ରାଜ୍ୟସଭା ଟିକେଟ୍‌ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଲହୁଣୀ ମାରୁଛନ୍ତି କି କପିଲ ଶର୍ମା! ଜାଣନ୍ତୁ…କାହିଁକି ଏମିତି କହି ଟ୍ରୋଲ କରୁଛନ୍ତି ଲୋକେ

କମେଡିଆନ କପିଲ ଶର୍ମା ଏହି କିଛିଦିନ ହେବ କୌଣସି ନା କୌଣସି ବିବାଦରେ ଫସି ଯାଉଛନ୍ତି। ପୁଣିଥରେ ତାଙ୍କୁ ଏକ ଟ୍ଵିଟ୍‌ କାରଣରୁ ଟ୍ରୋଲ କରାଯାଇଛି, ଯାହା ବିଷୟରେ ସେ ନିଜେ ହିଁ ସଫେଇ ଦେଇଛନ୍ତି। ପଞ୍ଜାବ ନିକଟରେ ଭଗବନ୍ତ ମାନଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ରୂପେ ପାଇଛି ଏବଂ କପିଲ ମଧ୍ୟ ସେହି ପଞ୍ଜାବର। ତେଣୁ କପିଲ ନୂଆ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଏକ ଟ୍ଵିଟ୍‌ କରିଥିଲେ, ଯାହାକୁ ନେଇ ଲୋକେ ତାଙ୍କୁ ଟ୍ରୋଲ କରିଛନ୍ତି।

କପିଲ ଶର୍ମା ଟ୍ଵିଟରରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଆଣ୍ଟି କରପ୍‌ଶନ ହେଲ୍ପଲାଇନର ପ୍ରଶଂସା କରିଥିଲେ। ସେ ଲେଖିଥିଲେ ଯେ ‘ପାଜୀ ଆପଣଙ୍କ ଉପରେ ଗର୍ବ ଲାଗୁଛି’। କପିଲଙ୍କ ଏହି ଟ୍ଵିଟ୍‌ ଉପରେ ଜଣେ ବ୍ୟକ୍ତି ତାଙ୍କୁ ଟ୍ରୋଲ କରିଛନ୍ତି। ବ୍ୟକ୍ତି ଜଣକ କହିଛନ୍ତି କି, ‘କପିଲ ରାଜ୍ୟସଭା ଯିବା ପାଇଁ ଭଗବନ୍ତ ମାନଙ୍କୁ ଲହୁଣୀ ମାରୁଛନ୍ତି’। ଆଉ ସେପଟେ କପିଲ ବି ଟ୍ରୋଲିଂ କରିଥିବା ବ୍ୟକ୍ତିଙ୍କୁ ଛାଡ଼ି ନାହାନ୍ତି। ସେ ତାଙ୍କ ଟ୍ଵିଟ୍‌କୁ ରିଟ୍ଵିଟ୍‌ କରି ଏହାର ଜବାବ ଦେଇଛନ୍ତି।

କପିଲ ଶର୍ମା କହିଛନ୍ତି, ‘ବିଲକୁଲ ନୁହେଁ ମିତ୍ତଲ ବାବୁ। ବାସ୍‌, ଏତିକି ଚାହୁଁଛି କି ଦେଶ ଉନ୍ନତି କରୁ। ବାକି ଆପଣ କହିବେ ତ ଆପଣଙ୍କ ଚାକିରି ପାଇଁ କଥାବାର୍ତ୍ତା କରିବି? କହି ରଖୁଛୁ, କପିଲ ଶର୍ମା ଓ ଭଗବନ୍ତ ମାନ ‘ଗ୍ରେଟ୍‌ ଇଣ୍ଡିଆନ ଲାଫ୍ଟର ଚ୍ୟାଲେଞ୍ଜ’ର ଅଲଗା ଅଲଗା ସିଜନ୍‌ରେ ନଜର ଆସିଥିଲେ। ବାସ୍ତବରେ, ଭଗବନ୍ତ ମାନ ମଧ୍ୟ ଜଣେ କମେଡିଆନ ଓ ଅଭିନେତା ରହି ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.