Below header

ମାଡ଼ି ଆସୁଛି ବିପଦ! ଏହି ୫ଟି ସୁପରଫୁଡ ଖାଇ ଶୀତଦିନେ ନିଜ ଇମ୍ୟୁନିଟିକୁ ରଖନ୍ତୁ ମଜଭୁତ; ରୋଗ ସହ ଲଢ଼ିବାରେ ମିଳିବ ସହାୟତା

ଭାରତରେ ଓମିକ୍ରନ୍ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ୁଛି। କୋଭିଡ ସୁରକ୍ଷା ପ୍ରୋଟୋକଲ ଆପଣାଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଲଗାତାର ଲୋକଙ୍କୁ ନିବେଦନ କରୁଛନ୍ତି। ଡାକ୍ତରମାନେ କହିଛନ୍ତି ଯେ ଏପରି ସମୟରେ ଲୋକମାନେ ନିଶ୍ଚିତ ଭାବରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଉଚିତ୍। ବିଶେଷ କରି ଶୀତଦିନେ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁତ ଦୁର୍ବଳ ହୋଇଯାଇଥାଏ। ଏମିତି ସ୍ଥିତିରେ ଆପଣ ନିଜର ଖାଦ୍ୟ ଏବଂ ପାନୀୟର ସ୍ୱତନ୍ତ୍ର ଯତ୍ନ ନେବା ଉଚିତ୍। ଏପରି ଖାଦ୍ୟ ଖାଆନ୍ତୁ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିବ। ଆସନ୍ତୁ ଜାଣିବା, ଶୀତଦିନେ ଆପଣ କେଉଁ ସବୁ ଖାଦ୍ୟ ଜିନିଷ ଖାଇବା ଉଚିତ୍।

କନ୍ଦମୂଳ: ଶୀତଦିନେ ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ମିଠା ଆଳୁ ବା କନ୍ଦମୂଳରେ ଭିଟାମିନ୍-ଏ, ପୋଟାସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଏବଂ ଜ୍ୱଳନଜନିତ ସମସ୍ୟାରୁ ଆରାମ ମିଳିଥାଏ। କନ୍ଦମୂଳ ଭିଟାମିନ୍-ସି ଏବଂ ବିଟା-କାରୋଟିନର ଏକ ଉତ୍ତମ ଉତ୍ସ ହୋଇଥାଏ। ଆପଣ ଏହାକୁ ସିଝାଇ ଖାଇ ପାରିବେ କିମ୍ବା ସାଦା ଖାଇ ପାରିବେ। ଆପଣ ଶିଶୁ ଏବଂ ବୃଦ୍ଧମାନଙ୍କୁ କ୍ଷୀର ସହିତ ମଧ୍ୟ ଏହାକୁ ଖାଇବାକୁ ଦେଇ ପାରିବେ।

ଘିଅ: ଶରୀରକୁ ଶକ୍ତିଶାଳୀ କରିବା ପାଇଁ ଆୟୁର୍ବେଦରେ ଘିଅକୁ ଏକ ଉତ୍ତମ ଖାଦ୍ୟ ପଦାର୍ଥ ଭାବରେ ବିବେଚନା କରାଯାଇଛି। ପ୍ରତିଦିନ ଘିଅ ଖାଇବା ଦ୍ୱାରା ଶରୀର ଗରମ ରହିଥାଏ। ଘିଅ ଖାଇଲେ ତୁରନ୍ତ ଶରୀରକୁ ଶକ୍ତି ମିଳିଥାଏ। ପିଲାମାନଙ୍କ ହାଡ଼କୁ ମଜଭୁତ ରଖିବାରେ ଘିଅ ଲାଭଦାୟକ ହୋଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏପରି କି, ଚର୍ମକୁ ଫାଟିବା କିମ୍ବା ଶୁଷ୍କ ହେବାରୁ ମଧ୍ୟ ରକ୍ଷା କରିଥାଏ। ଆପଣ ଘିଅକୁ ରୁଟି, ଡାଲି, ଭାତ କିମ୍ବା ତରକାରୀରେ ପକାଇ ଖାଇପାରିବେ।

ଖଜୁରୀ: ଶୀତଦିନେ ଖଜୁରୀକୁ ନିଶ୍ଚୟ ଆପଣଙ୍କ ଡାଏଟ୍ରେ ସାମିଲ କରନ୍ତୁ। ଖଜୁରୀ ଖାଇବା ଦ୍ୱାରା ଶରୀରକୁ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ମିଳିଥାଏ। ଖଜୁରୀରେ କ୍ୟାଲସିୟମ ଭରପୂର ମାତ୍ରାରେ ରହିଛି, ଯାହା ହାଡ ଏବଂ ଦାନ୍ତକୁ ଫାଇଦା ପହଞ୍ଚାଇଥାଏ। ଆମ ପ୍ରତିରକ୍ଷା ପ୍ରଣାଳୀ ପାଇଁ ଖଜୁରୀ ବହୁତ ଭଲ ହୋଇଥାଏ। ଆପଣ ଏହାକୁ ଏକ ମିଠା ଭାବରେ ମଧ୍ୟ ବ୍ୟବହାର କରି ପାରିବେ।

ଗୁଡ଼: ଶୀତଦିନେ ଆପଣ ଗୁଡ଼ର ସେବନକୁ ବଢ଼ାଇ ଦେବା ଉଚିତ। ଆପଣ କାଢ଼ା ତିଆରିରେ ଗୁଡ଼ ବ୍ୟବହାର କରି ପାରିବେ। ଏଥିରୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଏବଂ କାଢ଼ାର ସ୍ୱାଦ ମଧ୍ୟ ବହୁତ ଭଲ ଲାଗିଥାଏ। ଥଣ୍ଡା, ସର୍ଦ୍ଦି ଆଦିରୁ ଗୁଡ଼ ଉପଶମ ପ୍ରଦାନ କରିଥାଏ। ଗୁଡ଼ରେ ବହୁତ ଭଲ ମାତ୍ରାରେ ଆଇରନ, ମ୍ୟାଗ୍ନେସିୟମ୍, ଜିଙ୍କ, ସେଲେନିୟମ୍ ଏବଂ ପୋଟାସିୟମ୍ ଭଳି ତତ୍ତ୍ୱ ରହିଛି, ଯଦ୍ଦ୍ଵାରା ଇମ୍ୟୁନିଟି ବଢ଼ିଥାଏ।

ଅଦା: ଶୀତଦିନେ ଅଦା ନିଶ୍ଚୟ ଭାବେ ଖାଇବା ଉଚିତ୍। ଥଣ୍ଡା, କାଶରେ ଅଦା ଖାଇବା ଦ୍ୱାରା ଆରାମ ମିଳିଥାଏ। ଅଦାରେ ଅକ୍ସିଡେଟିଭ୍ ଏବଂ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା ଗଳା ଯନ୍ତ୍ରଣା ସମସ୍ୟାରୁ ଆରାମ ଦେଇଥାଏ। ଅଦା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଏହା କାର୍ଡିୟୋଭାସ୍କ୍ୟୁଲାର ରୋଗ ଯେପରି କ୍ୟାନ୍ସର ଏବଂ ହଜମଜନିତ ସମସ୍ୟାକୁ ମଧ୍ୟ ଦୂର କରି ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.