ପୂର୍ବତନ ଇଂଲଣ୍ଡ କ୍ରିକେଟର କେଭିନ୍ ପିଟରସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିଛନ୍ତି । ନିଜ ଟ୍ଵିଟର ପେଜରେ ମୋଦିଙ୍କୁ ଅନୁରୋଧ କରିଥିଲେ ପିଟରସନ୍ ଯାହା ବେଶ ଭାଇରଲ ହୋଇଥିଲା । ଭାରତରେ ନିଜର ପାନ୍ କାର୍ଡ ହଜାଇଥିବା ଯୋଗୁଁ ଟ୍ଵିଟ କରିଛନ୍ତି । ପାନ୍ କାର୍ଡ ଖୋଜିଦେବା ପାଇଁ ସମଗ୍ର ଭାରତବାସୀଙ୍କୁ ନିବେଦନ କରିଛନ୍ତି । ଏହା ସହିତ ଏହି ପୋଷ୍ଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି ।
भारत कृपया मदद करें⚠️
मैंने अपना पैन कार्ड खो दिया है और सोम यात्रा कर रहा हूं लेकिन काम के लिए भौतिक कार्ड की जरूरत है।
क्या कोई कृपया मुझे किसी ऐसे व्यक्ति के पास भेज सकता है जिससे मैं अपनी सहायता के लिए यथाशीघ्र संपर्क कर सकूं?
cc @narendramodi 🙏🏽
— Kevin Pietersen🦏 (@KP24) February 15, 2022
ଉଭୟ ହିନ୍ଦି ଏବଂ ଇଂରାଜୀ ଭାଷାରେ ପିଟରସନ୍ ଟ୍ୱିଟ୍ କରିଥିଲେ । ଟ୍ଵିଟ୍ କରି ଲେଖିଛନ୍ତି ‘ ଭାରତ ବାସୀ ଆପଣଙ୍କୁ ମୋର ଅନୁରୋଧ ଆପଣ ମୋର ପାନ୍ କାର୍ଡ ଖୋଜି ଦିଅନ୍ତୁ । ଏହା ସହିତ କିଭଳି ଆଉ ଏକ ପାନ କାର୍ଡ ଆପ୍ଲାଏ କରି ପାରିବେ ସେ ନେଇ ମଧ୍ୟ ପିଟରସନ୍ ଲେଖିଛନ୍ତି । ଏହି ଟ୍ୱିଟର ଜବାବ ରଖିଥିଲା ଆୟକର ବିଭାଗ । ନିଜର ପାନ୍କାର୍ଡ ଡିଟେଲ୍ସ ଆପଣ ଆମକୁ ମେସେଜ କଲେ ଆମେ ଏହାକୁ ପ୍ରିଣ୍ଟ କରିପାରିବ ।
ସୂଚନାଯୋଗ୍ୟ, ଏବେ ପିଟରସନ କମେଣ୍ଟ୍ରି ଯୋଗୁଁ ଅଧିକାଂଶ ସମୟ ଭାରତରେ ରହୁଛନ୍ତି। ଏହାଛଡା ଆସାମରେ ଅନେକ ପ୍ରୋଜେକ୍ଟରେ କାମ କରୁଛନ୍ତି।