ଭାଇଙ୍କୁ ବୁଝେଇବେ ଭାଇଜାନ୍‌ ! ମୁସଲିମ ଭାଇଭଉଣୀଙ୍କୁ ଟିକା ନେବାକୁ ସଚେତନ କରାଇବେ ସଲମାନ ଖାନ

ନୂଆଦିଲ୍ଲୀ : କୋଭିଡ ଟିକା ନେବାକୁ ସଚେତନ କରାଇବେ ସଲମାନ ଖାନ। ମୁସଲିମ ସଂପ୍ରଦ୍ରାୟର ଭାଇଭଉଣୀଙ୍କୁ ଟିକା ନେବାକୁ ପ୍ରବର୍ତ୍ତାଇବେ। ସଚେତନତା କାର୍ଯ୍ୟରେ ସଲମାନ ଖାନଙ୍କୁ ନିୟୋଜିତ କରିବାକୁ ଚିନ୍ତା କରୁଛନ୍ତି ମହାରାଷ୍ଟ୍ର ସରକାର। ରାଜ୍ୟର ମୁସଲିମବହୁଳ ଅଞ୍ଚଳ ମାନଙ୍କରେ ଟିକା ନେବା ପାଇଁ ଲୋକମାନ କୁଣ୍ଠା ପ୍ରକାଶ କରୁଛନ୍ତି।

ଭାଇଜାନଙ୍କ ଟିକାକରଣ ସଚେତନତା ଦ୍ୱାରା ମୁସଲିମ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଟିକା ନେବାକୁ ଆଗ୍ରହ ପ୍ରକାଶ ପାଇବ ବୋଲି ଆଶାରଖିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ। ସଲମାନଙ୍କ ସହ ମୁସଲିମ ଧର୍ମଗୁରୁମାନେ ମଧ୍ୟ କୋଭିଡ ଟିକା ପାଇଁ ସଚେତନ କରାଇବେ।

ଟୋପେ କହିଛନ୍ତି ଯେ ଟୀକାକରଣ ସଂଖ୍ୟାରେ ମହାରାଷ୍ଟ୍ର ଅଗ୍ରଣୀ, କିନ୍ତୁ କେତେକ କ୍ଷେତ୍ରରେ ଟୀକାକରଣର ଗତି ଧୀର ଅଟେ। ମୁସଲମାନ ପ୍ରାଧାନ୍ୟ ଅଞ୍ଚଳରେ ଏବେ ମଧ୍ୟ କିଛି ଦ୍ୱିଧା ରହିଛି। ମୁସଲମାନ ସମ୍ପ୍ରଦାୟକୁ ଟୀକାକରଣ ପାଇଁ ମନାଇବା ପାଇଁ ଆମେ ସଲମାନ ଖାନ ଏବଂ ଧାର୍ମିକ ନେତାଙ୍କ ସାହାଯ୍ୟ ନେବାକୁ ନିଷ୍ପତ୍ତି ନେଇଛୁ। ସେ କହିଛନ୍ତି ଯେ ଧାର୍ମିକ ନେତା ତଥା ଚଳଚ୍ଚିତ୍ର ଅଭିନେତାମାନଙ୍କର ବହୁତ ପ୍ରଭାବ ରହିଛି ଏବଂ ଲୋକମାନେ ସେମାନଙ୍କ କଥା ଶୁଣୁଛନ୍ତି। ରାଜ୍ୟରେ ଏପର୍ଯ୍ୟନ୍ତ 10.25 କୋଟି ଟିକା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.