Below header

କଞ୍ଚା ପିଆଜ କି ରସୁଣ ଖାଇବା ଦ୍ୱାରା ପାଟି ଗନ୍ଧାଉଛି କି? କାହା ପାଖରେ ବସି ପାରୁ ନାହାନ୍ତି? ତ ଦୂର କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

କଞ୍ଚା ପିଆଜ କିମ୍ବା ରସୁଣ ଖାଇବା ଦ୍ୱାରା ପାଟିରୁ ଦୁର୍ଗନ୍ଧ ବାହାରିଥାଏ। ଏହି ସମସ୍ୟା ଅଧିକାଂଶ ଲୋକଙ୍କୁ ଚିନ୍ତିତ କରିଥାଏ ଏବଂ କେଉଁଠି ବାହାରକୁ ଗଲେ ଆପଣ ଲଜ୍ଜା ଅନୁଭବ କରି ଥାଆନ୍ତି। ମୁହଁରୁ ଦୁର୍ଗନ୍ଧ ଆସିବାର ସମସ୍ୟା ଯଦି ଆପଣଙ୍କୁ ବି ହଇରାଣ କରୁଛି, ତା’ ହେଲେ ଏହାକୁ ଦୂର କରିବା ପାଇଁ ଏହି ସହଜ ଟିପ୍ସ ଆପଣାନ୍ତୁ।

ଉଷୁମ ପାଣି ପିଅନ୍ତୁ: ପିଆଜ ଓ ରସୁଣର ଗନ୍ଧରୁ ତୁରନ୍ତ ମୁକ୍ତି ପାଇବା ପାଇଁ ସବୁଠାରୁ ସହଜ ତଥା ପ୍ରଭାବଶାଳୀ ଉପାୟ ହେଉଛି ଉଷୁମ ପାଣି ପିଇବା। ଭୋଜନ ପରେ ଉଷୁମ ପାଣି ପିଇବା ଦ୍ୱାରା କେବଳ ଖାଦ୍ୟ ହଜମ ହେବାରେ ସାହାଯ୍ୟ ମିଳେ ନାହିଁ, ବରଂ ପାଟିରେ ଥିବା ବ୍ୟାକ୍ଟେରିଆ ଏବଂ ଟକ୍ସିନ୍ସରୁ ବି ଛୁଟକାରା ମିଳିଥାଏ।

ଲେମ୍ବୁ ପାଣି: ଖାଦ୍ୟ ଖାଇବା ପରେ ଲେମ୍ବୁ ପାଣି ପିଇବା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ। ଏହା ପାଟିର ଦୁର୍ଗନ୍ଧକୁ ଦୂର କରିଥାଏ। ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ୍ ତତ୍ତ୍ୱ ପିଆଜ ଓ ରସୁଣର ଗନ୍ଧକୁ ଦୂର କରି ଶ୍ୱାସକୁ ସତେଜ ରଖିଥାଏ। ଏଥିପାଇଁ ଅଳ୍ପ ଉଷୁମ ପାଣି ନିଅନ୍ତୁ ଏବଂ ସେଥିରେ ଲେମ୍ବୁ ରସ ମିଶାନ୍ତୁ। ଏହି ପାଣିରେ କୁଳି କରନ୍ତୁ। ଦେଖିବେ, ଆପଣଙ୍କ ସମସ୍ୟା ଦୂର ହୋଇଯିବ।

ଧନିଆ ଏବଂ ଗୁଜରାତି: ଖାଦ୍ୟ ଖାଇବା ପରେ ଧନିଆ ଏବଂ ଗୁଜରାତି ଖିଆ ଯାଇଥାଏ। ଏହା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହେବାରେ ସାହାଯ୍ୟ ମିଳିଥାଏ। ଏଥି ସହିତ ଏହି ଜିନିଷଗୁଡ଼ିକ ପାଟିର ଦୁର୍ଗନ୍ଧକୁ ମଧ୍ୟ ଦୂର କରିଥାଏ। ଆପଣ ଏହି ଦୁଇଟି ଜିନିଷକୁ ହାଲୁକା ଉଷୁମ ପାଣିରେ ସେବନ କରି ପାରିବେ। ଏହାଦ୍ୱାରା ପାଟି ଦୁର୍ଗନ୍ଧ ଦୂର ହୋଇଯିବ।

