ଆର୍ଥର ରୋଡ ଜେଲରେ ଧାର୍ମିକ ବହି ପଢୁଛନ୍ତି ଆର୍ଯ୍ୟନ, ଲାଇବ୍ରେରୀରୁ ନେଇଛନ୍ତି ଦୁଇଟି ବହି

ମୁମ୍ବାଇ କ୍ରୁଜ ସିପ୍‌ ଡ୍ରଗସ୍‌ ଲିଙ୍କରେ ବଲିଉଡ ବାଦଶାହା ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଗିରଫ କରିଥିଲା ଏନସିବି। ବାରମ୍ବାର ବାରମ୍ବାର ଜାମିନ ନାମଞ୍ଜୁର ହେବା ପରେ ଭାଙ୍ଗି ପଡିଛନ୍ତି ଆର୍ଯ୍ୟନ। ତେଣୁ ଏବେ ଜେଲରେ ରାମାୟଣ ଗ୍ରନ୍ଥ ପଡୁଛନ୍ତି ଆର୍ଯ୍ୟନ ଖାନ୍‌। ଆର୍ଥର ରୋଡ ଜେଲରେ ଆର୍ଯ୍ୟନ୍‌ ଧାର୍ମିକ ବହି ପଢାପଢି କରୁଛନ୍ତି। ତାଙ୍କୁ ଜେଲ ଲାଇବ୍ରେରୀରୁ ୨ଟି ପୁସ୍ତକ ଦିଆଯାଇଛି। ଗୋଟିଏ ପୁସ୍ତକ ହେଉଛି ‘ଗୋଲଡେନ୍‌ ସିଂହ’ ଏବଂ ଅନ୍ୟ ଏକ ପୁସ୍ତକ ହେଉଛି ରାମ ଏବଂ ସୀତାଙ୍କ କାହାଣୀ ଉପରେ ଆଧାରିତ। ଜାମିନ ନାମଞ୍ଜୁର ହେବା ପରେ ମନୋବଳକୁ ଦୃଢ କରିବା ପାଇଁ ତାଙ୍କୁ ଲାଇବ୍ରେରୀରୁ ବହି ପଢିବାକୁ ପରାମର୍ଶ ଦେଇଥିଲେ ଜେଲ କର୍ତ୍ତୃପକ୍ଷ। ମୁମ୍ବାଇର ସ୍ପେଶାଲ ଏନ୍‌ସିବି କୋର୍ଟ ଆର୍ଯ୍ୟନ, ଅରବାଜଙ୍କ ସମେତ ୮ଜଣ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧିକୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ଏଥର ଅଭିଯୁକ୍ତମାନଙ୍କୁ କୋର୍ଟରେ ଭିଡିଓ କନ୍‌ଫେରେନ୍ସିଂ କିମ୍ବା ଶାରୀରିକ ରୂପରେ ହାଜର କରାଯାଇ ନାହିଁ।

ଏପଟେ ଆର୍ଯ୍ୟନଙ୍କ ବ୍ୟାଙ୍କ ଆକାଉଣ୍ଟର ତଲାସି କରୁଛି NCB। ଡ୍ରଗ୍ସ କିଣାକିଣିରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଖର୍ଚ୍ଚ ହୋଇଛି କି ନାହିଁ ଏନସିବି ଜାଣିବାକୁ ଚାହୁଁଛି। ଆର୍ଯ୍ୟନ କେବଳ ଡ୍ରଗ୍ସ ନିଜେ କିଣି ବ୍ୟବହାର କରୁଥିଲେ ନା ସାଙ୍ଗମାନଙ୍କୁ ଦେଉଥିଲେ ଏବଂ ଡ୍ରଗ୍ସ କିଣାକିଣିରେ ତାଙ୍କ ବ୍ୟାଙ୍କ ଆକଉଣ୍ଟକୁ କିଭଳି ବ୍ୟବହାର କରୁଥିଲେ ତାହା ଜାଣିବା ପାଇଁ NCB ତାଙ୍କ ବ୍ୟାଙ୍କ ବିବରଣୀ ତନଖି କରୁଛି । ଏନସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ଵାଙ୍ଖଡେ ବରିଷ୍ଠ ଆଇନ ପରାମର୍ଶଦାତାମାନଙ୍କ ସହ ଏକ ବୈଠକ କରିଥିଲେ। ଏଥିରେ ବମ୍ବେ ହାଇକୋର୍ଟରେ ଆର୍ଯ୍ୟନଙ୍କୁ ଜାମିନ ନଦେବା ପାଇଁ ଏଜେନ୍ସି ଦାବି କରିବ ବୋଲି ଜଣାପଡିଛି।

ଏହାମଧ୍ୟରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାମ ଆର୍ଯ୍ୟନ ଖାନ୍‌ଙ୍କ ସହିତ ଚାଟ୍‌ରେ ସାମ୍ନାକୁ ଆସିଛି। ଅନନ୍ୟାଙ୍କୁ ଏଥିପାଇଁ ସମନ ମଧ୍ୟ ଏନସିବି ତରଫରୁ ମିଳିସାରିଛି। ଏନ୍‌ସିବିର ସମନ ମିଳିବା ପରେ ଅନନ୍ୟା ପାଣ୍ଡେ, ବାପା ଚଙ୍କି ପାଣ୍ଡେଙ୍କ ସହ ଏନ୍‌ସିବି ଅଫିସରେ ବୟାନ ରେକର୍ଡ କରିବାକୁ ପହଞ୍ଚିଥିଲେ। ଅନନ୍ୟାଙ୍କୁ ୨୧ ଅକ୍ଟୋବରରେ କରାଯାଇଥିବା ପଚରାଉଚରା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ତାଙ୍କୁ ଦ୍ୱିତୀୟ ଥର ପାଇଁ ୨୨ ଅକ୍ଟୋବର ସକାଳ ୧୧ଟାରେ ଏନ୍‌ସିବି ଡକାଯାଇଥିଲା।

ସୂଚନାଯୋଗ୍ୟ, ଶାହାରୁଖ ଖାନ୍‌ ପ୍ରଥମ ଥର ପାଇଁ ପୁଅକୁ ଭେଟିବାକୁ ଆର୍ଥର ରୋଡ୍‌ ଜେଲ ଯାଇଥିଲେ। ଉଭୟେ ସେଠାରେ କଥାବାର୍ତ୍ତା ହୋଇଥିଲେ। ଶାହାରୁଖଙ୍କୁ ଦେଖି ଆର୍ଯ୍ୟନ୍‌ ବହୁତ କାନ୍ଦିଥିଲେ। ସେ ବାପାଙ୍କୁ କହିଥିଲେ ଯେ ତାଙ୍କୁ ଜେଲର ଖାଇବା ଭଲ ଲାଗୁନାହିଁ। ବାପ-ପୁଅ ଏକ କାଚ କାନ୍ଥର ଏପଟେ ସେପଟେ ରହି ଇଣ୍ଟରକମ୍‌ରେ କଥା ହୋଇଥିଲେ। ସେମାନେ ପାଖାପାଖି ୧୬ରୁ ୧୮ ମିନିଟ୍‌ କଥାବାର୍ତ୍ତା ହୋଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.