ଲଦାଖର ପୂର୍ବବର୍ତ୍ତୀ ସୀମାରେ ଦୀର୍ଘ ଦିନ ହେବ ବିବାଦୀୟ ପରିସ୍ଥିତି ଲାଗି ରହିବା ପରେ ଏବେ ଅରୁଣାଚଲ ପ୍ରଦେଶର ଅଂଚଳ ସୀମାରେ ସୈନ୍ୟ ଡ୍ରିଲ ଆରମ୍ଭ କରିଦେଇଛନ୍ତି ଚିନ ସୈନ୍ୟ । ଅନ୍ୟ ପକ୍ଷରେ ଏନେଇ ଭାରତ ବି ସତର୍କ ହୋଇଯାଇଛି । କୌଣସି ପରିସ୍ଥିତି ଦେଖାଦେଲେ ବି ଯେପରି ସାହାସିକତାର ସହ ସାମ୍ନା କରାଯାଇ ପାରିବ ସେନେଇ ଚେଷ୍ଟା ଆରମ୍ଭ କରିଦେଇଛନ୍ତି ଭାରତୀୟ ସେନା । ପୂର୍ବ ଭାରତର କମାଣ୍ଡର ଲେ. ଜେନେରାଲ ମନୋଜ ପାଣ୍ଡେଙ୍କ କହିବା ଅନୁଯାୟୀ, ଚିନର ପିପୁଲ୍ସ ଲିବରେସନ ଆର୍ମି କିମ୍ବା (ପିଏଲଏ)ର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବି ସୈନ୍ୟମାନଙ୍କୁ ସୀମା ପାର କରିବା ପାଇଁ ତାଲିମ ଦିଆଯାଉଥିବା ନେଇ ଜଣାଯାଇଛି । ଲେଫେନାଣ୍ଟ ଜେନେରାଲ ଏହା ବି କହିଛନ୍ତିକି ଦୁଇ ଦେଶ ବର୍ତ୍ତମାନ ସ୍ଥିତିରେ ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏଏସିର ନିକଟବର୍ତ୍ତୀ ଅଂଚଳରେ ବିକାଶ କାର୍ଯ୍ୟ ଜାରି ରଖିଥିବା ବେଳେ କିଛି ବିବାଦ ବି ମୁଣ୍ଡ ଟେକିଛି ।
ଏନେଇ ଉଭୟ ଅଂଚଳରେ ସୈନ୍ୟ ଛାଉଣୀ ବି ବଢ଼ାଇ ଦିଆଯାଇଛି । ଏହା ସହ ଚିନ ଦ୍ୱାରା ପୂର୍ବତ୍ତର ଭାରତରେ ଭୁଟାନ ସହ କୂଟନୀତିକ ସମ୍ବନ୍ଧ ବଢ଼ାଇ ଥିବାରୁ ଏହାକୁ ନେଇ ଚିନ୍ତାରେ ଅଛି ଭାରତ । ଦୀର୍ଘ ଦଶନ୍ଧି ଧରି ଦୁଇ ଦେଶ ମଧ୍ୟରେ ଚାଲି ଆସିଥିବା ସୀମା ବିବାଦ ବରିଷ୍ଠ ସରକାରୀ ଅଧିକାରୀ ମାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ ବୋଲି ସୂଚନା ଜାରିହୋଇଛି ।
ଲେ. ଜେନେରାଲ ପାଣ୍ଡେଙ୍କ କହିବା ଅନୁଯାୟୀ ସୀମାର ପାଖାପାଖି ଇଲାକା ମାନଙ୍କରେ ନୂଆ ନୂଆ ଗାଁ ସ୍ଥାପନା କରୁଛି ଚୀନ । ଅନ୍ୟ ପକ୍ଷରେ ନିଜ ଅନୁସାରେ ରଣନୀତି ପ୍ରସ୍ତୁତ କରୁଛି ଭାରତ । ଲେ. ଜେନେରାଲଙ୍କ ଅନୁଯାୟୀ ପୂର୍ବ ଭାରତର ୧୩୦୦ କିମି ଅଂଚଳର ଏଲଏଏସିରେ ସୈନ୍ୟ ମାନେ ସତର୍କ ହୋଇଯାଇଛନ୍ତି । ଚୀନ ଦ୍ୱାରା ସୀମା ବିବାଦ ଓ ପ୍ରଟୋକଲ ଭାଙ୍ଗିବା ନେଇ ଉଚ୍ଚସ୍ତରୀୟ ଚର୍ଚ୍ଚା ହୋଇଥିବା ବେଳେ ଦୁଇ ଦେଶ ମଧ୍ୟରେ ହଟ ଲାଇନ ଆରମ୍ଭ ହୋଇଯାଇଛି ।