ଓଡ଼ିଶା ଆସିଲେ ମୁହଁରେ ମାରିବୁ କାଳି, ଶାହାରୁଖଙ୍କୁ କଳିଙ୍ଗ ସେନାର ଧମକ

ଭଲ ନାହିଁ ଷ୍ଟାରଙ୍କ ଷ୍ଟାର୍ । ପ୍ରଥମେ ସଲମାନ ଆଉ ଏବେ ବଲିଉଡ୍ ବାଦଶାହାଙ୍କୁ ମିଳିଛି ଧମକ । ତେବେ ଶାହାରୁଖଙ୍କୁ ଆଉ କେହି ନୁହେଁ ଧମକ ଦେଇଛି କଳିଙ୍ଗ ସେନା । କହିଛି ଓଡ଼ିଶା ଆସିଲେ ମୁହଁରେ ମାରିବୁ କାଳି । ଆସନ୍ତା ୨୮ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ବ କପର ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ଆସିବେ ଶାହାରୁଖ୍।

shahrukhକଳିଙ୍ଗ ସେନାର ମୁଖ୍ୟ ହେମନ୍ତ ରଥ କହିଛନ୍ତି ୧୭ ପୂର୍ବେ ଶାହାରୁଖ ଖାନଙ୍କ ଫିଲ୍ମ ଅଶୋକା ରିଲିଜ୍ ହୋଇଥିଲା । ଯେଉଁଥିରେ କଳିଙ୍ଗକୁ ଅପମାନ କରାଯାଇଥିଲା ବିରୋଧ ଯୋଗୁଁ ରିଲିଜ ହେବାର ଗୋଟିଏ ସପ୍ତାହ ମଧ୍ୟରେ ଓଡ଼ିଶାର ସମସ୍ତ ହଲରୁ ଫିଲ୍ମ ହଟାଇ ଦିଆଯାଇଥିଲା ।

ୱର୍ଲ୍ଡ କପର ଅଫିସିଆଲ୍ ଅନ୍ଥେମରେ ଏ.ଆର ରେହମାନ ଏବଂ ଶାହାରୁଖ ନଜର ଆସିସାରିଛନ୍ତି । ଆସନ୍ତା ୨୭ ତାରିଖରେ ହେବ ମ୍ୟାଚର ଉଦଘାଟନୀ ଉତ୍ସବ । ଆଜି ରେହମାନ୍ ଭୁବନେଶ୍ବରରେ ଆସି ପହଂଚିସାରିଥିବା ବେଳେ ଶାହାରୁଖ୍ ଆସିବା ପୂର୍ବରୁ ଏପର ଧମକ ଦେଇଛି କଳିଙ୍ଗ ସେନା । ଯାହା ଏବେ ପାଲଟିଛି ଚିନ୍ତାର କାରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.