ଫର୍ଣ୍ଣିଚର ଗୋଦାମରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭିଓ୍ଵଣ୍ଡି ଅଞ୍ଚଳରେ ଏକ ଫର୍ଣ୍ଣିଚର ଗୋଦାମରେ ଭୀଷଣ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କୀତବର ପାଇଁ ଦମକଳ ବାହିନୀ ପକ୍ଷରୁ ୪ଟି ଗାଡି ନିୟୋଗିତ କରାଯାଇଛି। ଏପର୍ଯ୍ୟନ୍ତ କେହି ଆହତ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଭିଓ୍ଵଣ୍ଡି ଅଞ୍ଚଳରେ ଥିବା ସୁମାରସ ଚାମୁଣ୍ଡା କମ୍ପ୍ଲେକ୍ସରେ ଥିବା ଏକ ଫର୍ଣ୍ଣିଚର ଗୋଦାମରେ ନିଆଁ ଲାଗି ଆଖ ପାଖରେ ଥିବା ଆଉ ଅନ୍ୟ ୩ଟି ଗୋଦାମକୁ ବ୍ୟାପୀ ଯାଇଥିଲା। ଏହି ନିଆଁ ରାତି ପ୍ରାୟ ୧.୪୦ ମିନିଟରେ ଲାଗିଥିଲା। ନିଆଁ ଲାଗିବା କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। କିନ୍ତୁ ନିଆଁ ଲିଭାଇବା କାମ ଏଯାଏଁ ଚାଲିଛି।

ସୂଚନାଯୋଗ୍ୟ, ଗତକାଲି ମୁମ୍ବାଇର ପୂର୍ବ ବାନ୍ଦ୍ରାର ବେହରାମ ନଗର ଅଞ୍ଚଳରେ ଏକ ୫ ମହଲା କୋଠା ଭୁଶୁଡ଼ି ପଡିଥିଲା । ତେବେ ଏଥିରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଭିଏନ ଦେଶାଇ ହସପିଟାଲକୁ ପଠାଯାଇଛି । ୨ ଜଣ ଭାବା ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍‌ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.