ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଜାରି ରହିଛି ଚିକିତ୍ସା

ନୂଆଦିଲ୍ଲୀ(କେ ନ୍ୟୁଜ):  ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅସୁସ୍ଥ । ବୁଧବାର ତାଙ୍କ ଦେହ ଅଚାନକ ଖରାପ ହୋଇଯାଇଥିବା ବେଳେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇ ଚିକିତ୍ସିତ ହେଉଥିବା ନେଇ ଖବର ମିଳିଛି । ଅନ୍ୟପକ୍ଷରେ ଅନ୍ୟତମ କଂଗ୍ରେସ ନେତା ପ୍ରଣବ ଝା ଟ୍ୱିଟର ଯୋଗେ କହିଛନ୍ତିକି, ଶ୍ରୀ ସିଂହଙ୍କ ଦେହ ବର୍ତ୍ତମାନ ସୁସ୍ଥ ଅଛି । କେବଳ ରୁଟିନ ଚିକିତ୍ସା ପାଇଁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଯଦି ଆଗକୁ ଯଦି କିଛି ଅପଡେଟ ଦେବାକୁ ପଡେ ତେବେ ସେ ନିଶ୍ଚିତ ରୂପେ ଦେବେ ବୋଲି କହିଛନ୍ତି । ଏହା ପୂର୍ବରୁ ଏକ ରିପୋର୍ଟରେ ଦର୍ଶାଯାଇଥିଲାକି ଶ୍ରୀ ସିଂହଙ୍କୁ ହାଲୁକା ଜ୍ୱର ହୋଇଛି । ଏହା ସହ ସେ ଦୁର୍ବଳ ଅନୁଭବ କରୁଛନ୍ତି । ଯାହା ପରେ ତାଙ୍କୁ ଏମ୍ସରେ ରଖାଯାଇ ଚିକିତ୍ସା କରାଯାଉଛି ।

ଗତ ମାସ ଅର୍ଥାତ ସେପ୍ଟେମ୍ବର ୨୬ ତାରିଖରେ ମନମୋହନଙ୍କୁ ୮୯ ବର୍ଷ ପୁରିଛି । ଚଳିତ ବର୍ଷ ଏପ୍ରିଲ ମାସରେ କରୋନାରେ ଗୁରୁତର ସଂକ୍ରମିତ ହୋଇ ସେ ପ୍ରଥମେ ଘରେ ଓ ପରେ ଏମ୍ସରେ ରହି ଚିକିତ୍ସିତ ହେଉଥିଲେ । ସେ ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ହର୍ଷବର୍ଧନ ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ତଦାରଖ କରୁଥିଲେ । ଗତ ବର୍ଷ ମେ ମାସରେ ଛାତି ଯନ୍ତ୍ରଣା କାରଣରୁ ତାଙ୍କୁ ଥରେ ଏମ୍ସରେ ଭର୍ତ୍ତି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.