Below header

‘ମାନିକେ ମାଗେ ହିତେ’ ଗୀତରେ ଏକାଠି ଡ୍ୟାନ୍ସ କଲେ ଦୁଇ ଶ୍ରୀଲଙ୍କା ସୁନ୍ଦରୀ, ଫ୍ୟାନ୍ସଙ୍କୁ ଦେଲେ ଦିଓ୍ଵାଲି ଗିଫ୍ଟ

ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ବଲିଉଡରେ ନିଜର ଯାଦୁ କାଏମ ରଖିଛନ୍ତି। ଜ୍ୟାକଲିନଙ୍କ ପ୍ରତ୍ୟେକ ଅନ୍ଦାଜ ଫ୍ୟାନଙ୍କୁ ପସନ୍ଦ ଆସୁଛି। ଏପରି ସ୍ଥଳେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ଜ୍ୟାକଲିନ। ତା’ ପୁଣି ଲୋକପ୍ରିୟ ଗୀତ ମାନିକେ ମାଗେ ହିତେ ଗାୟିକା ୟୋହାନୀଙ୍କ ସହିତ। ଏବେ ସୋସିଆଲ ମିଡିଆରେ ୟୋହାନୀଙ୍କ ଗୀତ ମାନିକେ ମାଗେ ହିତେ ବହୁତ ଟ୍ରେଣ୍ଡ କରୁଛି। ଦୀପାବଳି ଅବସରରେ ଏହି ଦୁଇ ଷ୍ଟାର ମିଶି ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି। ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ନିକଟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ୟୋହାନୀଙ୍କ ସହିତ ନଜର ଆସିଛନ୍ତି।

ଦୁହେଁ ମାନିକେ ମାଗେ ହିତେ ଗୀତରେ ଡ୍ୟାନ୍ସ କରି ଫ୍ୟାନଙ୍କୁ ଦୀପାବଳି ଗିଫ୍ଟ ଦେଇଛନ୍ତି। ଜ୍ୟାକଲିନଙ୍କ ସହିତ ଶ୍ରୀଲଙ୍କା ସିଙ୍ଗର ୟୋହାନୀ ମଧ୍ୟ ଡ୍ୟାନ୍ସ କରିଛନ୍ତି। ଯେବେଠାରୁ ୟୋହାନୀଙ୍କ ଗୀତ ‘ମାନିକେ ମାଗେ ହିତେ’ ସାମ୍ନାକୁ ଆସିଛି, ସେବେଠାରୁ ତାହା ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଛି। ସମସ୍ତଙ୍କ ମୁହଁରେ ଏହି ଗୀତ ଶୁଣିବାକୁ ମିଳୁଛି। ଏହି ଗୀତକୁ ନେଇ ୟୋହାନୀ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ ପ୍ରିୟଙ୍କା ଚୋପ୍ରା ଯେତେବେଳେ ତାଙ୍କ ଗୀତ ସେୟାର କରିଥିଲେ, ସେ ସେତେବେଳେ ସବୁଠୁ ଅଧିକ ଖୁସି ହୋଇଥିଲେ।

ସୂଚନାଯୋଗ୍ୟ, ଜ୍ୟାକଲିନ ଖୁବଶୀଘ୍ର ରୋହିତ ସେଟ୍ଟୀଙ୍କ ସହିତ ଫିଲ୍ମ ‘ସର୍କସ ଏବଂ ବଚ୍ଚନ ପାଣ୍ଡେ’ରେ ନଜର ଆସିବେ। କେବଳ ଏମିତି ନୁହେଁ, ଜ୍ୟାକଲିନ ମଧ୍ୟ ଖୁବଶୀଘ୍ର ହଲିଉଡ ଫିଲ୍ମରେ ନଜର ଆସିବେ ବୋଲି ସୂଚନା ମିଳିଛି। ନିକଟରେ ବିଗ୍‌ବସ୍‌ରେ ସଲମାନ୍‌ ଖାନ୍‌ଙ୍କୁ ଭେଟିବା ପୂର୍ବରୁ ୟୋହାନୀ ଶ୍ରୀଲଙ୍କାର ମୂଳ ବାସିନ୍ଦା ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସ୍‌ଙ୍କ ସହ ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ।

ଗତ କିଛିଦିନ ତଳେ ଜ୍ୟାକଲିନ ଏବଂ ନୋରାଙ୍କୁ ମନି ଲଣ୍ଡ୍ରିଂ କେସରେ ଇଡି ସମନ ଜାରି କରିଥିଲା। ନୋରା ଇଡି ସାମ୍ନାରେ ହାଜର ହୋଇଥିବା ବେଳେ ଜ୍ୟାକଲିନ କିନ୍ତୁ ଇଡିର ସମନକୁ ଏଡାଇଦେଇଥିଲେ। ବହୁ କୋଟି ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କ କେସରେ ଇଡି ଏମାନଙ୍କୁ ପଚରାଉଚରା କରୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.