ଆପଣ ନିଶ୍ଚିତ ରୂପେ ମୁଗ ଡାଲି ଖାଇଥିବେ । ଘରେ ବିଭିନ୍ନ ପ୍ରକାରର ଡାଲି ଓ ଡାଲମା ପ୍ରସ୍ତୁତ ବନେଇ ଖାଇଥିବୁ । କିନ୍ତୁ କେବେ ସେହି ମୁଗ ଡ଼ାଲିକୁ ଏକ ଭିନ୍ନ ତଡକା ଦେବାକୁ ଚେଷ୍ଟା କରିଛନ୍ତିକି । ତେବେ ଆଜି ମୁଗ ଡାଲିକୁ ନେଇ ଏକ ନୂଆ ରେସିପି ଶିଖି ରଖନ୍ତୁ । ଆଉ ସବୁଠୁ ଖାସ କଥା ହେଉଛି ଆପଣ ଏହି ଡ଼ାଲିକୁ ରୁଟି, ଚପାତି କିମ୍ବା ପରଠା ସହିତ ଖାଇ ପାରିବେ । ଖୁବ ସହଜରେ ଖୁବ କମ ସାମଗ୍ରୀରେ ଆପଣ ଏହାକୁ ବନାଇ ପାରିବେ । ତେବେ ଆସନ୍ତୁ ଜାଣିବା ମୁଗ ଡ଼ାଲିକୁ ଆପଣ ପ୍ରେସର କୁକରରେ କେମିତି ଏକ ଭିନ୍ନ ସ୍ୱାଦ ଦେଇ ପ୍ରସ୍ତୁତ କରିବେ । ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ:
ଗୋଟେ କପ ମୁଗ ଡ଼ାଲି
ଅଧ ଚାମଚ ହଳଦୀ ଗୁଣ୍ଡ
ଗୋଟେ ଚାମଚ ଲୁଣ
୨ କପ ପାଣି
ଗୋଟେ ଚାମଚ ଘିଅ କିମ୍ବା ବଟର
୨ ରୁ ୩ ପାଖୁଡା ରସୁଣ
ଗୋଟେ ଚାମଚ ଜିରା
ଗୋଟେ ଚାମଚ ଧନିଆ ପତ୍ର
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ମୁଗ ଡ଼ାଲିକୁ ଧୋଇ ଦିଅନ୍ତୁ
ଏବେ ଏକ ପ୍ରେସର କୁକରରେ ଡ଼ାଲି, ଲୁଣ, ହଳଦୀ ଗୁଣ୍ଡ, ପାଣି ଦେଇ ସିଝାନ୍ତୁ ।
ଏବେ 2 ଟି ହ୍ୱିସିଲ ବାହାରିବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ ।
ପ୍ରେସର ବାହାରିବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ ।
ଏବେ ପାଣିକୁ ବାହାର କରି ସିଝି ଯାଇଥିବା ଡାଲିକୁ ଏକ ସର୍ଭିଙ୍ଗ ବାଉଲକୁ କାଢ଼ି ନିଅନ୍ତୁ ।
ଏବେ ଚୁଲିରେ ଏକ ପ୍ୟାନ ବସାନ୍ତୁ ।
ସେଥିରେ ଘିଅ ଦିଅନ୍ତୁ । ସେଥିରେ ଜିରା ଓ ଚୁନଚୁନ କଟା ଯାଇଥିବା ରସୁଣ ଦିଅନ୍ତୁ ।
ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଧ୍ୟାନରେ ରଖିବେ ଯେମିତି ରସୁଣ ପୁରା ସିଝି ନଯାଏ ।
ଏବେ ଲଙ୍କା ଗୁଣ୍ଡ ଦିଅନ୍ତୁ । ଧନିଆ ପତ୍ର ଦେଇ ସଜାଇ ଦିଅନ୍ତୁ । ଆପଣଙ୍କ ଡାଲି ଏବେ ପ୍ରସ୍ତୁତ ହୋଇଗଲା ।