ଏଣିକି ସ୍ମାର୍ଟଫୋନ୍ କହିବ ଆପଣ ଆଣୁଥିବା କ୍ଷୀର ଅସଲି ନା ନକଲି , ଜାଣନ୍ତୁ ପ୍ରକ୍ରିୟା

ସନ୍ଦେହ ହେଉଛି ଆପଣଙ୍କ ଘରକୁ ଆସିଥିବା କ୍ଷୀରରେ ଅପମିଶ୍ରଣ ହୋଇଛି । ହେଲେ କେମିତି ଜାଣିବେ ବାଟ ପାଉନାହାଁନ୍ତି ? ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆପଣଙ୍କ ସ୍ମାର୍ଟଫୋନ ହିଁ ଜଣାଇଦେବ କ୍ଷୀର ଅସଲି କି ନକଲି । ଏଭଳି ଚମତ୍କାର କରି ଦେଖାଇଛନ୍ତି ଆଇଆଇଟି ହାଇଦ୍ରାବାଦର ବିଶେଷଜ୍ଞ । ସ୍ମାର୍ଟଫୋନ୍ ଆଧାରିତ ଏମିତି ପ୍ରଣାଳୀ ବିକଶିତ କରିଛନ୍ତି ଏହି ବିଶେଷଜ୍ଞ ଯାହାର ସାହାଯ୍ୟରେ ଜଣା ପଡିଯିବ କ୍ଷୀରରେ ମିଶ୍ରଣ ହୋଇଛି କି ନା ।

adulteration milkଆଇଆଇଟି ରିସର୍ଚ୍ଚର ଗୋବିନ୍ଦ ସିଂହ କହିଛନ୍ତି, କେମୋଥେରାପି ଏବଂ ସ୍ପେକ୍ଟ୍ରୋସ୍କୋପି ଟେକନିକ୍ ବ୍ୟବହାର କରି କ୍ଷୀରରେ ଅପମିଶ୍ରଣ ଜାଣିପାରିବେ । ହେଲେ ଏପରି ଟେକନିକ୍ ପାଇଁ ମହଙ୍ଗା ଉପକରଣର ଆବଶ୍ୟକ । ଯାହାର ସବୁ ଗ୍ରାହକ କିଣିପାରିବେ ନାହିଁ । ଏହି କଥାକୁ ଧ୍ୟାନରେ ରଖି ନୂଆ ଉପକରଣ ପ୍ରସ୍ତୁତ କରିଥିବା କହିଛନ୍ତି ଗୋବିନ୍ଦ ସିଂହ । ଯାହା ଫଳରେ ଏହାକୁ ବ୍ୟବହାର କରି ଗ୍ରାହକ କ୍ଷୀରରେ ଅପମିଶ୍ରଣ ହୋଇଛି କି ଜାଣିପାରିବେ ।

ଏହି ପ୍ରଣାଳୀ ମାଧ୍ୟମରେ ଇଣ୍ଡିକେଟର୍ ପେପର୍ ବ୍ୟବହାର କରି କ୍ଷୀରରେ ଅମ୍ଳର ପରିମାଣ ପତ୍ତା ଲଗାଯାଇପାରିବ । ଏହି ପେପର୍ ଅମ୍ଲ ହିସାବରେ ରଙ୍ଗ ବଦଳିଥାଏ । ସେ ଏକ ଆଲଗୋରିଦିମ୍ ମଧ୍ୟ ବିକଶିତ କରିଛନ୍ତି ଯାହାକୁ ସ୍ମାର୍ଟଫୋନ୍ ସହ ଯୋଡି ଏହି ରଙ୍ଗ ପରିବର୍ତ୍ତନର ସଠିକ୍ ବିଶ୍ଳେଷଣ କରାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.