୫୧ ବର୍ଷ ପରେ ପୋଲିସକୁ ମିଳିଲା ହଜି ଯାଇଥିବା ପର୍ସ, ମାଲିକ ପର୍ସ ଖୋଲିଲେ ତ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ

ବେଳେବେଳେ କାହାର ହଜିଯାଇଥିବା ଜିନିଷ ଖୋଜିବାରେ ବହୁତ ସମୟ ଲାଗି ଯାଇଥାଏ। କିନ୍ତୁ ଆମେରିକାରୁ ଏମିତି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ପୋଲିସ ୫୧ ବର୍ଷ ପରେ ଜଣେ ବ୍ୟକ୍ତିଙ୍କର ହଜିଯାଇଥିବା ପର୍ସ ଫେରି ପାଇଛି। ଆଶ୍ଚର୍ଯ୍ୟର କଥା, ଯେତେବେଳେ ମାଲିକ ପର୍ସ ଖୋଲିଥିଲେ, ତ ସେଥିରେ ଥିବା ସମସ୍ତ ଡକ୍ୟୁମେଣ୍ଟ ଯେମିତିକୁ ସେମିତି ସୁରକ୍ଷିତ ରହିଥିଲା।

ବାସ୍ତବରେ, ଏହି ଘଟଣା ଆମେରିକାର କାନସାସ୍ ରାଜ୍ୟରୁ ଆସିଛି । ପୋଲିସ କହିଛି ଯେ ୧୯୭୦ରେ ଜଣେ ବ୍ୟକ୍ତିଙ୍କ ପର୍ସ ହଜି ଯାଇଥିଲା। ସେହି ସମୟରେ ପୋଲିସ ଖୋଜାଖୋଜି କରିଥିଲେ ମଧ୍ୟ ତାହା ମିଳିପାରି ନ ଥିଲା। ୨୦୨୧ରେ ଗ୍ରେଟ୍ ବେଣ୍ଡ୍ ପୋଲିସକୁ ଉକ୍ତ ବ୍ୟକ୍ତିଙ୍କର ହଜିଯାଇଥିବା ପର୍ସ କେଉଁଠାରୁ ମିଳି ଯାଇଥିଲା। ଯଦିଓ ଏହା କୁହାଯାଇ ନାହିଁ କି, ପର୍ସ କେଉଁଠାରୁ ମିଳିଲା। ତେବେ ପୋଲିସ ପର୍ସ ମାଲିକଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲା, ଶେଷରେ ବ୍ୟକ୍ତି ଜଣକ କାନସାସର ଲରେନ୍ସରେ ମିଳି ଯାଇଥିଲେ।

ଯେତେବେଳେ ପୋଲିସ ତାଙ୍କୁ ଏହି ପର୍ସ ଦେଇଥିଲା, ତ ଘଟଣାକୁ ମନେ ପକାଇବା ପାଇଁ ବ୍ୟକ୍ତିଙ୍କୁ ବହୁତ ସମୟ ଲାଗିଥିଲା। ସବୁକିଛି ମନେ ପଡ଼ିବା ପରେ ସେ ତୁରନ୍ତ ପର୍ସକୁ ଚିହ୍ନି ଖୋଲିବା ଆରମ୍ଭ କରିଥିଲେ। ଆଉ ପର୍ସ ଖୋଲୁ ଖୋଲୁ ଭିତରେ ସମସ୍ତ ଜିନିଷ ସୁରକ୍ଷିତ ଥିବା ଦେଖି ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସ୍ଥାନୀୟ ପୋଲିସ ବିଭାଗ ସୋସିଆଲ ମିଡିଆରେ ଏହି ଘଟଣାର ବିସ୍ତୃତ ବିବରଣୀ ଦେଇଛି। ପୋଲିସ ଲେଖିଛି ଯେ ନିକଟରେ ଜଣେ ନାଗରିକ ପୋଲିସ ବିଭାଗକୁ ଏକ ପର୍ସ ହସ୍ତାନ୍ତର କରିଥିଲେ। ଏହି ପର୍ସରେ ପୋଲିସ ଅଧିକାରୀମାନେ ସାମାଜିକ ସୁରକ୍ଷା କାର୍ଡ ଏବଂ ଡ୍ରାଇଭିଂ ଲାଇସେନ୍ସ ସମେତ ଅନ୍ୟାନ୍ୟ ଜିନିଷ ପାଇଥିଲେ। ଲାଇସେନ୍ସର ସମୟ ସୀମା ୧୯୭୪ରୁ ହିଁ ସମାପ୍ତ ହୋଇଯାଇଥିଲା। ଏହାପରେ ଅଧିକାରୀମାନେ ପର୍ସ ମାଲିକଙ୍କ ସହ ଯୋଗାଯୋଗ କରି ପର୍ସକୁ ହସ୍ତାନ୍ତର କରିଥିଲେ। ଜଣାପଡ଼ିଛି କି, ବ୍ୟକ୍ତି ଜଣକ ନିଜ ହାତରେ ଉକ୍ତ ପର୍ସ ତିଆରି କରିଥିଲେ, ହେଲେ ତାହା ହଜି ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.