Below header

ହକି ବିଶ୍ୱ କପ୍‌ : ଦକ୍ଷିଣ ଆଫ୍ରିକାକୁ ହରାଇ ପୁଲ୍‌ ‘ସି’ ଶୀର୍ଷରେ ବେଲଜିୟମ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦକକ୍ଷିଣ ଆଫ୍ରିକାକୁ ୫-୧ ଗୋଲ୍‌ରେ ହରାଇ ପୁଲ୍‌ ‘ସି’ ଶୀର୍ଷରେ ପହଞ୍ଚିଛି ବେଲଜିୟମ୍‌ । ଯାହାଫଳରେ ଭାରତ ପାଇଁ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇଛି । ସିଧାସଳଖ କ୍ୱାର୍ଟରଫାଇନାଲ୍‌କୁ ଯିବାକୁ ହେଲେ ବର୍ତ୍ତମାନ ହେବାକୁ ଥିବା କାନାଡ଼ ବିପକ୍ଷ ମ୍ୟାଚ୍‌ରେ ଭାରତକୁ ଜିତିବା ପାଇଁ ପଡ଼ିବ । କାରଣ ପୁଲ୍‌ ଶୀର୍ଷରୁ ଖସି ଆସିଥିବା ଭାରତ ଏହି ମ୍ୟାଚ୍‌ ଜିତିଲେ ପୁଣି ପୁଲ୍‌ରେ ଏକ ନମ୍ବର ହେବ । ଏବେ ବେଲଜିୟମ ୭, ଭାରତ ୪, କାନାଡ଼ା ଏବଂ ଦକ୍ଷିଣ ଆଫ୍ରିକା ଗୋଟିଏ ଲେଖାଏଁ ପଏଣ୍ଟରେ ପଛକୁ ପଛ ଅଛନ୍ତି । ଯଦି ଭାରତ ମ୍ୟାଚ୍‌ ଡ୍ର ରଖେ ତେବେ ଏହାକୁ କ୍ରସ୍‌ଓଭର୍‌ ଖେଳିବାକୁ ହେବ ।


ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱ କପ୍‌ର ଆଜି ପ୍ରଥମ ମ୍ୟାଚ୍‌ରେ ବେଲଜିୟମ ପୂରା ପ୍ରଭାବ ବିସ୍ତାର କରି ଖେଳିଥିଲା । ଅବଶ୍ୟ ମ୍ୟାଚ୍‌ର ପ୍ରଥମ ମିନିଟ୍‌ରେ ଦକ୍ଷିଣ ଆଫ୍ରିକାର ନିକୋଲାସ୍‌ ସ୍ପୁନର ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲେ । ତେବେ ଦଳର ଗୋଲ୍‌ ଅଭିଯାନ ସେହିଠାରେ ରହିଯାଇଥିଲା । ତା ପରେ ବେଲଜିୟମ ୧୪ ମିନିଟ୍‌ରେ ପ୍ରଥମ ଗୋଲ୍‌ ଦେଇ ୪୮ ମିନିଟ୍‌ ଭିତରେ ୫ଟି ଗୋଲ୍‌ କରିଥିଲା । ଦକ୍ଷିଣ ଆଫ୍ରିକାକୁ ଆଉ ଫେରିବାର ସୁଯୋଗ ଦେଇ ନଥିଲା ।
ଆଲେକଜାଣ୍ଡାର ହେଣ୍ଡରିକ୍ସ ୧୪ ଓ ୨୨ ମିନିଟ୍‌ରେ ଦୁଇଟି ଗୋଲ୍‌ ଦେବା ପରେ ସାଇମନ୍‌ ଗଗନର୍ଡ଼, ଲୋଇକ୍‌ ଲିଉପାଏର୍ଟ ଏବଂ ସେଡ୍ରିକ୍‌ ଚାର୍ଲିୟର ଯଥାକ୍ରମେ ୧୮, ୩୦ ଓ ୪୮ ମିନିଟ୍‌ରେ ବାକି ଗୋଲ୍‌ଗୁଡ଼ିକ ସ୍କୋର କରିଥିଲେ । ଗଗନର୍ଡ଼ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ।

ମଜା ଜମୁଛି ଫ୍ୟାନ୍‌ ଭିଲେଜ୍‌ରେ

ପ୍ରତିଦିନ ଫ୍ୟାନ୍‌ ଭିଲେଜରେ ଖୁବ୍‌ ମଜା ହେଉଛି । ଖେଳ ଦେଖିବାକୁ ଆସିଥିବା ଦେଶ ବିଦେଶର ଲୋକେ ଏବଂ ସ୍ଥାନୀୟ କ୍ରୀଡ଼ାପ୍ରେମୀ ଏଠାକୁ ଆସି ଏକ ନୂଆ ଅନୁଭୂତି ନେଉଛନ୍ତି । ହକି ବିଶ୍ୱ କପ୍‌ର ମାସ୍କଟ୍‌ ଓଲି ସହ ଏଠାରେ ଚୀନା ଖେଳାଳିଙ୍କୁ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା । ଦେଖନ୍ତୁ ଏହି ଭିଡିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.