ଆଇଆଇଏମ୍ ଇନ୍ଦୋରରେ ପଢ଼ୁଥିବା ୧୧ ସେନାଧିକାରୀଙ୍କୁ କରୋନା, ନେଇଥିଲେ ଦୁଇଟି ଯାକ ଡୋଜ୍
ଆଇଆଇଏମ୍ ଇନ୍ଦୋରରେ ବିଜନେସ୍ ମ୍ୟାନେଜମେଣ୍ଟର ସାର୍ଟିଫିକେଟ୍ କୋର୍ସ କରୁଥିବା ଭାରତୀୟ ସେନାର ୧୧ ଜଣ ଅଧିକାରୀଙ୍କୁ କରୋନା। ଗତ ୪ ଦିନ ହେଲାଣି ଏହି ଅଧିକାରୀମାନେ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ସମସ୍ତ ଅଧିକାରୀ କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇସାରିଥିଲେ। ତଥାପି ସେମାନେ ସଂକ୍ରମିତ ହୋଇଛନ୍ତି।
ଏହି ଅଧିକାରୀମାନଙ୍କର କରୋନା ରିପୋର୍ଟ ଆସିବା ପରେ କଲେଜରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଯେଉଁମାନଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଉନାହିଁ, ସେମାନଙ୍କୁ ବି ଆଇସୋଲେଟ୍ କରାଯାଇଛି। ଏଥିସହ ଏମାନଙ୍କ ସହ ଥିବା ୬୫ ଜଣଙ୍କର ସାମ୍ପଲକୁ ପରୀକ୍ଷଣ ପାଇଁ ପଠାଯାଇଥିବା ଜଣାଯାଇଛି।
Nine more fully-vaccinated Army officers, participating in a course at the Indian Institute of Management here in Madhya Pradesh, tested positive for coronavirus#Armyofficers #CoronavirusUpdates https://t.co/iQP3nCDQp9
— Business Standard (@bsindia) November 24, 2021
ସୂଚନାଯୋଗ୍ୟ ଯେ ଗତ ୬ ମାସ ହେଲା ଆଇଆଇଏମ୍ ଇନ୍ଦୋରରେ ୬୦ ଜଣ ଆର୍ମି ଅଫିସର ସାର୍ଟିଫିକେଟ୍ କୋର୍ସ କରୁଥିଲେ। ପ୍ରକାଶ ଯେ ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟ ପ୍ରଦେଶରେ ୨୨ଟି ନୂଆ କରୋନା କେସ୍ ସାମ୍ନାକୁ ଆସିଛି। ଇନ୍ଦୋରରେ କରୋନାର ୧୩, ଭୋପାଳରେ ୫, ରାୟସେନ୍ରେ ୩ ଓ ଜବଲପୁରରେ ଗୋଟିଏ ନୂଆ ମାମଲା ଚିହ୍ନଟ ହୋଇଛି। ଏଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରାଜ୍ୟରେ କରୋନା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯିଏ ବି ନିୟମ ଉଲ୍ଲଂଘନ କରିବ ଏବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।