ଛାତିରେ ଜମିଥିବା କଫକୁ ବାହାର କରିଦିଏ ବାସଙ୍ଗ(ଅଡୁସା), ଆସ୍ଥମା ରୋଗ ପାଇଁ ମଧ୍ୟ ରାମବାଣ

ବାସଙ୍ଗ (ଅଡୁସା) ଯାହାକୁ ମାଲବାର ନଟ୍‌ ନାମରେ ମଧ୍ୟ ବେଶ ଜଣାଶୁଣା। ଏହାକୁ ଆପଣ ସିଜୁ ଗଛ ଭଳି ପ୍ରତ୍ୟେକ ବାଡବଗିଚାର ବାଡରେ ଦେଖିଥିବେ ନିଶ୍ଚିତ। ଛୋଟ ଛୋଟ ସିଜୁ ବୁଦା ଭଳି ହୋଇଥିବା ଏହି ଗଛରେ ଲୁଚିରହିଛି ଅନେକ ଔଷଧୀୟ ଗୁଣ। ଏହାକୁ ବ୍ୟବହାର କରିବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା, କାଶ, ଥଣ୍ଡା, ନାକ ରୁନ୍ଦି ହେବା, ତଣ୍ଟି କୁଣ୍ଡାଇ ହେବା, ଆସ୍ଥମା, ବ୍ରୋଙ୍କାଇଟିସ୍‌, ଯେକୌଣସି ପ୍ରକାରର ଶ୍ୱସନ ସଂକ୍ରମଣ, ରକ୍ତସ୍ରାବ ଜନିତ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ରାମବାଣ ହୋଇଥାଏ। ବାସଙ୍ଗ ପତ୍ରରେ ବୋସିନ ନାମକ ତତ୍ତ୍ୱ ମିଳିଥାଏ। ଏହାର ବ୍ୟବହାର ବିଭିନ୍ନ ପ୍ରକାର ଔଷଧ ରୂପେ କରାଯାଏ। ତେବେ ଏହାର ଫାଇଦା ବିଷୟରେ ଜାଣନ୍ତୁ..

ଥଣ୍ଡା ଦିନରେ ବାରମ୍ବାର ହେଉଥିବା କାଶ ଏବଂ ଖସ୍‌ଖସ୍‌ ଥଣ୍ଟି ଯୋଗୁଁ ବହୁତ ଅସୁବିଧା ହୋଇଥାଏ। ଯାହାକୁ ଯୋଗୁଁଅନ୍ୟ ସମସ୍ୟା ମଧ୍ୟ ହୋଇଥାଏ। ଆଣ୍ଟି ଇମ୍ଫ୍ଲୋମେଣ୍ଟାରୀ, ଆଣ୍ଟି ବାୟୋଟିକ ଗୁଣ ଭରପୂର ରହିଥାଏ। ତେଣୁ ଏହାକୁ ଥଣ୍ଡା ଦିନରେ ଅତ୍ୟଧିକ ବ୍ୟବହାର କରାଯାଏ। ଏହା ଛାତିରେ ଜମିଥିବା କଫକୁ କମ୍‌ କରିଥାଏ। ଆସ୍ଥମା, ବ୍ରୋଙ୍କାଇଟସ, ସାଇନୋସାଇଟିସ ଏବଂ ନିଶ୍ୱାସ ଜନିତ ଅନ୍ୟ ରୋଗର ଚିକିତ୍ସାରେ ମଧ୍ୟ ଅଧିକ ପ୍ରଭାବୀ ହୋଇଥାଏ। ଏହାର ପତ୍ରକୁ ଫୁଟାଇ କାଢା କରି ପିଇପାରିବେ। ଶ୍ୱାସଜନିତ ସଂକ୍ରମଣରୁ ବଞ୍ଚିବା ପାଇଁ ଏକ ଚାମଚ ମହୁ ମିଶାଇ କାଢା ସେବନ କରିବା ଉଚିତ।

ରକ୍ତ ଶୁଦ୍ଧ କରିବା ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ। ଏହା ରକ୍ତ ଗଣନାରେ ସୁଧାର କରିଥାଏ। ଏଥିରେ ଥିବା ଆଣ୍ଟି ଫାଇବ୍ରୋନୋଲିଟିକ ଗୁଣ ଯୋଗୁଁ ହାର୍ଟବ୍ଲକେଜ ଯୋଗୁଁ ବନ୍ଦ ହୋଇଥିବା ଧମନୀକୁ ଖୋଲିଦିଏ।
ଯଦି ଆପଣଙ୍କ ଆସ୍ଥମା ରହିଥାଏ, ତେବେ ଏହାର ପତ୍ରକୁ ସମାନ ମାତ୍ରାରେ କ୍ଷୀରରେ ଫୁଟାଇ ପିଅନ୍ତି, ତେବେ ଫାଇଦା ମିଳିଥାଏ। ଏହା ଅତି କମ୍‌ରେ ସପ୍ତାହକୁ ଥରେ ପିଇବା ଉଚିତ।

adusa 1
PC: 1MG

ଏହି ପତ୍ରର ରସକୁ ମହୁରେ ମିଶାଇ ଚାଟିବା ଦ୍ୱାରା କାଶ ଏବଂ ନିଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଠିକ୍‌ ହୋଇଯାଏ। ଶୁଖିଲା କାଶ ଦୂର କରିବା ପାଇଁ ଏହାର ପତ୍ରକୁ ମିଶିରି ସହିତ ଫୁଟାଇ କାଢା ପାଣି ପିଇଲେ ଉପଶମ ମିଳେ।

ଥଣ୍ଡା ଯୋଗୁଁ ପାଟିରେ ହେଉଥିବା ଘାକୁ ମଧ୍ୟ ଭଲ କରିଥାଏ। ଯଦି ଆପଣଙ୍କର ଏମିତିସମସ୍ୟା ରହିଥାଏ, ତେବେ ଏହାର ଦୁଇଟି କିମ୍ବା ୩ଟି ପତ୍ରକୁ ଚୋବାନ୍ତୁ। ଏହାଛଡା ପତ୍ରର ରସ ମଧ୍ୟ ପିଇଲେ ଫାଇଦା ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.