ରେଢାଖୋଲ(କେନ୍ଯୁଜ୍): ମା’, ସମସ୍ତଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ପ୍ରତ୍ୟେକ ମଣିଷ ପାଇଁ ଦୁନିଆର ସବୁ ସମ୍ପର୍କଠାରୁ ବଡ଼ ହୋଇଥାଏ ମା’ର ସମ୍ପର୍କ। ମା’ ନିଜ ଛୁଆକୁ ସବୁ ପରିସ୍ଥିତିରେ ଏବଂ ସବୁ ସମୟରେ ସାଥ୍ ଦେଇଥାଏ। ମା’ ଭଳି କେହି ହୋଇପାରିବେ ନାହିଁ। କିନ୍ତୁ ସନ୍ତାନ ମାନେ କଣ ମା ପ୍ରତି ଥିବା ତାଙ୍କର ସବୁ କର୍ତ୍ତବ୍ଯ ନିଭାଇଥାନ୍ତି ?
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରେଢାଖୋଲ ବ୍ଲକ୍ କଦଳୀଗଡ ବସ ଷ୍ଟାଣ୍ଡର। ଅସହାୟ ଅବସ୍ଥାରେ ବ୍ରୁଦ୍ଧା ମହିଳା ଜଣକ ଆଜିକୁ ଛଅ ଦିନ ହେଇଗଲାଣି ଏଠାରେ ପଡି ରହିଛି ନିଜ ଭାଗ୍ଯକୁ ଆଦରି। କେତେ ଖୁସି ହୋଇନଥିବ ଏଇ ମାଟି ଯେତେବେଳେ ତା କୋଳରେ ପୁଅଟିଏ ଜନ୍ମ ହୋଇଥିବ। ହେଲେ ସେ ଖୁସି ଆଜି ଏଇ ବୁଢୀ ମାଟିକୁ ଭାରି ପଡିଛି । ପୁଅ ଜନ୍ମ କରି ଆଜି ଘରୁ ତଡା ଖାଇଛି ମାଟି, ଆଉ ବୋହୂ ବା ଏଥିରେ କେମିତି ସାମିଲ୍ ନଥିବ।
ବ୍ରୁଦ୍ଧା ଜଣକ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତର ଓରୋଡା ଗ୍ରାମର ଦର୍ପଣି ପ୍ରଧାନ। ବୟସ ପାଖାପାଖି ୮୫ବର୍ଷ। ବ୍ରୁଦ୍ଧା ମହିଳାଙ୍କ କଥା କିଛିଦିନ ହେବ ତାଙ୍କ ପୁଅ ସଂସାର ପ୍ରଧାନ ଏବଂ ବୋହୂ ନିଯ୍ଯାତନା ଦେବା ସହ ତାଙ୍କୁ ପିଟା ମରା କରିବା ସହ ଘରୁ ବାହାର କରିଦେଇଛନ୍ତି । ଯାହାଫଳରେ ସେ ଆସି କଦଳୀଗଡ ବସ ଷ୍ଟାଣ୍ଡରେ ଆଶ୍ରୟ ନେଇଛନ୍ତି। କିଏ କେତେ ବେଳେ କିଛି ଦେଲେ ତାକୁ ଖାଉଛନ୍ତି । ଏବଂ ସେଠାରେ ହିଁ ରହୁଛନ୍ତି । ତେବେ ଏ ବାବଦ ରେ ବ୍ରୁଦ୍ଧା ମହିଳା ଜଣକ ଆଗରୁ ବହୁତ ଥର କିଆକଟା ଥାନାରେ ଜଣେଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି ବ୍ରୁଦ୍ଧା ମହିଳା ।
ଏହି ଘଟଣା ଘଟିବାର କିଛି ଦିନ ବିତିଗଲାଣି। ହେଲେ ପୁଅ, ବୋହୂଙ୍କ ରାଗ କମିନି। ବ୍ରୁଦ୍ଧା ମାଟି କୁଆଡେ ଗଲା କୋଉଠି ରହିଲା କିଛି ଫରକ ପଡୁନି ସେମାନଙ୍କୁ । ବୋହୂ କଥା ତ ଛାଡ ପୁଅକୁ ତ ୧୦ମାସ ଗର୍ଭରେ ରଖି ଜନ୍ମ ଦେଇଥିଲା ନା ମା। କଣ ସବୁ ଭୁଲିଗଲା ସେ । ଆଉ କେତେ ଦିନ ବା ବଞ୍ଚିବ ଏଇ ବୁଢୀ ମା ଟି, ହେଲେ କଣ କରିବ ଆପଣା ସୁନା ତ ଭେଣ୍ଡି କହିବ ବା କାହାକୁ । ତେବେ ଏ ବୁଢୀ ମାଟିର ତୁରନ୍ତ କିଛି ବ୍ଯବସ୍ଥା କରାଯିବା ସହିତ କୁଳାଙ୍ଗାର ପୁଅ, ବୋହୂଙ୍କ ବିରୋଧରେ ଉଚିତ୍ କାଯ୍ଯନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି ।