ମୁମ୍ବାଇ : ଦେଶର ସବୁଠାରୁ ଧନୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କର ବିବାହର ଧମାଲ ହୋଇଛି ଆରମ୍ଭ। ବିବାହର ବିଭିନ୍ନ ରୀତିନୀତି ପାଇଁ ଉଦୟପୁରରେ ପହଞ୍ଚିଛନ୍ତି ଅନେକ ବିଶିଷ୍ଟ କଳାକାର।
ତେବେ ପ୍ରିୱେଡ଼ିଂ ସେଲିବ୍ରେସନ୍ ଡ଼ିସେମ୍ବର ୮ ଏବଂ ୯ ଡ଼ିସେମ୍ବରକୁ ହେବାର ସୂଚନା ରହିଛି। ଇଶାଙ୍କ ଏହି ବିବାହ ଉତ୍ସବରେ ସାମିଲ ହେବା ପାଇଁ ଭାରତ ତଥା ବିଦେଶରୁ ଅନେକ ଅତିଥି ଆସିଛନ୍ତି।
ରୟାଲ ୱେଡ଼ିଂରେ ସାମିଲ ହେବା ପାଇଁ ଉଦୟପୁର ଏୟାରପୋର୍ଟରେ ପ୍ରିୟଙ୍କା ତାଙ୍କ ସ୍ବାମୀ ନିକ୍ ଜୋନ୍ସଙ୍କ ସହତ ପହଞ୍ଚିଛନ୍ତି। ଏଥିସହ ବଲିଉଡ଼ କଳାକାର ଜନ୍ ଆବ୍ରାହାମ୍ , ବିଦ୍ୟା ବାଲନ୍ , ଆଲିଆ ଭଟ୍ଟ ମଧ୍ୟ ଏଠାରେ ନଜର ଆସିଛନ୍ତି।
ତାଙ୍କ ସହ ହିଲେରୀ କ୍ଳିଣ୍ଟନ୍ , ଅନିଲ କପୁର, ସଚ୍ଚିନ ତେନ୍ଦୁଲକରଙ୍କ ସହ ସମୁଦାୟ ୧୮୦୦ ଲୋକ ସାମିଲ ହେବା ନେଇ ଖବର ରହିଛି।