁ ନିଶା ଭାବେ ଗ୍ରହଣ କରିଥାନ୍ତି।

ଇଣ୍ଡୋନେସିଆରେ ଏହି ନିଶା ନେଉଥିବା ୧୩-୧୬ବର୍ଷର ନାବାଳକଙ୍କୁ ଗିରଫ କରାଯାଇଥିଲା। ପୋଲିସ ରିପୋର୍ଟ ମୁତାବକ, ଏହି ସାନିଟାରୀ ପ୍ଯାଡ଼ ଫୁଟା ପାଣିକୁ ପିଇବା ପରେ ଲୋକଙ୍କୁ ପବନରେ ଉଡ଼ିଲା ଭଳି ଅନୁଭୂତ ହୋଇଥାଏ। ଗିରଫ ହୋଇଥିବା ଜଣେ ନାବାଳିକ ଅଭିଯୁକ୍ତ ଏହି କଥା ସ୍ବିକାର କରିଥିବା ଜଣାପଡ଼ିଛି। ସେ କହିଛି ସେ ଦିନରେ ପ୍ରାୟ ତିନିଥର ଏହି ନିଶା କରିଥାଏ।

sanitary

ବାସ୍ତବରେ ଯୁବକ ମାନେ ଅର୍ଥ ଅଭାବରୁ ସିଗାରେଟ,ମଦ ବା ଅନ୍ଯ କିଛି ନିଶା ଦ୍ରବ୍ଯ କିଣି ପାରିନଥାନ୍ତି। ଫଳରେ ସେମାନେ ଡ଼ଷ୍ଟବିନରୁ ସାନିଟାରୀ ପ୍ଯାଡ଼ ଏବଂ ଡ଼ାଇପର ନେଇ ତାହାକୁ ନିଶା ଭାବେ ନେଇଥାନ୍ତି।

ନିଶା ପାଇଁ ବ୍ଯବହାର କରାଯାଉଥିବା ଏହି ପକ୍ରିୟା ବହୁତ ହାନିକାରକ ହୋଇପାରେ। କାରଣ ସାନିଟାରୀ ପ୍ଯାଡ଼ରେ ସୋଡ଼ିୟମ ପଲିକ୍ରାଇଲେଟ ରହିଥାଏ। ଯାହା ପିରିୟଡ଼୍ସ ସମୟରେ ରକ୍ତ ଶୁଖାଇବାରେ ସହାୟକ ହୋଇଥାଏ। ଏହାକୁ ହିଁ ଲୋକ ନିଶା ଭାବେ ନେଇଥାନ୍ତି।

Leave A Reply

Your email address will not be published.