ରିଲିଜ୍‌ ହେବ ‘Jab We Met’ର ଦ୍ୱିତୀୟ ଭାଗ, ଅଭିନୟ କରିବେ କରିସ୍ମା କପୁର!

କରୀନା କପୁରଙ୍କ ଅଭିନୀତ ଫିଲ୍ମ ‘ଜବ ଓ୍ଵି ମେଟ୍‌’ ଅଭିନେତ୍ରୀଙ୍କ ପାଇଁ ଏକ ମାଇଲ୍‌ ଷ୍ଟୋନ ସାବ୍ୟସ୍ତ ହୋଇଥିଲା। ଏବେ ଖବର ଆସୁଛି କି, ‘ଜବ ଓ୍ଵି ମେଟ୍‌’ର ଦ୍ୱିତୀୟ ଭାଗ ପ୍ରସ୍ତୁତ ହେଉଛି ଏବଂ ଏହି ଫିଲ୍ମରେ କରୀନାଙ୍କ ଭଉଣୀ କରିସ୍ମା କପୁର ନଜର ଆସିବେ। ଖାସ୍‌ କଥା ହେଉଛି ଯେ ଏହି କଥାର ସୂଚନା ସେ ନିଜେ ହିଁ ଏକ ଭିଡିଓ ମାଧ୍ୟମରେ ଦେଇଛନ୍ତି।

କରିସ୍ମା କପୁର ୯୦ ଦଶକର ସେହି ନାମ, ଯାହାକି ସେତେବେଳେ ସମସ୍ତଙ୍କ ମୁହଁରେ ରହିଥିଲା। ଲୋକେ କରିସ୍ମାଙ୍କ ଫିଲ୍ମ ଦେଖି ତାଙ୍କର ସୁନ୍ଦରତା ଏବଂ ଅଭିନୟକୁ ଖୁବ୍‌ ପ୍ରଶଂସା କରୁଥିଲେ। ଆଜି ମଧ୍ୟ ତାଙ୍କର ହିଟ୍‌ ଗୀତଗୁଡ଼ିକରେ ଲୋକେ ଠୁମ୍‌କା ଲଗାଉଛନ୍ତି। ହୋଇପାରେ କରିସ୍ମା ଏବେ ଫିଲ୍ମି ଲାଇମ୍‌ଲାଇଟଠାରୁ ଦୂରେଇ ଯାଇଛନ୍ତି, କିନ୍ତୁ ଲୋକପ୍ରିୟତା ମାମଲାରେ ଆଜି ମଧ୍ୟ କୌଣସି ଅଭିନେତ୍ରୀଙ୍କଠାରୁ କମ୍‌ ନୁହନ୍ତି। ଏହି କାରଣରୁ ସୋସିଆଲ ମିଡିଆରେ କରିସ୍ମା କପୁରଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେ ଫିଲ୍ମରେ ନଜର ଆସୁ ନ ଥିଲେ ମଧ୍ୟ ବିଭିନ୍ନ ଟିଭି ଶୋ’ ଏବଂ ପ୍ରୋଜେକ୍ଟ ଆଦିରେ ବହୁତ ବ୍ୟସ୍ତ ରହୁଛନ୍ତି।

ସୋସିଆଲ ମିଡିଆରେ ଏହି ଅଭିନେତ୍ରୀ ନିଜର ଫଟୋ ଏବଂ ଭିଡିଓଗୁଡ଼ିକୁ ନେଇ ସବୁବେଳେ ଛାଇ ରୁହନ୍ତି। ତାଙ୍କର ଏକ ନୂଆ ଭିଡିଓ ଏବେ ଇଣ୍ଟରନେଟ୍‌ରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ନିଜ ଅଫିସିଆଲ ଇନ୍‌ଷ୍ଟା ଆକାଉଣ୍ଟରେ ଏକ ଭିଡିଓ ଅପଲୋଡ୍‌ କରିଛନ୍ତି। ଏଥିରେ ତାଙ୍କ ନିଜର ହିଁ କଣ୍ଠ ଶୁଣିବାକୁ ମିଳୁଛି। ଭିଡିଓରେ ଦେଖାଯାଉଛି ଯେ କରିସ୍ମା ଡ୍ରେସିଂ ଟେବୁଲ ସାମ୍ନାରେ ବସିଛନ୍ତି ଏବଂ ଫୋନ୍‌ରେ କଥା ହୋଇ ମିରର୍‌ ଦେଖୁଛନ୍ତି। ଫୋନରେ ସେ ନିଜ ସାନ ଭଉଣୀ ବେବୋ ଅର୍ଥାତ୍‌ କରୀନା କପୁରଙ୍କ ସହିତ କଥା ହେଉଥିବାର ନଜର ଆସୁଛନ୍ତି।

ଭିଡିଓରେ କରିସ୍ମା ଫିଲ୍ମ ‘ଜବ ଓ୍ଵି ମେଟ୍‌’ର ଟ୍ରେନ ବାଲା ଗେଟ୍‌ ଅପ କ୍ୟାରୀ କରିଛନ୍ତି। ସେ ହ୍ଵାଇଟ୍‌ ରଙ୍ଗର ଲଙ୍ଗ୍‌ ଟି-ଶାର୍ଟ ଏବଂ ସେହି ରଙ୍ଗର ସାଲଓ୍ଵାର ପିନ୍ଧିଛନ୍ତି। ଫୋନ୍‌ରେ କରୀନାଙ୍କୁ ଏହା କହୁଥିବାର ଶୁଣିବାକୁ ମିଳୁଛି ଯେ ‘ତୁମକୁ ବିଶ୍ୱାସ ହେବ ନାହିଁ, ମୁଁ ଜବ ଓ୍ଵି ମେଟ୍‌ ପୁଫ୍‌ କରିବାକୁ ଯାଉଛି। ଡଞ୍ଜୋ ପାଇଁ ଆଡ୍‌ କରୁଛି। ମୁଁ ବି ଏହା ବିଷୟରେ ପୂର୍ବରୁ କେବେ ବି ଶୁଣି ନ ଥିଲି’। ଏହାଛଡ଼ା ସେ ଆଉ ମଧ୍ୟ କହୁଛନ୍ତି, ‘ଆଜିକାଲି ୯୦ ଦଶକର ଏତେ ଥ୍ରୋବ୍ୟାକ ହୋଇଯାଇଛି ଯେ ମୋତେ ସେବେକାର କଥା ଏବେ ମନେ ପଡ଼ିବାରେ ଲାଗୁଛି’। କରିସ୍ମା ଯେମିତି ହିଁ ନିଜର କଥା ଶେଷ କରୁଛନ୍ତି, ସଙ୍ଗେ ସଙ୍ଗେ ପଛକୁ ବୁଲି ରାଗିରେ ଚାହୁଁଛନ୍ତି। ଏହି ସମୟରେ ସେ କହୁଛନ୍ତି, ‘କ’ଣ ତୁମେ ଏହାକୁ ରେକର୍ଡ କରୁଛ’। ଏହାପରେ କ୍ୟାମେରା ବନ୍ଦ ହୋଇଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.