ଷ୍ଟମ୍ପ୍ ମାଇକ୍ ପାଖରେ କାହିଁକି ଗାଳି କଲେ କୋହଲି ? ଭୋଗି ପାରନ୍ତି ବିରାଟ ଦଣ୍ଡ !

ସାଉଥ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଭାରି ଟେନସନ୍‌ରେ ଅଛି ଟିମ୍‌ ଇଣ୍ଡିଆ । କାରଣ ପରାଜୟ ଆଡ଼କୁ ଗତି କରୁଛି ଦଳ । ତେବେ ତା ପୂର୍ବରୁ ପଡ଼ିଆରେ ଦେଖିବାକୁ ମିଳିଛି କିଛି ଅପ୍ରୀତିକର ପରିସ୍ଥିତି । ଯେଉଁଥିପାଇଁ ପଡ଼ିଆ ବାହାରେ ଭାରତୀୟ ଖେଳାଳିଙ୍କୁ ସମାଲୋଚିତ ହେବାକୁ ପଡ଼ିଛି ।

ଭାରତ-ଦକ୍ଷିଣ ଆଫ୍ରିକା କେପଟାଉନ୍ ଟେଷ୍ଟରେ ଏକ ଡିଆରଏସକୁ ନେଇ ପଡ଼ିଆ ଭିତରେ ଖୁବ୍ ବର୍ଷିଛନ୍ତି ଭାରତୀୟ ଖେଳାଳି । ରବିଚନ୍ଦ୍ରନ ଅଶ୍ବିନଙ୍କ ଦ୍ବାରା ଏଲବିର ଶିକାର ହେବା ପରେ ଡିଆରଏସ୍ ଦ୍ବାରା ବର୍ତ୍ତି ଯାଇଥିଲେ ସାଉଥ ଆଫ୍ରିକା ବ୍ୟାଟସମ୍ୟାନ୍ ଡିନ୍ ଏଲଗାର । ଏହାକୁ ନେଇ ଅସନ୍ତୋଷ ଜାହିର କରିଥିଲେ ଭାରତୀୟ ଖେଳାଳି । ଷ୍ଟମ୍ପ୍ ମାଇକରେ ବ୍ରଡକାଷ୍ଟର ବିରୋଧରେ ବୟାନବାଜି କରିବା ସହ ରଖିଥିଲେ ଅରୁଚିକର ଟିପ୍ପଣୀ । ଏହି କାରଣ ପାଇଁ ଭାରତୀୟ ଖେଳାଳିଙ୍କୁ ଲାଗିପାରେ ଜରିମାନା । ଆଇସିସି ଏହା ଉପରେ ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ । କ୍ୟାପଟେନ ବିରାଟ କୋହଲି, ଉପ ଅଧିନାୟକ କେଏଲ୍ ରାହୁଲ, ଅଶ୍ବିନ, ମୟଙ୍କ ଅଗ୍ରଓ୍ବାଲଙ୍କ ଭଳି ଖେଳାଳି ବ୍ରଡକାଷ୍ଟରଙ୍କ ଉପରେ ପକ୍ଷପାତିତା ନେଇ ଅଭିଯୋଗ କରିଛନ୍ତି ।

ଭାରତ ଓ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ଭିତରେ ଦ୍ୱିତୀୟ ଥର ଡିଆରଏସକୁ ନେଇ ଉଠିଛି ପ୍ରଶ୍ନ । ସେଞ୍ଚୁରିୟନରେ ପ୍ରଥମ ଟେଷ୍ଟରେ ମୟଙ୍କ ଅଗ୍ରଓ୍ବାଲଙ୍କ ଏଲବି ଆଉଟ୍ ନେଇ ବିବାଦ ଉଠିଥିଲା । ସେତେବେଳେ ଲାଗୁ ନଥିଲା ବଲ୍ ଷ୍ଟମ୍ପକୁ ଯାଉଛି କିନ୍ତୁ ବଲ୍ ଟ୍ରାକିଂ ସିଷ୍ଟମ ତାହାକୁ ଓଲଟା ବତାଇଥିଲା । ଏହାକୁ ନେଇ ବହୁତ ନିରାଶ ହୋଇଥିଲେ ମୟଙ୍କ । ଆଜି ବି ଡିଆରଡିଏସ୍ ଦ୍ବାରା ଏଲଗାରଙ୍କ ନଟଆଉଟ୍ ନେଇ କ୍ଷୁବ୍ଧ ହୋଇଥିଲେ ଭାରତୀୟ କ୍ରିକେଟର୍। ଯଦିଓ ଜଣାଥିଲା ଷ୍ଟମ୍ପ ମାଇକରେ ସବୁ କଥାବାର୍ତ୍ତା ରେକର୍ଡ ହେଉଛି ତଥାପି ଜାଣିଶୁଣି କଡ଼ା କଥା କହିଥିଲେ ଭାରତୀୟ ଖେଳାଳି ।

ପୂରା ଦେଶ ୧୧ ଖେଳାଳିଙ୍କ ବିରୋଧରେ : କେଏଲ୍ ରାହୁଲ

ଅନ୍ୟ ଜଣେ ଖେଳାଳିଙ୍କ ମତ ଥିଲା: ବ୍ରଡକାଷ୍ଟର ଏଠି କେବଳ ପଇସା ନେବା ପାଇଁ ବସିଛନ୍ତି । ଆଉ ଜଣେ ଖେଳାଳି କହିଲେ, ମୁଁ ଜାଣିଛି ମାଇକ୍ରୋଫୋନ୍ ଆମ କଥା ରେକର୍ଡ କରୁଛି । ଅଶ୍ବିନ କହୁ କହୁ କହି ଦେଲେ, ସୁପରସ୍ପୋର୍ଟ ! ତୁମକୁ ଜିତିବା ପାଇଁ ଅନ୍ୟ ଭଲ ଉପାୟ ଖୋଜିବା ଦରକାର । ଏହି ସମୟରେ କ୍ୟାପଟେନ କୋହଲି କହିଲେ, କେବଳ ବିରୋଧୀ ଦଳ ଉପରେ ନୁହେଁ, ନିଜ ଦଳ ଉପରେ ବି ନଜର ରଖ ।”

ତେବେ ଟିମ ଇଣ୍ଡିଆର ଏଭଳି ଆଚରଣକୁ କଡ଼ା ନିନ୍ଦା କରିଛନ୍ତି ବରିଷ୍ଠ ଓ ପୂର୍ବତନ ଖେଳାଳି ।
ଅନ୍ୟପଟେ ପୂର୍ବତନ ଓପନର ଗୌତମ ଗମ୍ଭୀର ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ସହ କୋହଲିଙ୍କର ଏହା ଅପରିପକ୍ବ ଆଚରଣ ବୋଲି କହିଛନ୍ତି । ଏମିତି ହେଲେ ଯୁବକମାନେ କେବେବି କୋହଲିଙ୍କୁ ଆଦର୍ଶ ମାନିବେ ନାହିଁ ବୋଲି ଗମ୍ଭୀର ମତ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.