ମୟୁରଭଞ୍ଜ ଧାନଷୋଳ ଲୋଧାସାହିରେ ଅଭାବନୀୟ ଘଟଣା: ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବାରିପଦା(କେନ୍ଯୁଜ୍): ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଧାନଷୋଳ ଲୋଧାସାହିରେ ଅଭାବନୀୟ ଘଟଣା। ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ।

ଆଜି ସକାଳେ ଲୋଧାସାହିର ଦୁଇ ନାବାଳକ ଓ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ମୁତାବକସକାଳେ ଗାଁପାଖ କେନାଲପାର୍ଶ୍ଵ ଆମ୍ବଗଛରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହଦେଖି ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ମୃତକ ମାନେ ହେଲେ ସେହି ଗ୍ରାମର ସନାତନ ନାଏକଙ୍କ ୧୬ବର୍ଷୀୟ ପୁଅ ରାଜୁ ନାଏକ ଏବଂ ବିଶ୍ୱାଳ ଭକ୍ତାଙ୍କ ୧୪ବର୍ଷୀୟା ଝିଅ ସୀମା ଭକ୍ତା ।

ତେବେ ସବୁଠାରୁ ବଡ଼ କଥା ହେଉଛି ଏମାନେ ସମ୍ପର୍କରେ ମାଉସୀ ପୁଅ ଭାଇ ଏବଂ ମାଉସୀ ଝିଅ ଭଉଣୀ । ତେବେ ଉଭୟଙ୍କ ପରିବାରଲୋକ ଧାନ କାଟିବାକୁ ବାଲେଶ୍ଵର ଜିଲ୍ଲାକୁ ଯାଇଥିବା ବେଳେ ଘଟିଛି ଏହି ଅଘଟଣ ।କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ପ୍ରବୋଧ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଉଭୟ ଶବ ଜବତ କରିବା ସହିତ ଏନେଇ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛନ୍ତି । ତେବେ ଉଭୟ ବେକରେ ଫାଶୀଦେଇ ଆତ୍ମହତ୍ୟା କରିବାର କାରଣ ଜଣାପଡିନଥିବା ବେଳେ କାରଣ ଖୋଜୁଛି ବେତନଟୀ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.