ପୃଥିବୀ ଉପରେ ଝୁଲି ରହିବ ବିଶ୍ୱର ପ୍ରଥମ ମହାକାଶ ହୋଟେଲ! ଜୋର୍‌ସୋରରେ ଚାଲିଛି ପ୍ରସ୍ତୁତି, ୨୦୨୭ ସୁଦ୍ଧା କାମ ଶେଷ…

ମହାକାଶରେ ମଣିଷ କେବେଠୁ ରହିବା ଆରମ୍ଭ କରିବ… ଏ ନେଇ ଅନେକ ଦିନରୁ ଚାଲିଛି ପ୍ରସ୍ତୁତି। ଏଲନ ମସ୍କ ଲୋକଙ୍କୁ ଅନ୍ୟ ଗ୍ରହରେ ରଖିବା ପାଇଁ ପାଣି ଭଳି ବୁହାଇ ଚାଲିଛନ୍ତି ପଇସା। ଏମିତିରେ ପ୍ରତ୍ୟେକଙ୍କ ମନରେ ସେହି ଗୋଟିଏ କଥାକୁ ନେଇ ଉତ୍ସାହ ରହିଛି ଯେ ବାସ୍ତବରେ ମଣିଷ କିପରି ମହାକାଶରେ ରହି ପାରିବ? କିନ୍ତୁ ଏବେ ଏହି କଥା ସ୍ପଷ୍ଟ ହୋଇଯାଇଛି କି, ୨୦୨୭ ସୁଦ୍ଧା ସ୍ପେସ୍‌ରେ ପ୍ରଥମ ହୋଟେଲ ଖୋଲିଯିବ।

ଏହି ସ୍ପେସ୍‌ ହୋଟେଲର ଆଇଡିଆ ଆଜିକୁ ୩ ବର୍ଷ ପୂର୍ବେ ସାମ୍ନାକୁ ଆସିଥିଲା। କହି ରଖୁଛୁ, ବର୍ତ୍ତମାନ ଏହାର ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ଏହି ହୋଟେଲ କ୍ରୁଜ୍‌ ଶିପ୍‌ ଆଧାରରେ ତିଆରି ହେବ। ଏକ ଖବର ମୁତାବକ, ହୋଟେଲଟି ପୃଥିବୀ ଉପରେ ଝୁଲୁଥିବା ଭଳି ଦୃଶ୍ୟମାନ ହେବ। ଏହାର ପ୍ଲାନିଂ ୨୦୨୯ରେ ଆରମ୍ଭ ହୋଇଥିଲା। ପ୍ରୋଜେକ୍ଟର ନାମ ରଖାଯାଇଛି ‘ଭନ୍‌ ବ୍ରାଉନ’ ଷ୍ଟେଶନ।

ସ୍ପେସ୍‌ ହୋଟେଲରେ ୨୪ଟି ମଡ୍ୟୁଲ ରହିବ, ଯାହାକୁ ଲିଫ୍ଟ ସହିତ ସଂଯୋଗ କରାଯିବ। ଏହି ବିରାଟ ଗୋଲ୍‌ ଏକ ବଡ଼ ଝୁଲା ଭଳି ନଜର ଆସିବ। ଏହାକୁ ଅର୍ବିଟାଲ ଆସେମ୍ବ୍ଲି କର୍ପୋରେଶନ ଦ୍ୱାରା ତିଆରି କରାଯାଉଛି। ଏହି କନ୍‌ଷ୍ଟ୍ରକ୍ସନ କମ୍ପାନୀ ଗ୍ରାଭିଟି ମୁକ୍ତ ଷ୍ଟ୍ରକ୍‌ଚର ବନାଇବା ପାଇଁ ଜଣାଯାଇଥାଏ।

ଏହି ସ୍ପେସ୍‌ ଷ୍ଟେଶନ ଘୂର୍ଣ୍ଣନ ହେବ। ଆପଣ ଏଠାରେ ଅନେକ ଆକ୍ଟିଭିଟି କରି ପାରିବେ, ଯାହା ପୃଥିବୀ ଉପରେ ସମ୍ଭବପର ନୁହେଁ। ଏଥିରେ ଗେମ୍ସ ଏବଂ ରିଆକ୍ସନ ଆକ୍ଟିଭିଟି ସାମିଲ ରହିଛି। ସ୍ପେସ୍‌ରେ ଗ୍ରାଭିଟି ନ ଥିବାରୁ ଜମ୍ପିଂ ଗେମ୍‌ରେ ଆପଣ ବହୁତ ଉଚ୍ଚତା ପର୍ଯ୍ୟନ୍ତ ଉଠି ପାରିବେ ଏବଂ ଏହାର ମଜା ମଧ୍ୟ ନେଇ ପାରିବେ।

Leave A Reply

Your email address will not be published.