କପିଲ କହିଲେ ଜାଡେଜା ଜଣେ ଭଲ ଖେଳାଳୀ, ବିନା ଚାପରେ ଖେଳନ୍ତି

ବିଶ୍ୱକପର ପୂର୍ବତନ ଅଧିନାୟକ କପିଲ ଦେବ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କୁ ପ୍ରଶଂସା କରିଛନ୍ତି । ତାଙକ୍ର କହିବା କଥା କି ଜାଡେଜା ବିନା ଚାପରେ ଖେଳନ୍ତି । ୩୩ବର୍ଷିୟ ଏହି ତାରକା ସମସ୍ତ ଫର୍ମାଟରେ ଭଲ ଖେଳନ୍ତି । ନିକଟରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ସେ ଏକ ଅପରାଜିତ ୧୭୫ସ୍କୋର କରିଥିଲେ । ମୋହାଲିରେ ୯ୱିକେଟ ନେଇଥିଲେ ଏହି ଯୁବ ପ୍ଲେୟାର । ଯାହା ତାଙ୍କୁ ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗରେ ଟପ ଅଲରାଉଣ୍ଡର ହେବାକୁ ସାହାୟ୍ୟ କଲା ।

କହିରଖୁଛୁ କପିଲ ଜାଡେଜାଙ୍କୁ ପ୍ରଶଂସା କରିବା ସହ କହିଛନ୍ତି କି ମୁଁ ନୂଆ କ୍ରିକେଟରଙ୍କ ମଧ୍ୟରେ ରବିନ୍ଦ୍ର ଜାଡେଜାଙ୍କ ଖେଳକୁ ଭଲପାଏ । କାରଣ ସେ ବିନା ଚାପରେ ଖେଳନ୍ତି । ସେ କ୍ରିକେଟକୁ ଉପଭୋଗ କରନ୍ତି । ସେଥିପାଇଁ ସେ ବୋଲିଂ କରିବା ସହିତ ବ୍ୟାଟିଂ କରିବାରେ ମଧ୍ୟ ଭଲ । ଫିଲ୍ଡିଂରେ ମଧ୍ୟ ବହୁତ ଭଲ ଅଟନ୍ତି ଜାଡେଜା । କପିଲ ଆହୁରି କହିଛନ୍ତି କି ମୋର ବିଶ୍ୱାସ ଯେ ଚାପରେ କିଛି ସଠିକ ଭାବରେ କରାଯାଇପାରିବ ନାହିଁ । ଯଦି ଆପଣ କ୍ରିକେଟରେ ଚାପ ନଉଛନ୍ତି ତେବେ ଆପଣଙ୍କ ପ୍ରଦର୍ଶନ ଖରାପ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.