ମାର୍ଚ୍ଚ ୧୮ କିମ୍ବା ଅପ୍ରେଲରେ ରିଲିଜ ହେବ ଫିଲ୍ମ RRR 

ଏସ୍ ରାଜା ମଉଲିଙ୍କ ବହୁ ପ୍ରତୀକ୍ଷିତ ଆକ୍ସନ୍ ଫିଲ୍ମ “ରାଇଜ୍ ରୋର୍ ରିଭଲ୍ଟ” (RRR) ର ଟ୍ରେଲର ଓ ଟିଜର ରିଲିଜ୍ ହେବା ପରେ ଏହାକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥିଲେ। ପୁଣି ଫିଲ୍ମ ରିଲିଜକୁ ନେଇ ସିନେ ପ୍ରେମୀ ଅପେକ୍ଷା କରିଥିଲେ କେବେ ରିଲିଜ୍ ହେବ ଏହି ଫିଲ୍ମ୍। ତେବେ ବର୍ତ୍ତମାନ RRR ର ରିଲିଜ୍ ଡେଟ୍ ଧାର୍ଯ୍ୟ କରାଯାଇଛି । ମାର୍ଚ୍ଚ ୧୮ ରେ ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ ଏହି ଫିଲ୍ମକୁ। ଏହା ନେଇ ଫିଲ୍ମ ନିର୍ମାତାମାନେ ଅଜି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଘୋଷଣା କରିଛନ୍ତି।

ଫିଲ୍ମର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରାଯାଇଥିବା ଏକ ବିବୃତ୍ତିରେ ନିର୍ମାତା କହିଛନ୍ତି ଯେ ଯଦି ଫିଲ୍ମ ପୁଣି ଥରେ ସ୍ଥଗିତ ରଖାଯାଏ ତେବେ ଏହା ଏପ୍ରିଲ୍ ୨୮ ତାରିଖରେ ରିଲିଜ୍ ହେବ। ଫିଲ୍ମରେ ଅଭିନୟ କରିଥିବା ସାଉଥ୍ ଷ୍ଟାର ରାମ ଚରଣ ଏବଂ ଜୁନିଅର ଏନ ଟି ଆର ମଧ୍ୟ ନିଜ ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରି ଫିଲ୍ମର ରିଲିଜ୍ ଡେଟ୍ ବିଷୟରେ ଲେଖିଛନ୍ତି।

କରୋନା ପାଇଁ ଏହି ଫିଲ୍ମକୁ ଏକାଧିକ ଥର ସ୍ଥଗିତ ରଖାଯାଇଥିଲା।ବଲିଉଡ ତାରକା ଅଜୟ ଦେବଗନ୍ ଏବଂ ଆଲିଆ ଭଟ୍ଟଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ “RRR” ରେ ଦେଖିବାକୁ ମିଳିଛି।

ତେବେ ଏକ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଦୁଇଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଉପରେ ଆଧାରିତ ଏହା ଏକ କାଳ୍ପନିକ କାହାଣୀ ଯାହା ବନ୍ଧୁତ୍ୟକୁ ମଧ୍ୟ ଦର୍ଶାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.