ଟିମି ମାଛର ବାନ୍ତି ବିକ୍ରି ପାଇଁ ଡିଲ ହୋଇଥିଲା ୧ କୋଟି ଟଙ୍କା, ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ : ବାନ୍ତିର ମୂଲ୍ୟ କୋଟି କୋଟି ଟଙ୍କା ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ମାତ୍ର ୫୫୦ ଗ୍ରାମ ଟିମି ମାଛର ବାନ୍ତି ଦାମ ୧ କୋଟି ୧୦ ଲକ୍ଷ ଟଙ୍କା । ଏହାକୁ ବିକ୍ରି କିରବା ପାଇଁ ଡିଲ ହେଉଥବା ବେଳେ ପୋଲିସ ଜବତ କରିଛି । ଏହାକୁ ବେଆଇନ ଭାବେ ବିକ୍ରି ହେଉଥିବା ପୋଲିସ ଅଭିେ ଯାଗ କରିଛି । ପୋଲିସ ଓ କ୍ରାଇମ ବ୍ରାଞ୍ଚ ଟିମ୍ ଏଥିରେ ୩ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ସୁନିଲ ସାଠେ, ଅଜିତ ହୁକୁମଚନ୍ଦ, ବାଗମାର ଓ ମନୋଜ ଅଲି ।
ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଅଜିତ ଓ ମନୋଜ ଏକ କୋରିଅର ଯୋଗେ ଟିମି ମାଛର ବାନ୍ତି ପଠାଇଥିଲେ । ଏହାକୁ ବେଆଇନ ଭାବେ ବଜାରରେ ବିକ୍ରି କରିବାର ଥିଲା । ହେଲେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏହାକୁ ସିଜ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ।
୫୫୦ ଗ୍ରାମ ଟିମି ବାନ୍ତିର ଦାମ୍ ୧ କୋଟି ୧୦ ଲକ୍ଷ ଟଙ୍କା-
ପିମ୍ପର-ଚିଞ୍ଚଓ୍ଵାଡ ପୋଲିସର କ୍ରାଇମ ୟୁନିଟ ଅନୁଯାୟୀ, ପୋଲିସ ୫୫୦ ଗ୍ରାମ ଟିମି ମାଛର ବାନ୍ତି ବିକ୍ରି ପାଇଁ ଯୋଗା ଯୋଗ ହେଉଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ବାନ୍ତିର ଦାମ ୧ କୋଟି ୧୦ ଲକ୍ଷ ଟଙ୍କାରେ ମୂଲଚାଲ ହୋଇଥିଲା । ପୋଲିସ ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ।
ଟିମି ମାଛର ବାନ୍ତିକୁ ଭାସମାନ ସୁନା ବୋଲି କୁହାଯାଏ –
ଟିମି ବାନ୍ତିକୁ ପହଁରୁଥିବା ସୁନା ବୋଲି କୁହାଯାଏ । ବାସ୍ତବରେ ଏଥିରେ ଆଲକୋହଲ ତିଆରି ହୋଇଥାଏ। ଏହି ବାନ୍ତିର ବ୍ୟବହାର ପର୍ଫ୍ୟୁମ ଇଣ୍ଡଷ୍ଟ୍ରିରେ କରାଯାଇଥାଏ । ଏହାଦ୍ୱାରା ପର୍ଫ୍ୟୁମ ଦୀର୍ଘ ସମୟ ଧରି ରହିଥାଏ । ଏପର୍ଯ୍ୟନ୍ତ ଏହା ସ୍ଥିର ହୋଇନି ଯେ ଏହା ହେ୍ଵଲ ମାଛର ବାନ୍ତି କି ମଳ ବୋଲି । ତାଜା ବେଳେ ଏହାର ଗନ୍ଧ ମଳ ପରି ହୋଇଥାଏ। ଧିରେ ଧିରେ ଏହା ମାଟି ଭଳି ହୋଇଯାଏ । ଏହା ପାଣିରେ ଥଣ୍ଡା ହୋଇ ଚଟାଣ ଭଳି ଦେଖାଯାଇଥାଏ । ଅନ୍ତରାଷ୍ଟ୍ରୀୟ ବଜାରରେ ଏହାର ମୂଲ୍ୟ ଅଧିକ ବୋଲି କୁହାଯାଇଛି । ଏହାକୁ ପାଇବା ପାଇଁ କିଛି ଲୋକ ବେଆଇନ ଭାବେ ଟିମି ମାଛକୁ ମାରିଥାନ୍ତି ।