ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ସିଦ୍ଧାର୍ଥଙ୍କ ଶୁଭ ଚିନ୍ତକଙ୍କୁ ଏମିତି କହିଲେ ଶେହନାଜ ଗିଲ

ଆଜି ଶେହନାଜ ନିଜ ଇନଷ୍ଟାଗ୍ରାମରେ ସିଦ୍ଧାର୍ଥଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସିଦ୍ଧାର୍ଥଙ୍କ ଶୁଭଚିନ୍ତକଙ୍କୁ ତାଙ୍କ ଫଟୋର ବ୍ୟବହାର କରିବା ପୂର୍ବରୁ କିମ୍ବା ତାଙ୍କ ନାମକୁ ବ୍ଯବହାର କରି କିଛି କରିବା ପୂର୍ବରୁ ସିଦ୍ଧାର୍ଥଙ୍କ ପରିବାର ସହ ସମ୍ପର୍କ କରିବାକୁ କହିଛନ୍ତି। ଏହା ପରେ ସିଦ୍ଧାର୍ଥଙ୍କ ଫଟୋକୁ ନେଇ ଯାହାବି କରାଯିବ ତାଙ୍କ ପରିବାରର ଅନୁମତି ନିଆଯିବ।

photo
Picture Credit – Instagram

ତେବେ ସିଦ୍ଧାର୍ଥଙ୍କ ଶୁକ୍ଲାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଆଉ ସିଦ୍ଧାର୍ଥଙ୍କ ମୃତ୍ୟୁ ଫ୍ୟାନ୍ସଙ୍କ ମନକୁ ଭାଙ୍ଗି ଦେଇଥିଲା ସେତିକି ନୁହେଁ ବରଂ ଶେହନାଜ ଗିଲଙ୍କୁ ମଧ୍ୟ ସଂପୂର୍ଣ୍ଣ ଭାବେ ଭାଙ୍ଗିଦେଇଥିଲା। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ନିଜକୁ ସମ୍ଭାଳିବା ଶେହନାଜଙ୍କ ପାଇଁ କଷ୍ଟକର ହୋଇପଡିଥିଲା। କିନ୍ତୁ ଏବେ ପୁଣି ଶେହନାଜ ନିଜ କାମକୁ ଫୋକୋସ କରିଛନ୍ତି । ପୁଣି ସେ ସିଦ୍ଧାର୍ଥଙ୍କ ସବୁ ସ୍ବପ୍ନ ପୁରା କରିବାକୁ ମଧ୍ୟ କହିଛନ୍ତି। ସିଦ୍ଧାର୍ଥ ଏବଂ ଶେହନାଜ ବିଗବସ୍‌ ୧୩ରେ ନଜର ଆସିଥିଲେ। ଏହି ଠାରୁ ହିଁ ଦୁହେଁ ପରସ୍ପରକୁ ଜାଣିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.