କ୍ଷୀର: ପିଆଜ କିମ୍ବା ରସୁଣର ପ୍ରବଳ ଦୁର୍ଗନ୍ଧକୁ କ୍ଷୀର ପ୍ରଭାବୀ ଉପାୟରେ କମ୍‌ କରି ଦେଇଥାଏ। କିନ୍ତୁ ଖାଦ୍ୟ ଖାଇବାର ତୁରନ୍ତ ପରେ କ୍ଷୀର ପିଅନ୍ତୁ ନାହିଁ। ପିଆଜ ଓ ରସୁଣ ଖାଇବାର ଅତି କମରେ ୨୦ ମିନିଟ୍ ପରେ କ୍ଷୀର ପିଅନ୍ତୁ। କ୍ଷୀର ଭାରି ହୋଇଥାଏ, ଯେଉଁ କାରଣରୁ ଏହା ହଜମ ହେବାରେ ସମୟ ଲାଗିପାରେ। ଖାଦ୍ୟ ଖାଇବା ଏବଂ କ୍ଷୀର ପିଇବା ମଧ୍ୟରେ ବ୍ୟବଧାନ ଦେଲେ ଖାଦ୍ୟ ଠିକ୍ ଭାବରେ ହଜମ ହୋଇଥାଏ।

ସେଓ: ଖାଦ୍ୟ ଖାଇବା ପରେ ସେଓ ଖାଇବା ମଧ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ। ସେଓରେ ଥିବା ଏନଜାଇମ ପିଆଜ ଓ ରସୁଣର ସଲଫର କମ୍ପାଉଣ୍ଡକୁ ଭାଙ୍ଗି ଦେଇପାରେ, ଯଦ୍ଦ୍ଵାରା ପାଟିର ଦୁର୍ଗନ୍ଧରୁ ଛୁଟକାରା ମିଳିଥାଏ। ଏହା ଆପଣଙ୍କ ଦାନ୍ତକୁ ସୁସ୍ଥ ରଖିବ। ଆପଣ ସେଓ ରସ ମଧ୍ୟ ପିଇ ପାରିବେ।

ପୋଦିନା ପତ୍ର: ପୋଦିନା ପତ୍ର ଖାଇବା ଦ୍ୱାରା ମଧ୍ୟ ଲାଭ ମିଳିବ। ଏହା ପିଆଜ ଓ ରସୁଣର ଦୁର୍ଗନ୍ଧ ଦୂର କରିବ।

ଆପଲ୍ ସାଇଡର୍ ଭିନେଗାର: ଆପଲ୍ ସାଇଡର୍ ଭିନେଗାରର ବ୍ୟବହାର ପାଟିରୁ ଆସୁଥିବା ପିଆଜର ଦୁର୍ଗନ୍ଧକୁ କମ୍‌ କରିଥାଏ। ୧ ଚାମଚ ଆପଲ୍ ସାଇଡର୍ ଭିନେଗାର ନିଅନ୍ତୁ ଏବଂ ଏହାକୁ ପାଣିରେ ମିଶାଇ ପିଅନ୍ତୁ। ଏହାଦ୍ୱାରା ଫାଇଦା ମିଳିବ।

ଗ୍ରୀନ ଟି’: ଗ୍ରୀନ୍ ଟି’ ଏକ ହର୍ବାଲ୍ ପାନୀୟ। ଖାଦ୍ୟ ଖାଇବା ପରେ ଗ୍ରୀନ୍ ଟି’ ସେବନ କରିବା ଦ୍ୱାରା ପାଟିର ଦୁର୍ଗନ୍ଧ ଦୂର ହୋଇଥାଏ। ଏହାଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ଭଲ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.