ୟାକୁ ହିଁ କୁହନ୍ତି ପ୍ରକୃତ ପ୍ରେମ, ସ୍ତ୍ରୀଙ୍କୁ ଉପହାରରେ ଦେଲେ ତାଜମହଲ

ଅନେକ ଲୋକ ତାଜମହଲ ଏବଂ ଚନ୍ଦ୍ରକୁ ନିଜ ପତ୍ନୀଙ୍କୁ ଉପହାର ଦେଉଥିବା ବିଷୟରେ ଆପଣ ଥଟ୍ଟା ମଜା ଭାବରେ ନିଶ୍ଚିତ ଶୁଣିଥିବେ। କିନ୍ତୁ ବର୍ତ୍ତମାନ ଏହି ଥଟ୍ଟା ପୁରୁଣା ହୋଇଯାଇଛି । ଦିନକୁ ଦିନ ସମମୟର ପରିବର୍ତ୍ତନ ହେଉଛି। ଏପରିକି ଚନ୍ଦ୍ର ପୃଷ୍ଠରେ ଜାଗା କିଣିବା ଭଳି କିଛି ଖବର ସାମ୍ନାକୁ ଆସୁଥିବା ବେଳେ ବର୍ତ୍ତମାନ ମଧ୍ୟପ୍ରଦେଶର ଜଣେ ସ୍ୱାମୀ ତାଜମହଲ ପରି ଘର ଉପହାର ସ୍ୱରୂପରେ ତାଙ୍କ ପତ୍ନୀଙ୍କୁ ଦେଇଛନ୍ତି । ଯେଉଁ ଖବର ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି ।

ଆଜ୍ଞା ହଁ , ଏହି କଥାଟି ସମ୍ପୂର୍ଣ୍ଣ ଭାବରେ ସତ। ଇତିହାସ ଅନୁସାରେ ମୋଗଲ ବାଦଶାହ ଶାହଜାହାନ ନିଜ ପତ୍ନୀ ମୁମତାଜଙ୍କ ପାଇଁ ତାଜମହଲ ତିଆରି କରିଥିଲେ। ଠିକ ସେହିପରି ମଧ୍ୟ ପ୍ରଦେଶର ବୁରହାନପୁର ଗାଁରେ ରହୁଥିବା ଆନନ୍ଦ ଚୋକସି ସେ ଜଣେ ବ୍ୟବସାୟୀ । ସେ ନିଜ ପତ୍ନୀଙ୍କୁ ନିକଟରେ ତାଜମହଲ ଭଳି ଘର ତିଆରି କରି ଉପହାର ଦେଇଛନ୍ତି। ତାଙ୍କର ଏହିପରି ଦ୍ୱିତୀୟ ତାଜମହଲ ଘରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଘର ଏଭଳି ଚମକୁଛି ଯେ, ଅନ୍ଧାରରେ ମଧ୍ୟ ତାହା ତାଜମହଲ ଭଳି ଦେଖାଯାଉଛି ।

ଏହା ପଛରେ ଏକ କାରଣ ମଧ୍ୟ ଅଛି ବୋଲି ଆନନ୍ଦ ଚୋକସି କହିଛନ୍ତି, ତାଙ୍କ ମନରେ ସର୍ବଦା ଏହି ଜିନିଷ ରହିଥିଲା ​​ଯେ ସମ୍ରାଟ ଶାହା ଜାହାନ ଆଗ୍ରା ବଦଳରେ ତାଜମହଲ ନିର୍ମାଣ ପାଇଁ ବୁରହାନପୁରକୁ କାହିଁକି ବାଛିନଥିଲେ କାରଣ ଏହି ସହରରେ ସମ୍ରାଟଙ୍କ ପତ୍ନୀ ମମତାଜ ମହଲ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସଠିକ୍, କାରଣ ଯାହା ହେଉନା କାହିଁକି, ଇତିହାସ ଅନୁସାରେ, ତାଜମହଲର ନିର୍ମାଣ ତାପ୍ତି ନଦୀର କୂଳରେ ହେବାର ଥିଲା, କିନ୍ତୁ ପରେ ଆଗ୍ରାରେ ତିଆରି କରାଗଲା।

