ଭଦ୍ରକ(କେନ୍ୟୁଜ୍): ଡକାୟତକୁ ପୋଲିସର ଏନକାଉଣ୍ଟର। ଡକାୟତି ଉଦ୍ୟମ ବେଳେ ଡକାୟତ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣି ଗୁରୁତର। ବାପି ସହଯୋଗୀ ଓମପ୍ରକାଶ ମହାଳିକକୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ।
ଭଦ୍ରକ ଗ୍ରାମାଞ୍ଚଳ ଥାନା ଚଢ଼େୟା ଅଞ୍ଚଳରେ ଦୁଇ ଅପରାଧୀ ଡକାୟତି ପାଇଁ ମଟରସାଇକେଲରେ ଯାଉଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀଙ୍କ ଟିମ ତାଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ଦୁଇ ଅପରାଧୀ ପ୍ରଥମେ ପୋଲିସ ଉପରେ ଗୁଳି ଚଳାଇଥିଲେ। ପାଲଟା ଗୁଳିରେ ବାପିର ଦୁଇ ଗୋଡ଼ରେ ୩ଟି ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଠାରୁ ଗୋଟିଏ ବନ୍ଧୁକ ଜବତ ହୋଇଛି । ବାପି ନାଁରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଥାନାରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି । ଡକାୟତଙ୍କୁ କାବୁ କରିବାକୁ ଯାଇ ୫ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।