ସକାଳୁ ସକାଳୁ ଏହି କାମ ଆପଣଙ୍କୁ କରିଦେବ ଲକ୍ଷ୍ମୀଛଡା, ଆପଣଙ୍କ ପାଖ ଛାଡିବନି ଦୁର୍ଭାଗ୍ୟ

ଅନେକ ଥର ଲୋକଙ୍କ କଥା ଶୁଣିଥିବେ ଯେ ଆଜି ପୂରା ଦିନ ବହୁତ ଖରାପ ଗଲା। ଅର୍ଥାତ୍‌ ଦିନଟା ସାରା ଗୋଟେ ପରେ ଗୋଟେ ସମସ୍ୟାକୁ ସାମ୍ନା କରୁଛନ୍ତି ହିଁ କରୁଛନ୍ତି। ଏତେ ପରିଶ୍ରମ ପରେ ବି ସକରାତ୍ମକ ଫଳ ମିଳିନଥାଏ। ବାସ୍ତୁ ଶାସ୍ତ୍ର ମୁତାବକ ଏମିତି ସ୍ଥିତି ପଛରେ ଆମର ଭୁଲ ରହିଥାଏ। ଏହିସବୁ କାରଣ ପାଇଁ ଆମେ ହିଁ ଦାୟୀ ରହିଥାଉ। ଯଦି ଏମିତି ଭୁଲ ବାରମ୍ବାର ପ୍ରତିଦିନ କରନ୍ତି ତାହେଲେ ଆପଣଙ୍କ ସୁଭାଗ୍ୟ କୁଭାଗ୍ୟରେ ପରିଣତ ହୋଇଯିବ।

ସକାଳ ସମୟରେ କରନ୍ତୁ ନାହିଁ ଏହିସବୁ ଭୂଲ

ସକାଳ ସମୟ ବହୁତ ଖାସ ହୋଇଥାଏ। ଯଦି ସକାଳର ଆରମ୍ଭ ସକରାତ୍ମକ ଠାରୁ ହୁଏ ତାହେଲେ ପୂରା ଦିନ ଆପଣଙ୍କର ଭଲରେ ଯିବ। ସେହିପରି ସକାଳ ସମୟରେ କିଛି ଏମିତି ଭୁଲ କରନ୍ତୁନାହିଁ ଯେ ଦୁର୍ଭାଗ୍ୟ ଆପଣଙ୍କ ସାଥିରେ ହିଁ ରହିବ। ଏହାଦ୍ୱାରା ନା ମନକୁ ଶାନ୍ତି ମିଳିଥାଏ, ନା କାମରେ ସଫଳତା ମିଳିଥାଏ। ଟୋଟାଲ ଉପରେ କହିବାକୁ ଗଲେ ସବୁ ଭଲରେ ଭଲରେ ହୋଇନଥାଏ। ଆଜି ଆମେ ୪ ଏମିତି ଭୁଲ ବିଷୟରେ ଆପଣଙ୍କୁ କହିବୁ, ଯାହା ଅଜଣାତରେ ଲୋକେ ସକାଳୁ କରିଦିଅନ୍ତି। ଯାହାଫଳରେ ଦୁର୍ଭାଗ୍ୟ ପାଖ ଛାଡିନଥାଏ।

ଆଇନା ଦେଖିବା

ବାସ୍ତୁ ଶାସ୍ତ୍ର ମୁତାବକ ସକାଳୁ ଉଠି ଆପଣଙ୍କୁ ଆଇନା ଦେଖିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ଜୀବନରେ ବାଧା ବିପଦ ବଢ଼ିପାରେ। ସେହିପରି ବିବାହିତ ଦମ୍ପତି ନିଜ ବେଡରୁମରେ ଆଇନା ରଖିବା ତାଙ୍କ ସମ୍ପର୍କକୁ ଦୁର୍ବଳ କରିଥାଏ।

ଛାଇ

ସକାଳୁ ଉଠି ନିଜର କିମ୍ବା ଅନ୍ୟ ବ୍ୟକ୍ତିଙ୍କ ଛାଇ କେବେବି ଦେଖନ୍ତୁନାହିଁ। ଏହା ଚିନ୍ତା ଏବଂ ଅବସାଦକୁ ବୃଦ୍ଧି କରିଥାଏ। ଏହାଦ୍ୱାରା ଜୀବନକୁ ଶାନ୍ତି ମିଳିଥାଏ।

ଅଇଁଠା ବାସନ

ବାସ୍ତୁ ଶାସ୍ତ୍ରରେ ଅଇଁଠା ବାସନକୁ ନେଇ ଅନେକ ବିଶେଷ କଥା ଉଲ୍ଲେଖ ରହିଛି। ରାତିରେ କିଚେନକୁ ଭଲଭାବେ ସଫା କରନ୍ତୁ। ସକାଳୁ ଉଠିବା କ୍ଷଣି ଅଇଁଠା ବାସନ ଦେଖିବା ଦ୍ୱାରା ଦାରିଦ୍ର୍ୟ ଆସିଥାଏ। ରାତିରେ କିଚେନରେ ଅଇଁଠା ବାସନ ରଖିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧାନ୍ଵିତ ହୋଇଯାନ୍ତି।

ହିଂସ୍ର ଜନ୍ତୁଙ୍କ ଫଟୋ

ସକାଳ ଉଠିବା ମାତ୍ରକେ ହିଁ କେବେବି ହିଂସ୍ର ଜନ୍ତୁଙ୍କ ଫଟୋ କିମ୍ବା ତାଙ୍କର ଛାଇ ଦେଖନ୍ତୁନାହିଁ। ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନରେ ଅନେକ ଅସୁବିଧା ଡାକିକି ଆଣିଥାଏ। ଆପଣଙ୍କର ନିଜ ସମ୍ପର୍କୀୟ ପରିଜନଙ୍କ ସହ ସମ୍ପର୍କ ଖରାପ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.