Below header

ସେନା ଦିବସରେ ବିବେକ ଓବେରୟ ସେୟାର କଲେ ନିଜ ଆଗାମୀ ଫିଲ୍ମ”ଭର୍ସେସ ଅଫ୍ ୱାର”ର ଟିଜର

ଆଜିର ସେନା ଦିବସରେ ବିବେକ ଓବେରୟ ଭାରତୀୟ ସେନାଙ୍କୁ ସମ୍ମାନ ଜଣାଇ ନିଜର ଆଗାମୀ ଫିଲ୍ମର ଟିଜର ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଇଂସ୍ତାଗ୍ରାମ ଓ ଟୁଇଟରରେ ସେୟାର କରିଛନ୍ତି । ତେବେ ତାଙ୍କୁ ମଧ୍ୟ ଏହି ଫିଲ୍ମରେ ଜଣେ ଭାରତୀୟ ସେନାଙ୍କ ଚରିତ୍ରରେ ଦେଖିବାକୁ ମିଳିବ ।

verses of war
Picture Credit – ABPlive

ଆଗକୁ ଆସିବାକୁ ଥିବା ତାଙ୍କର ଏହି ସର୍ଟ ଫିଲ୍ମଟି ହେଉଛି ”ଭର୍ସେସ ଅଫ୍ ୱାର”। ଏହା ୟୁଟ୍ୟୁବରେ ରିଲିଜ୍ ହେବା । ଭାରତୀୟ ସେନାଙ୍କ ବଳିଦାନ ଓ ତ୍ୟାଗକୁ ସମ୍ମାନ ଜଣାଇ ସେ ଆଜି ଆର୍ମି ଦିବସରେ ହିଁ ଏହି ଫିଲ୍ମର ଟିଜର ସେୟାର କରିଛନ୍ତି।

 


ବିବେକ ଓବରୟ ଏହି ଫିଲ୍ମରେ ଜଣେ ଭାରତୀୟ ସେନା ଭୂମିକାରେ ଓ ରୋହିତ ରାୟ ଏହି ଫିଲ୍ମରେ ଜଣେ ପାକିସ୍ତାନୀ ଆର୍ମି ଅଫିସର ଭାବେ ଅଭିନୟ କରିଛନ୍ତି । ଦୁଇଜଣଙ୍କୁ ଏହି ଫିଲ୍ମରେ ପ୍ରାୟ ୧୫ ବର୍ଷ ପରେ ଦେଖିବାକୁ ମିଳିବ । ତେବେ ଏହି ଫିଲ୍ମଟି ଗଣତନ୍ତ୍ର ଦିବସରେ FNP ମିଡିଆ ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ୍ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.