ଗିରଫ ହେବା ପରେ ଜାମିନରେ ଆସିଲେ ଅଭିନେତ୍ରୀ ମୁନମୁନ୍‌ ଦତ୍ତା, ଅନୁସୂଚିତ ଜାତିକୁ ନେଇ ଦେଇଥିଲେ ଅପମାନଜନକ ଟିପ୍ପଣୀ

‘ତାରକା ମେହେତା କା ଉଲଟା ଚଷମା’ ଫେମ୍‌ ଅଭିନେତ୍ରୀ ମୁନମୁନ ଦତ୍ତା ଓରଫ ବବିତା ଗିରଫ ହୋଇଥିଲେ। ଗିରଫ ହେବା ପରେ ୪ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଜାମିନରେ ଛଡାଯାଇଛି। ଅଭିନେତ୍ରୀ ମୁନମୁନ୍ ଦତ୍ତା ସୋମବାର ହରିୟାଣାର ହାନସୀ ପୋଲିସ୍ ଷ୍ଟେସନରେ ପହଞ୍ଚିଥିଲେ। ଅନୁସୂଚିତ ଜାତି ମନ୍ତବ୍ୟ ଉପରେ ପଞ୍ଜୀକୃତ ହୋଇଥିବା ମାମଲାରେ ଅନୁସନ୍ଧାନକାରୀ ଅଧିକାରୀ ଡିଏସପି ବିନୋଦ ଶଙ୍କରଙ୍କ ନିକଟରେ ସେ ହାଜର ହୋଇଥିଲେ। ଏହି ସମୟରେ ଅନୁସନ୍ଧାନକାରୀ ଅଧିକାରୀ ତାଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରି ଚାରି ଘଣ୍ଟା ପଚରାଉଚରା ପରେ ଅନ୍ତରୀଣ ଜାମିନରେ ଛାଡିଥିଲେ। ଏସପି ନିତିକା ଗେହଲତ ମଧ୍ୟ ଅଭିନେତ୍ରୀଙ୍କୁ ପ୍ରଶ୍ନ କରିଥିଲେ।

ହାଇକୋର୍ଟର ଓକିଲ ତଥା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମୁନମୁନ୍ ନିଜେ ଦୁଇଜଣ ସୁରକ୍ଷା କର୍ମୀ ଏବଂ ବାଉନ୍ସର୍ସ ସହ ଡିଏସପି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ମୁନମୁନ୍ କୌଣସି ମିଡିଆ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିନଥିଲେ। ଏସସି-ଏସଟି ଅଧିନିୟମ ଅନୁଯାୟୀ ଅଭିନେତ୍ରୀଙ୍କ ବିରୋଧରେ ମେ ୧୩, ୨୦୨୧ ରେ ହାନସିର ଦଳିତ ଅଧିକାର କର୍ମୀ ରଜତ କଲସନ ମାମଲା ଦାୟର କରିଥିଲେ।

ସୂଚନାଯୋଗ୍ୟ, ମୁନମୁନ ଦତ୍ତା ଗତବର୍ଷ ୯ ଜାନୁଆରୀରେ ଏକ ଭିଡିଓ ଅନୁସୂଚିତ ଜାତି ସମାଜ ବିରୋଧରେ ଅଶ୍ଳୀଳ ଏବଂ ଅପମାନଜନକ ଟିପ୍ପଣୀ ଦେଇଥିଲେ। ଯାହା ପରେ ଦଳିତ ଅଧିକାର କର୍ମୀ ରଜତ କଲସନ ୧୩ ମଇ, ୨୦୨୧ରେ ମୁନମୁନ୍‌ ଦତ୍ତାଙ୍କ ବିରୋଧରେ ଥାନା ସହର ହଂସୀରେ ଏସସି-ଏସଟି ଆକ୍ଟ ଅଧିନରେ ମକଦ୍ଦମା ଦାଏର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.