KKR ଠାରୁ ମ୍ଯାଚ ହାରିବା ପରେ କାନ୍ଦି ପକାଇଲେ ଋଷଭ ପନ୍ତ ଓ ପୃଥି ଶ’, ଭିଡିଓ ଭାଇରଲ
ଦିଲ୍ଲୀ କ୍ଯାପିଟାଲ୍ସକୁ ୩ ୱିକେଟରେ ହରାଇବା ପରେ ଆଇପିଏଲ୍ ଫାଇନାଲରେ ପହଞ୍ଚିଛି କୋଲକତା ନାଇଟ ରାଇଡର୍ସ। ୩ୟ ଥର ପାଇଁ ଆଇପିଏଲ ଫାଇନାଲରେ ପ୍ରବେଶ କରି କୋଲକତା। ଶେଷ ଓଭରରେ କେକେଆରକୁ ୭ ରନ୍ ଦରକାର ଥିଲା। ଅଶ୍ବିନ ଶେଷ ଓଭରରେ ୨ ୱିକେଟ ନେଇ କୋଲକତା ଠାରୁ ବିଜୟ ଛଡାଇ ଆଣିଥିଲେ କିନ୍ତୁ ରାହୁଲ ତ୍ରିପାଠୀ ଶେଷ ବଲରେ ଛକା ପାଇଁ କୋଲକତାର ବିଜୟକୁ ପକ୍କା କରିଦେଇଥିଲେ।
ଦିଲ୍ଲୀ କ୍ଯାପିଟାଲ୍ସ ମ୍ଯାଚ ହାରିବା ପରେ ଋଷଭ ପନ୍ତ ବହୁତ ଭାବବିହ୍ବଳ ହୋଇପଡିଥିଲେ। ତାଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ପନ୍ତ ଏତେ ମାତ୍ରାରେ ଭାବିବହ୍ବଳ ହେବା ଦେଖି ପଏଣ୍ଟିଂ ତାଙ୍କୁ ସାନ୍ତ୍ବନା ଦେଇଥିଲେ। କେକେଆର ଠାରୁ ହାରିବା ପରେ କେବଳ ପନ୍ତ ନୁହେଁ ଅନ୍ଯ ଖେଳାଳି ମଧ୍ୟ ନିରାଶ ହୋଇପଡିଥିଲେ। ପନ୍ତ ନୁହେଁ ପୃଥି ଶ’ ମଧ୍ୟ କାନ୍ଦୁଥିବା ଦେଖିବାକୁ ମିଳିଥିଲା।
Chin up champ @PrithviShaw . We are proud of you. #DelhiCapitals @DelhiCapitals pic.twitter.com/sKYczXAJOz
— Arpan (@ThatCricketHead) October 13, 2021
ସୂଚନାଯୋଗ୍ଯ, କେକେଆରର ଏହି ବିଜୟ ପଛରେ ଭେଙ୍କେଟେଶ ଅୟରଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଛି। ଅୟର ୫୫ ରନ କରିଥିଲେ। ଏହାଛଡା ଶୁଭମନ ଗିଲ ୪୬ ରନ କରିଥିଲେ। ଦିଲ୍ଲୀ ପୂର୍ବରୁ ବ୍ଯାଟିଂ କରି ୨୦ ଓଭରରେ ୫ ୱିକେଟ ହରାଇ ୧୩୫ ରନ କରିଥିଲା।
କେକେଆର ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କ ବୋଲିଂ ବେଶ କମାଲ କରିଥିଲା। ୪ ଓଭରରେ ୨୬ ରନ ଦେଇ ୨ଟି ଉଇକେଟ ନେଇଥିଲେ। ଦିଲ୍ଲୀ ଦ୍ବିତୀୟ ଥର ପାଇଁ ଆଇପିଏଲ ଟ୍ରଫି ଜିତିବାରେ ପଛରେ ରହିଗଲା।
ଅକ୍ଟୋବର ୧୫ରେ କୋଲକତା ଏବଂ ଚେନ୍ନାଇ ମଧ୍ୟରେ ଆଇପିଏଲ ଫାଇନାଲ ମ୍ଯାଚ ଖେଳାଯିବ। ଫାଇନାଲ ମ୍ଯାଚ ଦୁବାଇ କ୍ରିକେଟ ଷ୍ଟାଡିଅମରେ ଖେଳାଯିବ। ଏପର୍ଯ୍ଯନ୍ତ ଚେନ୍ନାଇ ୩ଥର ଆଇପିଏଲ ଟାଇଟଲ ଟ୍ରଫି ହାସଲ କରିସାରିଛି।