ସିଲିଣ୍ଡରର ପ୍ରକାର ଓ ଏହାର ପ୍ରତ୍ୟେକ ରଙ୍ଗର ଅର୍ଥ କ’ଣ, ଜାଣନ୍ତୁ

ସବୁ ଘରେ ଏଲପିଜି ଗ୍ୟାସ ସିଲିଣ୍ଡରକୁ ରୋଷେଇ ପାଇଁ ବ୍ୟବହାର କରାଯାଏ। କିନ୍ତୁ କେବେ ଆପଣଙ୍କ ମନରେ ଏହାର ରଙ୍ଗକୁ ନେଇ କିଛି ପ୍ରଶ୍ନ ଆସିଛି ? ପ୍ରଶ୍ନ ହୁଏତ ଛୋଟ ହୋଇପାରେ କିନ୍ତୁ ପ୍ରାୟତଃ କାହାକୁ ଏହାର ଉତ୍ତର ଜଣା ନଥିବ। ଯାହାକୁ ଜାଣିବା ଆମର ନିହାତି ଆବଶ୍ୟକ।
କେବଳ ଏଲପିଜି ନୁହେଁ ବରଂ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସିଲିଣ୍ଡରର ମଧ୍ୟ ଏକ ସ୍ପେଶିଫିକ ରଙ୍ଗ ରହିଛି। ତାହା ପଛରେ କାରଣ ମଧ୍ୟ ରହିଛି। ଯାହା ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବୁ ।

ସାଧାରଣତଃ ଏଲପିଜି ଗ୍ୟାସ ସିିଲିଣ୍ଡର ନାଲି ରଙ୍ଗର ହୋଇଥାଏ। indane, hp କିମ୍ବା bharat ଆପଣ ଯେଉଁ ଗ୍ୟାସ ସିଲିଣ୍ଡର ବି ବ୍ୟବହାର କରନ୍ତୁ ସବୁର ରଙ୍ଗ ନାଲି ହୋଇଥାଏ। ଭାରତର ଅନେକ ସ୍ଥାନରେ ଏହି ଗ୍ୟାସ୍‌ର ଉପଲବ୍ଧି ହେଉଛି। ତେବେ ଦେଶର ସବୁ ଗ୍ୟାସ ସିଲିଣ୍ଡର ନାଲି ରଙ୍ଗର ହୋଇଥାଏ ।

ଏହା ପଛରେ ମୁଖ୍ୟତଃ ୨ଟି କାରଣ ରହିଛି। ଏହି ଗ୍ୟାସ ବହୁତ ଖତରନାକ ହୋଇଥାଏ। ଟିକେ ଅସାବଧାନତା ହେଲେ କେତେବେଳେ ବି ଦୁର୍ଘଟଣା ଘଟିଯାଇପାରେ। ସେଥିପାଇଁ ଏହା ଉପରେ ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଆମେ ଏମିତି ବି କହିପାରିବା ଯେ ଏହା ବିପଦର ସଙ୍କେତ। ତେଣୁ ଏହାର ରଙ୍ଗ ନାଲି ହୋଇଥାଏ । ଏହି ସିଲିଣ୍ଡର ଶୀଘ୍ର ନିଆଁ ଧରିଦିଏ । ଜୀବନ ପାଇଁ ଏହା କେତେବେଳେ ବି ଘାତକ ସାଜିପାରେ। ସେଥିପାଇଁ ସିଲିଣ୍ଡରକୁ ପ୍ରପର ଚେକ୍‌ କରି ରଖାଯାଏ । ଏହାସହ ଏକ୍ସପାରୀ ଡେଟ ମଧ୍ୟ ଦେଖାଯାଏ। କାରଣ ସିଲିଣ୍ଡର ଟିକେ ଲିକ୍‌ ହେଲେ ଏହା ଜୀବନ ନେଇପାରେ। ତେଣୁ ଏହାକୁ ସାବଧାନତା ସହ ବ୍ୟବହାର କରିବା ଉଚିତ।

ଏହାସହ ସିଲିଣ୍ଡରର ତଳ ଭାଗରେ ଥିବା ରାଉଣ୍ଡଜୋନରେ ଆପଣ ବଡ଼ ବଡ଼ କଣା ଥିବାର ଦେଖିବେ, ଏହା ପଛରେ ମଧ୍ୟ କାରଣ ରହିଛି । ସିଲିଣ୍ଡରର ତାପମାତ୍ରାକୁ ନିୟନ୍ତ୍ରଣ ରଖିବା ପାଇଁ ଏମିତି କରାଯାଇଥାଏ। ଏହି ଗ୍ୟାସ ତୈଳ ପଦାର୍ଥର ହୋଇଥାଏ ତେଣୁ ତଳେ ପବନ ଯିବା ଆସିବା କରିବା ପାଇଁ କଣା ବା ହୋଲ କରାଯାଇଥାଏ।

ତେବେ ଏଭଳି ଭାବେ ଅକ୍ସିଜେନ ସିଲିଣ୍ଡର ଗ୍ୟାସକୁ ଧଳା ରଙ୍ଗ, କାର୍ବନ ଡାଇଅକ୍ସାଇଡ ସିଲିଣ୍ଡରକୁ ଗ୍ରେ ରଙ୍ଗ, ନାଇଟ୍ରୋଜେନ ଗ୍ୟାସ ସିଲିଣ୍ଡରକୁ କଳା ରଙ୍ଗ ଏବଂ ନାଇଟ୍ରସ ଅକ୍ସାଇଡ ସିଲିଣ୍ଡରରେ ନୀଳ ରଙ୍ଗ ଦିଆଯାଇଥାଏ । ଏହାଦ୍ୱାରା ଆପଣ ରଙ୍ଗ ଦେଖି ସିଲିଣ୍ଡରକୁ ସହଜରେ ଚିହ୍ନିପାରିବେ। ଏଲପିଜି ସିଲିଣ୍ଡରକୁ ନେଇ ଅନେକ ଦୁର୍ଘଟଣା ଏବେ ସାମ୍ନାକୁ ଆସୁଛି। ସେଥିପାଇଁ ଏଲପିଜି ସିଲିଣ୍ଡରକୁ ନେଇ ଅନେକ ଇନସୁରାନ୍ସ ବ୍ୟବସ୍ଥା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.