ପିଲାଙ୍କ ବାନ୍ତି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

ଗାଡିରେ ଦୂରକୁ ଯିବା ହେଉ ଅବା ପାଖକୁ ଏପରି ଅନେକ ଲୋକ ଥାନ୍ତି, ଯେଉଁମାନେ ଗାଡିରେ ବସିବା ମାତ୍ରେ ବାନ୍ତି କରନ୍ତି। ଅଧିକାଂଶ ଲୋକଙ୍କର ଏହି ସମସ୍ୟା ରହିଥାଏ। ବଡ ଲୋକଙ୍କ କଥା ଛାଡନ୍ତୁ ପିଲାମାନଙ୍କର ମଧ୍ୟ ଏପରି ସମସ୍ୟା ରହିଛି। ପିଲାମାନେ କେଉଁ ଆଡେ ବୁଲିବାକୁ ହେଉ କିମ୍ବା ବାହାରକୁ ଗଲେ ବାନ୍ତି କରିଥାନ୍ତି। ଯାହା ଫଳରେ ମା ବାପା ଚିନ୍ତିତ ହୋଇପଡନ୍ତି। କେବେ କେବେ ପିଲା ବାହାର ଜିନିଷ ଖାଇଲେ ବାନ୍ତି ହୋଇଥାଏ। ଏମିତିରେ ପିଲାମାନେ ହାଲିଆ ହୋଇପାରନ୍ତି। ତେବେ ପିଲାଙ୍କ ବାନ୍ତି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେଉଁ ଘରୋଇ ଉପାୟ ଆପଣାଇ ହେବ, ତାହା ଜାଣନ୍ତୁ ..

ପୋଦିନା ରସ : ପିଲାର ବାନ୍ତି ହେଉଥିଲେ ପୋଦିନା ରସକୁ ଅଳ୍ପ ଉଷୁମ ପାଣିରେ ମିଶାଇ ଦିଅନ୍ତୁ। ଏହାଛଡା ପୋଦିନା ରସରେ ମହୁ ମିଶାଇ ପିଲାକୁ ଖାଇବାକୁ ଦିଅନ୍ତୁ, ବାନ୍ତି ବନ୍ଦ ହୋଇଯିବ।

ଅଦା : ଅଦା ଚା’ ପିଇବାକୁ ଭଲ ଲାଗେ। କ୍ଷୀର ଚା’ ନୁହେଁ ଅଦା ଚା’ ବାନ୍ତି ସମସ୍ୟାକୁ ରୋକିଥାଏ। ଅଦା ପାଉଡରକୁ ଅଳ୍ପ ଉଷୁମ ପାଣିରେ ପକାଇ ପିଲାକୁ ଖାଇବାକୁ ଦିଅନ୍ତୁ। ବାନ୍ତି ବନ୍ଦ ହୋଇଯିବ।

ginger

ଗୁଜୁରାତି : ବାନ୍ତି ସମସ୍ୟା ଦୂର କରିବା ପାଇଁ ଗୁଜୁରାତିକୁ ଆପଣ ବ୍ୟବହାର କରିପାରିବେ। ଏଥିପାଇଁ ଗୁଜୁରାତି ପାଉଡର ଏବଂ ମହୁ ମିଶାଇ ପିଲାକୁ ଖାଇବାକୁ ହେଲେ ତୁରନ୍ତ ଆରାମ ମିଳିଥାଏ।

ଚାଉଳ ପାଣି : ଚାଉଳ ପାଣି ସାହାଯ୍ୟରେ ମଧ୍ୟ ବାନ୍ତି ରୋକିହୋଇପାରିବ। ଦିନକୁ ଥରେ ଦୁଇ ଥର ଚାଉଳ ପାଣି ପିଲାକୁ ପିଇବାକୁ ଦେଲେ ବାନ୍ତି ହେବ ନାହିଁ। ପାଚନ କ୍ରିୟା ମଧ୍ୟ ଠିକ୍‌ ରହିବ।

 

Leave A Reply

Your email address will not be published.