ଇଣ୍ଟରଭ୍ୟୁରେ ପାସ୍‌ ହେବାକୁ ପଞ୍ଚମୁଖୀ ହନୁମାନଙ୍କୁ ଭୋଗ ଲଗାନ୍ତୁ ଏହି ଫଳ, ତୁରନ୍ତ ମିଳିବ ଚାକିରି

ହିନ୍ଦୁ ଧର୍ମରେ ମହାବୀର ବଜରଙ୍ଗୀ ବା ହନୁମାନଙ୍କୁ ସବୁ ସଙ୍କଟରୁ ମୁକ୍ତି ଦେଉଥିବା ଭଗବାନ ବୋଲି କୁହାଯାଏ। ଶାସ୍ତ୍ର ମୁତାବକ, କଳିଯୁଗରେ ହନୁମାନଙ୍କୁ ପୂଜା କଲେ ସବୁ ସଙ୍କଟ ଦୂର ହୋଇଥାଏ ଓ ସଫଳତା ମିଳେ। ହନୁମାନଙ୍କ ପଞ୍ଚମୁଖୀ ଅବତାରରେ ପ୍ରଥମ ମୁହଁ ବାନର, ଦ୍ୱିତୀୟ ଗରୁଡ଼, ତୃତୀୟ ବରାହ, ଚତୁର୍ଥ ଅଶ୍ୱ ଓ ପଞ୍ଚମ ମୁଖ ନୃସିଂହଙ୍କର ରହିଛି। କୁହାଯାଏ, ହନୁମାନଙ୍କର ଏହି ୫ଟି ସ୍ୱରୂପ ଭକ୍ତଙ୍କ ସବୁ ସମସ୍ୟାକୁ ଦୂର କରେ।

ମାନ୍ୟତା ରହିଛି ଯେ ମଙ୍ଗଳବାର ଓ ଶନିବାର ପଞ୍ଚମୁଖୀ ହନୁମାନଙ୍କୁ ପୂଜା କରିବା ଦ୍ୱାରା ଅଟକିଥିବା କାମ ସମ୍ପୂର୍ଣ୍ଣ ହୁଏ। ମଣିଷର ସବୁ ସଙ୍କଟ ଦୂର ହୁଏ। ବାସ୍ତୁ ଶାସ୍ତ୍ର ଅନୁସାରେ, ପଞ୍ଚମୁଖୀ ହନୁମାନଙ୍କ ଫଟୋ କିମ୍ବା ମୂର୍ତ୍ତିକୁ ଘରର ଦକ୍ଷିଣ-ପଶ୍ଚିମ କୋଣରେ ରଖିବା ଉଚିତ। ଏହା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୁଏ ଓ ଘର ବିପଦମୁକ୍ତ ରହେ। ତେବେ ଆସନ୍ତୁ ଜାଣିବା ପଞ୍ଚମୁଖୀ ହନୁମାନଙ୍କୁ ପୂଜା କରିବା ଦ୍ୱାରା କି କି ଲାଭ ମିଳେ…

  • ମଙ୍ଗଳବାର ଦିନ ପଞ୍ଚମୁଖୀ ହନୁମାନଙ୍କୁ ଫଳରେ ଡାଳିମ୍ବ ଓ ମିଠାରେ କେସର ଲଡୁ ଭୋଗ ଲଗାଇବା ଦ୍ୱାରା ଇଣ୍ଟରଭ୍ୟୁରେ ସଫଳତା ମିଳିଥାଏ। ଏହା ଦ୍ୱାରା ତୁରନ୍ତ ଚାକିରି ମିଳେ।
  • ପରିବାର ମଧ୍ୟରେ କଳି ଝଗଡ଼ା, ପାଟି ତୁଣ୍ଡ ହେଉଥିଲେ ମଙ୍ଗଳବାର ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତି ସାମ୍ନାରେ ବସି ଶ୍ରୀରାମ ରକ୍ଷା ସ୍ତ୍ରୋତ୍ର ପାଠ କରନ୍ତୁ। ଏହା ଦ୍ୱାରା ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ପାଇବା ବଢ଼େ ଓ ଶାନ୍ତି ବଜାୟ ରହେ।
  • ଯଦି କୋର୍ଟରେ କୌଣସି ପୁରୁଣା କେସ୍‌ ଗଡ଼ି ଚାଲିଛି ତେବେ ମଙ୍ଗଳବାର ପଞ୍ଚମୁଖୀ ହନୁମାନଙ୍କ ସାମ୍ନାରେ ଦେଶୀ ଘିଅର ଦୀପ ଜଳାନ୍ତୁ ଓ ବଜରଙ୍ଗ ବାଣ ପାଠ କରନ୍ତୁ। ଏହା ଦ୍ୱାରା କୋର୍ଟ କଚେରୀ ଝିନ୍‌ଝଟ୍‌ରୁ ମୁକ୍ତି ମିଳେ।
  • କିଛି କାମ ଅଟକି ଯାଇଥିଲେ ପଞ୍ଚମୁଖୀ ହନୁମାନଙ୍କ ସାମ୍ନାରେ ନଡ଼ିଆ ସହ ଚାଉଳ, ସିନ୍ଦୁର ଓ ହଳଦିଆ ଫୁଲ ଅର୍ପଣ କରନ୍ତୁ। ସବୁ କାମରେ ସଫଳତା ମିଳିବ।
Leave A Reply

Your email address will not be published.