ଖବର ଅନୁସାରେ ତାଜମହଲ ପରି ଦେଖାଯାଉଥିବା ଏକ ଘର ନିର୍ମାଣ କରିବା ପୂର୍ବରୁ ସ୍ୱାମୀ-ସ୍ତ୍ରୀ ତାଜମହଲକୁ ଦେଖିବା ପାଇଁ ଆଗ୍ରା ଯାଇଥିଲେ। ସେ ସେଠାରେ ତାଜମହଲର ସ୍ଥାପତ୍ୟକୁ ବିସ୍ତୃତ ଭାବରେ ଦେଖିଥିଲେ ଏବଂ ତା’ପରେ ଘର ନିର୍ମାଣ କରିଥିବା ଇଞ୍ଜିନିୟରଙ୍କୁ ତାଜମହଲ ପରି ଖୋଦନ ଉପରେ ଧ୍ୟାନ ଦେବାକୁ କହିଥିଲେ ଏବଂ ପ୍ରଥମେ ଇଞ୍ଜିନିୟରମାନଙ୍କୁ ୮୦ ଫୁଟ ଉଚ୍ଚରେ ଏକ ଘର ନିର୍ମାଣ କରିବାକୁ କହିଥିଲେ, କିନ୍ତୁ ଏହାକୁ ଅନୁମତି ଦିଆଯାଇନଥିଲା ତେଣୁ ସେମାନେ ତାଜମହଲ ପରି ଏକ ଘର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଜମହଲ ପରି ଦେଖାଯାଉଥିବା ଏହି ଘର ନିର୍ମାଣ ପାଇଁ ତିନି ବର୍ଷ ଲାଗିଗଲା । ଇଞ୍ଜିନିୟରମାନେ ଏହି ଘରକୁ ତାଜମହଲର 3D ଚିତ୍ର ପରି ତିଆରି କରିଛନ୍ତି ।

tajmahal

ତାଜମହଲ ପରି ଦେଖାଯାଉଥିବା ଏହି ଘରେ କ୍ଷେତ୍ର ଫଳ ହେଉଛି ୯୦X୯୦ ରହିଛି । ଏଥିରେ ୪ଟି ବେଡରୁମ୍ ରହିଛି। ତଳେ ୨ଟି ବେଡରୁମ୍ ଓ ଉପରେ ଆଉ ୨ଟି ବେଡ୍ ରୁମ୍ ଓ ଏକ ବଡ ହଲ ରହିଛି। ସେଭଳି ଏକ ଲାଇବ୍ରେରୀ ଏବଂ ଧ୍ୟାନ କକ୍ଷ ରହିଛି। ଘରର ଗମ୍ବୁଜ ୨୯ ଫୁଟ୍ ଉଚ୍ଚତାରେ ରହିଛି। ଏହାକୁ ଖୋଦନ କରିବା ପାଇଁ ବେଙ୍ଗଲ ଏବଂ ଇନ୍ଦୋରର କାରିଗରମାନଙ୍କୁ ଡକାଯାଇଥିଲା ।ଏଥିରେ ତାଜମହଲ ଭଳି ଟାଓ୍ବାର ଓ ଘରର ଚଟାଣରେ ରାଜସ୍ଥାନର ‘ମକରାନା’ କାରିଗରଙ୍କ ଦ୍ୱାରା ତିଆରି କରାଯାଇଛି ଓ ଫର୍ଣ୍ଣିଚର ମୁମ୍ବାଇର କାରିଗରଙ୍କ ଦ୍ବାରା ତିଆରି କରାଯାଇଛି। ଏଥି ସହିତ ଆଗ୍ରା କାରିଗରମାନଙ୍କ ସାହାଯ୍ୟ ମଧ୍ୟ ନିଆଯାଇଥିଲା । ଏହା କରିବା ଦ୍ୱାରା ଏହି ପୂରା ପ୍ରାସାଦ ପ୍ରସ୍ତୁତ କରାଯାଇଥିଲା ।

ଏହି ଘର ନିର୍ମାଣ କରିଥିବା ଇଞ୍ଜିନିୟର୍‌ କହନ୍ତି ଯେ, ଏଥିପାଇଁ ତାଙ୍କୁ ଅନେକ ଚାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଛି। ଏଥିପାଇଁ ପ୍ରଥମେ ସେ ଅସଲ ତାଜ୍‌ମହଲକୁ ତନ୍ନତନ୍ନ କରି ଅଧ୍ୟୟନ କରିଥିଲେ। ବୁରହାନପୁରର ଏହି ଘରକୁ ଦେଖିବାକୁ ଦୂର ଦୂରରୁ ବହୁ ଲୋକ ଆସୁଛନ୍ତି। ଆନନ୍ଦ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଘରର ଖବରକୁ ନେଇ ଏହିପରି ଚର୍ଚ୍ଚା ହେବ ବୋଲି ତାଙ୍କର କୌଣସି ଧାରଣା ନଥିଲା ଏବଂ ବର୍ତ୍ତମାନ ସେ ଚାହୁଁଛନ୍ତି ଯେ ତାଙ୍କ ଘର ପୁରା ସହରର ଗର୍ବ ହେଉ ବୋଲି । କୁହାଯାଉଛି ଯେ, ବୁରାହାନପୁରର ଏହି ସ୍ଥାନରେ ଶାହଜାହାନ ଓ ମୁମତାଜଙ୍କ ପ୍ରେମ ହୋଇଥିଲା। କେବଳ ସେତିକି ନୁହେଁ ତାଜମହଲ ପ୍ରଥମେ ସେଠାରେ ତିଆରି ହେବାର ଥିଲା। ମୃତ୍ୟୁ ପରେ ମୁମତାଜଙ୍କ ପାର୍ଥିବ ଶରୀର ବୁରହାନ ପୁରରେ ହିଁ ରଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.