ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମ ପାଇଁ ଜ୍ୟାକି ହାରି ଦେଲେ ଜୀବନ

ଅନୁଗୁଳ (କେନ୍ୟୁଜ୍‌) : ଅନୁଗୁଳ ସୌଭାଗ୍ଯନଗରର ଅଭିଜିତ ପଟ୍ଟନାୟକ ଓରଫ ଜ୍ୟାକି । ବୟସ ୨୭ ବର୍ଷ । ଏକ ଘରୋଇ କମ୍ପାନୀରେ ଇଂଜିନିୟରି ଭାବେ କାମ କରୁଥିଲେ ଆଉ ମୋଟା ଅଙ୍କର ଦରମା ପାଉଥିଲେ । ଘରେ ତାଙ୍କର ବୁଢ଼ୀ ମା, ଭାଇ ଭାଉଜ ଆଉ କୁନି ଝିଆରୀ । ହେଲେ ଜ୍ୟାକି ଙ୍କୁ ଧୋକା ଦେଲା ପ୍ରେମ। ଅନୁଗୁଳ ଶିକ୍ଷକପଡାର ଜଣେ ଯୁବତୀଙ୍କୁ ୧୫ ବର୍ଷ ହେଲା ଭଲ ପାଉଥିଲେ। ଉଭୟ ପରିବାର ପକ୍ଷରୁ ସେମାନଙ୍କ ପ୍ରେମକୁ ସ୍ୱୀକୃତି ମିଳି ସାରିଥିଲା । ବାହାଘର ପାଇଁ ମଧ୍ୟ କଥାବାର୍ତ୍ତା ସରିଥିଲା । ହେଲେ ହଠାତ କଣ ହେଲା କେଜାଣି ଝିଅର ପରିବାର ଲୋକେ ଅନ୍ଯତ୍ର ବାହାଘର ପାଇଁ ନିଷ୍ପତ୍ତି ନେଲେ। ଆଉ ଏଥିରେ ବିଚଳିତ ହୋଇ ଯାଇଥିଲେ ଜ୍ଯାକି। ଆଉ ଏ ନେଇ ଝିଅର ପରିବାର ସହ କଥା ହେବାକୁ ଚେଷ୍ଟା ମଧ୍ୟ କରିଥିଲେ । ହେଲେ ଅଭିଯୋଗ ହୋଇଛି କି ଝିଅ ପରିବାର ପକ୍ଷରୁ ଜ୍ଯାକିଙ୍କୁ ମିଳିଥିଲା ଧମକ । ଝିଅଠାରୁ ଦୂରେଇ ଯିବାକୁ ଚେତାବନୀ ଦିଆଯାଇଥିଲା । ଯେଉଁଥିରେ ଆହୁରି ଭାଙ୍ଗି ପଡ଼ିଥିଲେ ଜ୍ଯାକି। ଆଉ ଶେଷରେ ଆତ୍ମହତ୍ୟାର ବାଟ ବାଛି ନେଲେ । ତେବେ ମରିବା ପୂର୍ବରୁ ଭିଡିଓ ମଧ୍ୟ ଜାରି କରି ଆତ୍ମହତ୍ୟା କଲେ । ସେଥିରେ ଅତି ମର୍ମାହତ ହୋଇ କହିଥିଲେ….‘‘ତାକୁ କହିଦେବ, ଯଦି ଭୁଲ କରିଛି ମୋତେ କ୍ଷମା କରିଦେବ। ତା ବିନା ମୁଁ ବଞ୍ଚି ପାରିବି ନାହିଁ’’। ଏମିତି କହି ଆତ୍ମହତ୍ୟା କରିଛନ୍ତି ଯୁବକ ଜଣକ।
ଗତ ୧୪ ତାରିଖ ଭାଲେଣ୍ଟାଇନ୍ସ ଡେ’ରେ ସେ ଆତ୍ମହତ୍ୟା କରିଛନ୍ତି । ଯାହା ତାଙ୍କ ପରିବାର ଲୋକଙ୍କୁ ସ୍ତବଧ କରି ଦେଇଛି । ଆଶ୍ଚର୍ଯ୍ୟ ଲାଗୁଛି କି ଏତେ ପାଠଶାଠ ପଢ଼ି ଯୁବକ ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଗଲେ । ଯାହା କୌଣସି ବି ସମାଧାନର ବାଟ ନୁହେଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.