ବିଲେଇର ଅବିଶ୍ୱସନୀୟ କାର୍ଯ୍ୟ! ସିଡିରୁ ଖସି ପଡ଼ିବାକୁ ଥିବା ଶିଶୁର ଏମିତି ବଞ୍ଚାଇଲା ଜୀବନ, ଭିଡିଓକୁ ଦେଖି ସାରିଲେଣି ୯୦ ଲକ୍ଷରୁ ଅଧିକ ଲୋକ

ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ନିଶ୍ଚୟ ଆପଣଙ୍କ ମନକୁ ଛୁଇଁବ। ଭିଡିଓରେ ଦେଖାଯାଉଥିବା ଏକ ବିଲେଇ ଏମିତି ଏକ କାମ କରିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଏ ନେଇ ସମସ୍ତେ ବିଲେଇକୁ ପ୍ରଶଂସା କରିବାରେ ଲାଗିଛନ୍ତି।

ଏମିତିରେ ପଶୁପକ୍ଷୀମାନଙ୍କ ସହ ଜଡିତ ଅନେକ ପ୍ରକାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। କିନ୍ତୁ ଏବେ ଯେଉଁ ଭିଡିଓ ଭାଇରାଲ ହେଉଛି, ତାହା ବେଶ୍‌ ପ୍ରଶଂସାଯୋଗ୍ୟ। ଭିଡିଓରେ ଦେଖିବାକୁ ମିଳୁଛି କି, ଏକ ଶିଶୁ ଚଟାଣରେ ଗୁରୁଣ୍ଡି ଗୁରୁଣ୍ଡି ଖେଳୁଛି। ହଠାତ୍‌ ଏହି ସମୟରେ ସେ ସିଡିରୁ ଓହ୍ଲାଇବା ଆରମ୍ଭ କରୁଛି।

ଶିଶୁଟି ଯେମିତି ହିଁ ସିଡି ନିକଟରେ ପହଞ୍ଚି ଯାଉଛି, ତତ୍‌କ୍ଷଣାତ ସେଠାରେ ଥିବା ଏକ ବିଲେଇ ତା’ ଆଡକୁ ଚାହୁଁଛି ଏବଂ ଦ୍ରୁତ ଗତିରେ ଦୌଡ଼ି ଆସି ଶିଶୁକୁ ପାଟିରେ ପଛକୁ ଠେଲି ଦେଉଛି, ଯାହାଫଳରେ ଶିଶୁର ଜୀବନ ରକ୍ଷା ପାଇ ଯାଉଛି। ୨୩ ସେପ୍ଟେମ୍ବରରେ ଟ୍ୱିଟରରେ ସେୟାର ହୋଇଥିବା ୧୮ ସେକେଣ୍ଡର ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୯୦ ଲକ୍ଷରୁ ଅଧିକ ଭ୍ୟୁ ମିଳି ସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.