ନବରାତ୍ର ସମୟରେ ଘରେ ବନାନ୍ତୁ ଭେଜ କବାବ, ମଜା ଆସିଯିବ

ବ୍ରେଡ ପକୋଡା ତ ଆପଣ ଅନେକ ଥର ଖାଇଥିବେ । କିନ୍ତୁ କେବେ ଭିତରେ କବାବ ଥିବା ବ୍ରେଡ ପକୋଡା ଖାଇଛନ୍ତିକି । ଯଦି ଖାଇନାହାନ୍ତି କେବେ ଚାଖିନାହାନ୍ତି ତେବେ ଥରେ ଟ୍ରାଏ କରି ନିଅନ୍ତୁ । ପ୍ରଥମେ ଲେଖି ରଖନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ।

ବେସନ- ଦେଢ଼ କପ

ଲୁଣ- ଗୋଟେ ଚାମଚ

ଲଙ୍କା ଗୁଣ୍ଡ- ଗୋଟେ ଚାମଚ

ହଳଦୀ ଗୁଣ୍ଡ- ଅଧା ଚାମଚ

ବେକିଙ୍ଗ ପାଉଡର- ଅଧା ଚାମଚ

ଆବଶ୍ୟକତା ଅନୁସାରେ ପାଣି

ପୁର ପାଇଁ- ପିଆଜ ଗୋଟେ

ଗାଜର- ଗୋଟେ

ବନ୍ଧା କୋବି- ଅଧା କପ

କ୍ୟାପ୍ସିକମ- ଅଧା କପ

ମେୟୋନିଜ ସସ – ଗୋଟେ କପ

ବ୍ରେଡ ପିସ- ଆବଶ୍ୟକତା ଅନୁସାରେ

testy kabab

 

କୋଟିଙ୍ଗ ପାଇଁ ସାମଗ୍ରୀ

ଭେଜିଟେବଲ ଫିଲିଙ୍ଗ ପାଇଁ

ଛାଣିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗୋଟେ ପାତ୍ରରେ ବେସନ, ଲୁଣ, ଲଙ୍କା ଗୁଣ୍ଡ, ବେକିଙ୍ଗ ସୋଡା଼ ଆଦିକୁ ଗୋଳାଇ ଦିଅନ୍ତୁ ।

ଏବେ ସେଥିରେ ଅଳ୍ପ ପାଣି ଦେଇ ବହଳିଆ ଏକ ପେଷ୍ଟ ତିଆରି କରନ୍ତୁ ।

ଏବେ ଆଉ ଏକ ପାତ୍ରରେ ପିଆଜ, ଗାଜର, ବନ୍ଧା କୋବି, କ୍ୟାପ୍ସିକମ ଆଦି ପରିବା ଆଦିକୁ ଟିକି ଟିକି କାଟି ଗୋଳାଇ ଦିଅନ୍ତୁ ।

ସେଗୁଡିକୁ କଡେଇରେ ଅଳ୍ପ ଟିକେ ଭାଜି ଦିଅନ୍ତୁ ।

ଏବେ ହାତରେ ଖଣ୍ଡେ ବ୍ରେଡ ନିଅନ୍ତୁ । ସେଥିରେ ପରିବା ଫିଲିଙ୍ଗ ଦିଅନ୍ତୁ । ଆଉ ଖଣ୍ଡେ ବ୍ରେଡକୁ ଗୁଡ଼ାଇ ଦିଅନ୍ତୁ ।

ତିନି କୋଣିଆ କରି କାଟି ଦିଅନ୍ତୁ ।

ଏବେ ସେହି ବ୍ରେଡକୁ କୋଟିଙ୍ଗ ମିକଶ୍ଚରରେ ବୁଡ଼ନ୍ତୁ ।

ତେଲରେ ଛାଣି ଦିଅନ୍ତୁ |

ଏବେ ଟମାଟୋ ସସ କିମ୍ବା ଲଙ୍କା ସସ ସହିତ ଅନ୍ୟ ମାନଙ୍କୁ ପରସନ୍ତୁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.