ମଦ୍ୟପ ବ୍ୟକ୍ତିଙ୍କ ଉନ୍ମତକାଣ୍ଡ: ନିଶାସକ୍ତ ଅବସ୍ଥାରେ ଟାଙ୍ଗିଆରେ କଲା ସିରିଜ ଆକ୍ରମଣ, ୩ଗୁରୁତର

ବାଲିଗୁଡା(କେନ୍ଯୁଜ୍): ମଦ୍ୟପ ବ୍ୟକ୍ତିଙ୍କ ଉନ୍ନତକାଣ୍ଡ । ନିଶାସକ୍ତ ଅବସ୍ଥାରେ ଟାଙ୍ଗିଆ ରେ ସିରିଜ ଆକ୍ରମଣ। ମଦ ନିଶା ରେ ଗାଁ ମଝିରେ ଗୋଡେଇ ଗୋଡେଇ ଜଣକ ପରେ ଜଣ କୁ ତିନି ଜଣ କୁ ଟାଙ୍ଗିଆ ରେ ହାଣି ଲହୁ ଲୁହାଣ କରିଛି ମଦ୍ୟପ। ତିନି ଜଣଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ମହିଳା ଓ ଜଣେ ପୁରୁଷ।

ମଦ୍ୟପଙ୍କ ଟାଙ୍ଗିଆ ଚୋଟରେ ତିନି ଜଣ ଗୁରୁତର ହୋଇଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋଟଗଡ଼ ଥାନା ପକାରୀ ଗ୍ରାମରେ। ଗୁରୁତର ତିନିଜଣ ଙ୍କୁ ଗ୍ରାମବାସୀ ଉଦ୍ଧାର କରି ବାଲିଗୁଡା ମେଡିକାଲ ରେ ଭର୍ତି କରିଛନ୍ତି । ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ମେଡିକାଲକୁ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ ପକାରୀ ଗ୍ରାମର ଦିରୀଶ ମୁଣ୍ଡମାଝି ନାମକ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଟାଙ୍ଗିଆ ଧରି ଦୁଇ ମହିଳା ନୀଳାବତୀ ପ୍ରଧାନ ଓ ଆନନ୍ଦୀ ବଡ଼ମାଝୀ ଓ ଆନ୍ଦ୍ରୀୟ ସୁନାମାଝିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ପକାରୀ ଗ୍ରାମବାସୀ ଗାଁ ମଝିରେ ଚିତ୍କାର ଶୁଣି ଭୟବିତ ହୋଇଥିଲେ। ଶେଷରେ ଗାଁ ଲୋକ ସାହସ ଜୁଟାଇ ଏକତ୍ରିତ ହୋଇ ଆକ୍ରମଣକାରୀ ମଦ୍ୟପ ଦିରୀଶ ମୁଣ୍ଡାମାଝୀ କୁ କାବୁ କରି ବାଲିଗୁଡା ପୋଲିସରେ ଜିମା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.