ହାତରୁ ବାରମ୍ବାର ପଡୁଛି କି ଏହିସବୁ ଜିନିଷ, ଜାଣନ୍ତୁ କେଉଁ ବିଷୟରେ ଦେଇଥାଏ ସଙ୍କେତ

ବାସ୍ତୁ ଅନୁସାରେ ସବୁକିଛି ଠିକ୍‌ ଥିଲେ ଘରକୁ କେବେ ବି କୌଣସି ଅସୁବିଧା ଆସେ ନାହିଁ। ଆଉ ଯଦି ସବୁକିଛି ଠିକ୍‌ ଚାଲିନଥାଏ, ତେବେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ତେବେ ବାସ୍ତୁ ହିସାବରେ କିଛି ଜିନିଷ ହାତରୁ ବାରମ୍ବାର ପଡିବା ଶୁଭ ହୋଇନଥାଏ। ଏହା ଆଗାମୀ ଅସୁବିଧାର ସଂକେତ ଦେଇଥାଏ। ତେବେ କ’ଣ ସବୁ ସେହି ଜିନିଷ ଯାହା ବାରମ୍ବାର ପଡିଲେ ଅଶୁଭ ହୋଇଥାଏ।

ବାସ୍ତୁ ଅନୁସାରେ ହାତରୁ ଲୁଣ ବାରମ୍ବାର ପଡିବା ଦ୍ୱାରା ଆପଣଙ୍କ ପରିବାର ଉପରେ ଶୁକ୍ର ଏବଂ ଚନ୍ଦ୍ରର ନକାରାତ୍ମକ ପ୍ରଭାବକୁ ଦର୍ଶାଇଥାଏ। ଏହାଦ୍ୱାରା ଘରେ ଧନହାନି ସହିତ ମାନସିକ ଚିନ୍ତା ବଢିପାରେ। ଏହାଛଡା ଘରେ ବାସ୍ତୁଦୋଷର ସଂକେତ ଦେଇଥାଏ।

ଗ୍ୟାସରେ ରଖିଥିବା କ୍ଷୀର ଉତୁରି ପଡିବା ଶୁଭ ନୁହେଁ। କ୍ଷୀର ବାରମ୍ବାର ପଡିବା ନକାରାତ୍ମକ ଶକ୍ତିକୁ ଆଖପାଖରେ ରହିବାର ପ୍ରତୀକ ହୋଇଥାଏ।

ବାରମ୍ବାର ଗୋଲମରିଚ ଯଦି ତଳେ ଚାରିଆଡେ ଛିନଛତର ହୋଇ ପଡୁଛି, ତେବେ ଏହା ଅଶୁଭ ହୋଇଥାଏ। ଏହାର ପ୍ରଭାବ ଦାମ୍ପତ୍ୟ ଜୀବନରେ ପଡିଥାଏ। ଏମିତି ହେଲେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଦୂରତା ବୃଦ୍ଧି ପାଏ।

mustard oil

ତେଲର ସମ୍ବନ୍ଧ ଶନିଦେବଙ୍କ ସହିତ ରହିଛି। କେବେ କେବେ ଏହା ପଡିବ ସାମାନ୍ୟ କଥା ହୋଇଥାଏ। କିନ୍ତୁ ଯଦି ଏହା ବାରମ୍ବାର ହୁଏ, ତେବେ ଶନିଦେବଙ୍କ କୋପ ରହିଛି ବୋଲି ସଂକେତ ମିଳିଥାଏ। ଏମିତିରେ ଆପଣଙ୍କ ପରିବାର ଉପରେ ଅନେକ ପ୍ରକାର ମୁସ୍କିଲ ଆସିଥାଏ।

ଅନ୍ନ ବାରମ୍ବାର ହାତରୁ ପଡିବା ଅନ୍ନପୂର୍ଣ୍ଣା ରୋଷ କରିଥିବାର ସଂକେତ ଦେଇଥାଏ। ଏମିତିରେ ଆପଣ କ୍ଷମା ମାଗିବା ସହିତ ଅନ୍ନକୁ ଅଯଥା ଫୋପାଡିବା ଉଚିତ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.