ପୁଣି ବଙ୍ଗୋପସାଗରେ ଆସୁଛି ଲଘୁଚାପ! ନେଇପାରେ ବାତ୍ୟାର ରୂପ

ନୂଆଦିଲ୍ଲୀ: ପୁଣି ବଙ୍ଗୋପସାଗରେ ଲଘୁଚାପ । ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସନ ନିକଲସ୍‌ଙ୍କ ଆକଳନ ଅନୁସାରେ ଆସନ୍ତା ସପ୍ତାହରେ ବଙ୍ଗୋପସାଗର ଆଣ୍ଡାମାନ ନିକଟରେ ଲଘୁଚାପ ସୃଷ୍ଟି ହେବ । ଏହା କ୍ରମଶଃ ଅବପାତରେ ପରିଣତ ହେବ । ପରେ ବାତ୍ୟାର ରୂପ ନେଇ ପୂର୍ବ ଭାରତ ଆଡକୁ ମୁହାଁଇବ ।

ଆମେରିକା GFS ମଡେଲ ଅନୁସାରେ ଏହା ବାତ୍ୟାର ରୂପ ନେଇପାରେ । ତେବେ ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.