ଜାହ୍ନବୀ କପୁର ହାତରେ କଲେ ‘Labbu’ ନାଁରେ ଟାଟୁ, ଜାଣନ୍ତୁ କିଏ ସେହି ଲବୁ ?

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିଜ ଛୁଟି ମନାଉଥିବା ଫଟୋକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଜାହ୍ନବୀ କପୁର ଏବେ କାମ ଠାରୁ ଦୂରେଇ ଯାଇ ନିଜ ଜୀବନକୁ ଉପଭୋଗ କରୁଛନ୍ତି। ସାଙ୍ଗମାନଙ୍କ ସହିତ ବୁଲିବାକୁ ଯାଉଛନ୍ତି। ଏବେ ଜାହ୍ନବୀ ହାତରେ କରିଥିବା ନୂଆ ଟାଟୁକୁ ନେଇ ଚର୍ଚ୍ଚାରେ।

ଜାହ୍ନବୀ ଇନଷ୍ଟାଗ୍ରାମରେ ବହୁତ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଏଥିରେ ଟାଟୁ କରିଥିବା ଦେଖିବାକୁ ମିଳିଛି। ଏହି ଟାଟୁରେ ଜାହ୍ନବୀ ହାତରେ ‘I love you my labbu’। ଏମିତିରେ ଫ୍ଯାନ ଏବଂ ସୋସିଆଲ ମିଡିଆ ୟୁଜର୍ସ ଲବ୍ବୁ କିଲ ଏବଂ ଏହାର ଅର୍ଥ କ’ଣ ପଚାରୁଛନ୍ତି।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ଲବ୍ବୁ ଆଉ କେହି ନୁହେଁ ନିଜେ ଜାହ୍ନବୀ କପୁର। ଜାହ୍ନବୀଙ୍କୁ ମା’ ଶ୍ରୀଦେବୀ ଲବ୍ବୁ କହି ଡାକନ୍ତି। ଶ୍ରୀଦେବୀଙ୍କୁ ଟାଟୁ କରିବା ବିଲକୁଲ ପସନ୍ଦ ନୁହେଁ, ତେଣୁ ଜାହ୍ନବୀ ଟାଟୁ କରିବାକୁ ଡରନ୍ତି। କିନ୍ତୁ ଏବେ ମା’ ଡାକୁଥିବା ନା’ରେ ସାହସ କରି ଲେଖିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.