ବର୍ଷ ୨୦୨୨ରେ ଏହି ରାଶିକୁ ମିଳିବ ବହୁତ ଶୁଭଫଳ, ଜାଣନ୍ତୁ ଆପଣଙ୍କ ରାଶି ସମ୍ପର୍କରେ

ଆସନ୍ତା ନୂଆବର୍ଷ ଏହି ରାଶି ପାଇଁ ରହିବ ଅତ୍ୟନ୍ତ ଶୁଭ। ଯଦି ଆପଣ ମଧ୍ୟ ଏହି ରାଶିର, ତେବେ ନିଶ୍ଚିତ ଭାବେ ଏହି ଖବର ଆପଣଙ୍କ ପାଇଁ ଲାଭକାରୀ ହେବ। ନୂଆବର୍ଷ ଆରମ୍ଭ ହେବା ପୂର୍ବରୁ ଜାଣି ନିଅନ୍ତୁ। ଖୁସି ରହିବେ।

sign 2
pc : pinkvilla

୨୦୨୨ ସିଂହ ରାଶି ପାଇଁ ରହିବ ଅତ୍ୟନ୍ତ ଶୁଭ। ସିଂହ ରାଶିର ସ୍ୱାମୀ ହେଉଛନ୍ତି ଗ୍ରହରାଜ ସୂର୍ଯ୍ୟ। ଏହି ରାଶିର ବ୍ୟକ୍ତି ମାନେ ଅଧିକ ପ୍ରଭାବଶାଳୀ ହୋଇଥାଆନ୍ତି। ଏମାନଙ୍କ ପର୍ସନାଲିଟି ଲୋକଙ୍କୁ ଖୁବ ଆକୃଷ୍ଟ କରିଥାଏ। ସାଧାରଣଭାବେ ଏମାନେ ଭଲ ଲିଡରସିପ୍‌ ହୋଇଥାନ୍ତି। ରାଜନୀତି ଓ ପ୍ରଶାସନ କ୍ଷେତ୍ରରେ ଏମାନେ ଉଚ୍ଚ ପଦବୀରେ ସ୍ଥାନିତ ହୋଇଥାନ୍ତି। ବର୍ଷ ୨୦୨୨ କଥା କହିଲେ ଏହି ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ।

ସିଂହ ରାଶିରେ ଜାତକର ନେତୃତ୍ତ୍ୱ ଗୁଣ ତାଙ୍କୁ ବର୍ଷ ସାରା ଅନେକ ଲାଭ ପ୍ରଦାନ କରିବ। ଏମାନେ ନିଜ କ୍ୟାରିଅରରେ ବହୁ ଉନ୍ନତି କରିବେ। କିନ୍ତୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଅଳ୍ପ ମାତ୍ରାରେ ରହିବ।

leo
pc: ganeshspeaks

ରାଜସ୍ୱୀ ସ୍ୱଭାବର ମାଲିକ ସିଂହ ରାଶି ଲୋକଙ୍କ ପାଇଁ ନୂଆବର୍ଷ ଖୁବ ଭଲ ରହିବ। ଏହି ବର୍ଷ ମାତା ଲକ୍ଷ୍ମୀଙ୍କର ଅଶେଷ କୃପା ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିବ । ତେଣୁ ନିୟମିତ ରୂପେ ମାତାଙ୍କର ପୂଜା କରନ୍ତୁ। ବ୍ୟବସାୟରେ ଲାଭ ମିଳିବା ସହ ବିଦେଶ ଯାତ୍ରା କରିବାର ସମ୍ଭାବନା ରହିଛି। ଏହିବର୍ଷ ମାର୍ଚ୍ଚ ମାସ ପରେ ଯାତ୍ରା କରିବାର ଯୋଗ ଆରମ୍ଭ ହେବ। କାର୍ଯ୍ୟକ୍ଷେତ୍ରରେ ଶତ୍ରୁମାନେ ନିଜ ପ୍ରଭାବ ପକାଇବାକୁ ଚେଷ୍ଟା କରିପାରନ୍ତି। କିନ୍ତୁ ଶନିଦେବ ଏମାନଙ୍କୁ ସବୁ ସମସ୍ୟାରୁ ରକ୍ଷା କରିବେ। ମାନ ସମ୍ମାନ, ପଦ ପ୍ରତିଷ୍ଠା ପ୍ରଦାନ କରିବେ।

sign
pc: samacharnama

ପରିବାରରେ ଭଲ ସମୟ ଅତିବାହିତ କରିବେ। ସନ୍ତାନ ପକ୍ଷରୁ ଖୁସି ପାଇବେ। ଆର୍ଥିକ ସମସ୍ୟା ଦୂର ହେବ। ବର୍ଷଟି ପୁରା ଭଲରେ କଟିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.